3 maoists shot dead Photograph: (sambad.in)
ମାଲକାନଗିରି: କିଛି ମାଓବାଦୀ ସୁଧୁରୁ ନାହାନ୍ତି। ସେମାନେ ମୁଖ୍ୟ ସ୍ରୋତରେ ଆସିବାକୁ ନାରାଜ। ବିଗତ ଏକ ମାସ ମଧ୍ୟରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ମାଓବାଦୀ ଆତ୍ମସମର୍ପଣ କରସିାରିଛନ୍ତି। ଆହୁରି ଶତାଧିକ ମାଓବାଦୀମାନେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି ବୋଲି ମାଓନେତାମାନେ ମଧ୍ୟ ଚର୍ଚ୍ଚା କରୁଛନ୍ତି।
ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଜାରି
ଏଣେ ଆଜି ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବାର ଖବର ମିଳିଛି। ଉଭୟ ପକ୍ଷଙ୍କ ମଧ୍ୟରେ ଏବେ ବି ଜାରି ରହିଛି ଗୁଳି ବିନିମୟ। ସୁକମା ଗୋଲାପଲ୍ଲୀ ଥାନା ଅନ୍ତର୍ଗତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଆକ୍ସନ ମୋଡକୁ ଆସିଥିଲା ଡିଆରଜି ଟିମ୍ । ଏହି ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏବେ ବି ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ସୁରକ୍ଷାକର୍ମୀ ମାଓବାଦୀଙ୍କୁ ଖୋଜୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏକ ବଡ଼ଧରଣର ଏନ୍କାଉଣ୍ଟର ଘଟଣା ଘଟିଥିଲା। ଏହି ଗୁଳିମାଡ଼ରେ ୩ଜଣ ଯବାନ ସହିଦ ହୋଇଥିଲେ। ଅନ୍ୟପଟରେ ସୁରକ୍ଷା ବାହିନୀର ଗୁଳିମାଡ଼ରେ ୧୨ଜଣ ମାଓବାଦୀ ନିପାତ ହୋଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଘଟଣାସ୍ଥଳ ଅଭିମୁଖେ ଅତରିକ୍ତ ସୁରକ୍ଷା ବାହିନୀ ପହଞ୍ଚିଥିଲେ।
ମାଓ ପ୍ରଭାବିତ ବିଜାପୁର ଜିଳ୍ଲାର ଏକ ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ଚଳପ୍ରଚଳ ନେଇ ସୁରକ୍ଷାବାହିନୀକୁ ସୂଚନା ମିଳିଥିଲା। ଏହି ଆଧାରରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ। ସୁରକ୍ଷାବାହିନୀକୁ ଦେଖିବା ପରେ ମାଓବାଦୀମାନେ ବିଚଳିତ ହୋଇପଡ଼ିଥିଲେ। ସେମାନେ ଅଙ୍କୁଶ ଲଗାଇ ବସିଥିବାରୁ ପୂର୍ବ ଯୋଜନା ଅନୁସାରେ ଯବାନଙ୍କୁ ଲକ୍ଷ୍ୟ କରି ଗୁଳି ମାରିଥିଲେ। ମାଓବାଦୀଙ୍କର ଗୁଳିମାଡ଼ରେ ୩ଜଣ ଯବାନ ସହିଦ ହୋଇଥିଲେ।
ଆହୁରି ପଢ଼ନ୍ତୁ: Delhi administration's: ସମସ୍ତ କମ୍ପାନିକୁ ଦିଲ୍ଲୀ ପ୍ରଶାସନର ନିର୍ଦ୍ଦେଶ: ୫୦% ‘ୱାର୍କ ଫ୍ରମ୍ ହୋମ୍’ ବାଧ୍ୟତାମୂଳକ, ନମାନିଲେ ଜରିମାନା
ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଥିଲେ, ପଶ୍ଚିମ ବସ୍ତର ଡିଭିଜନର ଏକ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏହି ଗୁଳିବିନିମୟ ହୋଇଥିଲା। ନକ୍ସଲ ଗତିବିଧି ନେଇ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ କରାଯାଇଥିଲା। ମାଓବାଦୀଙ୍କୁ ମୁକାବିଲା କରିବା ପାଇଁ ରିଜର୍ଭ ଗାର୍ଡ, ଏସ୍ଟିଏଫ୍ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍)ର ବାଟାଲିଅନ ପହଞ୍ଚି ଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳି କରିଥିଲେ। କିନ୍ତୁ ଆମର ଯବାନମାନେ କଡ଼ା ମୁକାବିଲା କରିଛନ୍ତି। ଏନ୍କାଉଣ୍ଟରରେ ୧୨ଜଣ ମାଓବାଦୀ ନିପାତ ହୋଇଛନ୍ତି।
Follow Us