କୋଣାର୍କ: ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ବୁଧବାର କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି I ଏଏସଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି I ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ପ୍ରବେଶ ଶୁଳ୍କ ଛାଡ଼ ହୋଇଥିବା କୋଣାର୍କ ସଂରକ୍ଷଣ ଅଧିକାରୀ ତ୍ରୈଲୋକ୍ୟ ନାଥ ବେହେରା ପ୍ରକାଶ କରିଛନ୍ତି  I

Advertisment

ସୂର୍ଯ୍ୟ ମନ୍ଦିରର ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କଲେ ପୁରୀ ଏସପି 

ଦିଲ୍ଲୀ ଠାରେ ଆତଙ୍କବାଦୀମାନଙ୍କ ବଡ଼ ଧରଣର କାର ବିସ୍ପୋରଣ ଘଟଣାକୁ ନଜରରେ ରଖି ମଙ୍ଗଳବାର ଅପରାହ୍ନରେ ପୁରୀ ଏସପି ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶବିଦେଶର ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରେ ରଖି ବିଶ୍ୱଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବା ସହ ଟିକିନିଖି ବୁଲିଦେଖି ତଦାରଖ କରିଥିଲେ । ପ୍ରତେକ ଦିନ ସୂର୍ଯ୍ୟ ମନ୍ଦିର ବୁଲିବା ପାଇଁ ଦେଶବିଦେଶର ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ନିକଟରେ ଆତଙ୍କବାଦୀ ଙ୍କ ଦ୍ଵାରା ଘଟିଥିବା ଦିଲ୍ଲୀ କାର ବିସ୍ପୋରଣ ଘଟଣା ପରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ମଙ୍ଗଳବାର ଅପରାହ୍ନରେ ପୁରୀ ଏସପି ପ୍ରତୀକ ସିଂହଙ୍କ ନେତୃତ୍ବରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏକ ଟିମି ସୂର୍ଯ୍ୟ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାର ଟିକିନିଖି ତଦାରଖ କରିବା ସହିତ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ।

ଆହୁରି ପଢ଼ନ୍ତୁ:Chief Minister gives strong words: ଜିଲ୍ଲାପାଳ, ଏସ୍‌ପିଙ୍କୁ କଡ଼ା କଥା ଶୁଣାଇଲେ ମୁଖ୍ୟମନ୍ତ୍ରୀ: ‘ଦୁର୍ନୀତିକୁ ବରଦାସ୍ତ କରିବିନି’

ସୂଚନାଥାଉକି ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିରର ସୁରକ୍ଷା ଦାୟିତ୍ୱ ଅସ୍ତ୍ରଶସ୍ତ୍ର ବିହୀନ କେତେଜଣ ହାତଗଣତି ଘରୋଇ ସୁରକ୍ଷା କର୍ମୀମାନଙ୍କୁ ଏଏସ ଆଇ ପକ୍ଷରୁ ନିୟୋଜିତ କରାଯାଇଛି। ଯାହା ବିଶ୍ୱଐତିହ୍ୟ ସୁରକ୍ଷାକୁ ନେଇ ଚିନ୍ତାପ୍ରକାଶ ପାଇଛି । ଫଳରେ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଆକ୍ରମଣକୁ ନଜରରେ ରଖି ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ସୂର୍ଯ୍ୟ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା କଡାକଡି କରିବା ପାଇଁ ପୁରୀ ଏସପି ପ୍ରତୀକ ସିଂହ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ସ୍ଥିତି ନିର୍ଣ୍ଣୟ କରିଥିଲେ।

ଆହୁରି ପଢ଼ନ୍ତୁ: What is Debt/Equity Swap: ଡେଟ୍‌/ ଇକ୍ବିଟି ସ୍ବାପ୍‌ କ’ଣ?