ତାଳଚେର: ତାଳଚେର ପୁଲିସ ଓ ଅନୁଗୁଳ ପୁଲିସର ସ୍ପେସାଲ୍ ସ୍କ୍ବାଡ୍ ପକ୍ଷରୁ ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର ହୋଇଥିବା ଜଣାଯାଇଛି। ତାଳଚେର ତାଳବେଡା ଜଙ୍ଗଲରେ ପୁଲିସର ଏହି ଏନକାଉଣ୍ଟର ହୋଇଛି। ସୁଶାନ୍ତଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର ହୋଇଥିବା ଜଣାଯାଇଛି। ତାଳଚେର ତାଳବେଡା ଜଙ୍ଗଲରେ ପୁଲିସର ଏହି ଏନକାଉଣ୍ଟର ହୋଇଛି। ଗୁଳି କରି ପଳାଉଥିବା ବେଳେ ପୁଲିସ ପକ୍ଷରୁ ପାଲଟା ଏନକାଉଣ୍ଟର କରାଯାଇଥିଲା।ସୁଶାନ୍ତଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୁଶାନ୍ତଙ୍କ ନାଁରେ ତାଳଚେର ସମେତ କେତେକ ଥାନାରେ ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଥିଲା। ସୁଶାନ୍ତ ପୁଲିସ ଉପରକୁ ତିନି ରାଉଣ୍ଡ ଗୁଳି ଫାୟରିଂ କରିଥିବା ସୂଚନା ରହିଛି। ସୁଶାନ୍ତଙ୍କ ସହ ଜଙ୍ଗଲରେ ଆଉ ଜଣଙ୍କୁ ଗିରଫ କରିଛି ପୁଲିସ ।
ସୂଚନା ଅନୁଯାୟୀ, ଗୁଳି କରି ପଳାଉଥିବା ବେଳେ ପୁଲିସ ପକ୍ଷରୁ ପାଲଟା ଏନକାଉଣ୍ଟର କରାଯାଇଥିଲା। ସୁଶାନ୍ତଙ୍କ ନାଁରେ ତାଳଚେର ସମେତ କେତେକ ଥାନାରେ ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଥିଲା। ସୁଶାନ୍ତ ପୁଲିସ ଉପରକୁ ତିନି ରାଉଣ୍ଡ ଗୁଳି ଫାୟରିଂ କରିଥିବା ସୂଚନା ରହିଛି। ସୁଶାନ୍ତଙ୍କ ସହ ଜଙ୍ଗଲରେ ଆଉ ଜଣଙ୍କୁ ଗିରଫ କରିଛି ପୁଲିସ ।
crime
Follow Us