ଆଦିବାସୀ ଜମି ଜବରଦଖଲ ଘଟଣା: ଫେରାଇ ଦେବାକୁ ଦାବି

Advertisment

ଜମି ଜବରଦଖଲ ନେଇ ମାଲକାନଗିରିରେ ଦେଖାଯାଇଥିବା ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଘଟଣାକୁ ଏଡାଇ ଦିଆଯାଇନପରେ ବୋଲି ଚେତାବନୀ ଦେଇଛନ୍ତି।

ଜମି ଜବରଦଖଲ ନେଇ ମାଲକାନଗିରିରେ ଦେଖାଯାଇଥିବା ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଘଟଣାକୁ ଏଡାଇ ଦିଆଯାଇନପରେ ବୋଲି ଚେତାବନୀ ଦେଇଛନ୍ତି।

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଦିବାସୀ ଏବଂ ବଙ୍ଗାଳି ମଧ୍ୟରେ ଜମି ବିବାଦ କଥା କିଛି ନୁଆ ଖବର ନୁହଁ। ପ୍ରତ୍ୟେକ ବର୍ଷ ଜିଲ୍ଲାର ବିଭିନ୍ନ ଅଂଚଳରେ ବଙ୍ଗାଳି ଓ ଆଦିବାସୀ ମଧ୍ୟରେ ଜମିଜମା ସଂଘର୍ଷ ଲାଗିରହିଥାଏ। କିନ୍ତୁ ସମସ୍ତ ଘଟଣା ଲୋକଲୋଚନକୁ ଆସେନାହିଁ।

ନିକଟରେ ଚିତ୍ରକୋଣ୍ଡା ତହସିଲ ଅନ୍ତର୍ଗତ କାମୱାଡା ମୌଜାରେ ଚଳିତ ମାସ ୨୦ ତାରିଖ ଦିନ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଜମିଜମା ଘଟଣାକୁ ନେଇ ବଚସା ହୋଇଥିଲା। ଜିଲ୍ଲା ପୁଲିସ ପ୍ରଶାସନର ହସ୍ତକ୍ଷେପ ପରେ ସମସ୍ୟା ନିୟନ୍ତ୍ରଣକୁ ଆସିଥିଲା।

ଆଦିବାସୀମାନେ ଜମିର ଉର୍ବରତା ବଢ଼େଇବା ପାଇଁ ପଦା ଜମିଗୁଡିକ ବର୍ଷେ ଦି'ବର୍ଷ ବ୍ୟବଧାନରେ ଚାଷ କରିଥାନ୍ତି। ଏହାର ସୁଯୋଗ ନେଇ ପୂର୍ବ ପାକିସ୍ତାନ ଶରଣାର୍ଥୀ,ବାଂଲାଦେଶୀ ଶରଣାର୍ଥୀ କିମ୍ବା ବେଆଇନ ଭାବେ ଅନୁପ୍ରବେଶକାରୀମାନେ ତହସିଲର ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ତଞ୍ଚକତା କରି ଆଦିବାସୀ ଚାଷ କରିଆସୁଥିବା ଦଖଲ ଜମିଗୁଡ଼ାକ ନିଜ ନାମରେ ଏନକ୍ରୋଚ କେସ କରେଇବାରେ ସଫଳ ହୋଇ ଜମି ହଡପ କରୁଛନ୍ତି। 

ସମସ୍ତ ଏନକ୍ରୋଚ କେସଗୁଡିକ ବାତିଲ କରି ମୂଳ ଜମି ଆଦିବାସୀଙ୍କୁ ଫେରେଇବାକୁ ଦାବି କରିଛି ଅନୁସୂଚିତ ଜାତି ଓ ଜନଜାତି ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି। ଏଥିସହ ଅନେକ ଜାଗାରେ ଅଡିବାଦୀଙ୍କ ପଟ୍ଟା ଜମି ମଧ୍ୟ ପୂର୍ବ ପାକିସ୍ତାନର ଶରଣାର୍ଥୀମାନେ ହଡପ କରି ରଖିଛନ୍ତି ବୋଲି ଅଭିୟୋଗ କରାଯାଇଛି। ସେ ସମସ୍ଥ ଜମି ମୂଳ ଅଡିବାଦୀଙ୍କୁ ଫେରସ୍ତ କରିବାକୁ ଦାବିକରି ଜମିହୀନ ମୂଳନିବାସୀଙ୍କୁ ୪୦ ଡ଼ିସିମିଲ ଘରବାରି ପଟ୍ଟା ଓ ପାଞ୍ଚ ଏକର ଚାଷ ଉପଯୋଗୀ ଜମି ପ୍ରଦାନ କରିବାକୁ କ୍ରିୟାନୁଷ୍ଠାନ କମିଟି ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ ଓ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

publive-image

ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଘଟଣାକୁ ଏଡାଇ ଦିଆଯାଇନପରେ ବୋଲି ଚେତାବନୀ ଦେଇଛନ୍ତି। ସ୍ମାରକ ପତ୍ର ପ୍ରଦାନ ସମୟରେ କ୍ରିୟାନୁଷ୍ଠାନ କମିଟିର ସଭାପତି ଜାରାଶବର ମାଡି, ସାଧାରଣ ସମ୍ପାଦକ ହରିବନ୍ଧୁ ଗୋଲାରୀ,ଉପଦେଷ୍ଟା ପ୍ରଭାକର ହନ୍ତାଳ,ଉପ ସଭାପତି କାମେଶ୍ୱର ରାଓ,ଜିଲ୍ଲା ଆଦିବାସୀ ସଂଘ ସଭାପତି ବାଲରାଜୁ ଗେମେଲ,କୋଷାଧ୍ୟକ୍ଷ ବୁଦ୍ରା କାର୍ତାମି କାର୍ଯ୍ୟକାରୀ ସଭାପତି ସୋନୁ ଅନୁଗୁ,ଜିଲ୍ଳା ସରପଞ୍ଚ ସଂଘ ସଭାପତି ଶ୍ରୀନିବାସ ମୁଦୁଲି,କୋୟା ସମାଜ ସଭାପତି ମୁକୁନ୍ଦ ପଡ଼ିଆମି, ସାଙ୍ଗଠନିକ ସମ୍ପାଦକ ସନାତନ କବାସୀ ଓ ବାଗା ମାଡ଼ି ପ୍ରମୁଖ ଉପସ୍ଥିତ ଥିଲେ।

Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe