ଏହି ମନ୍ଦିରରେ କଟକଣା: ନବରାତ୍ରୀରେ ପ୍ରବେଶ କରନ୍ତି ନାହିଁ ମହିଳା ଶ୍ରଦ୍ଧାଳୁ

ଭାରତରେ ଏବେ ଶାରଦୀୟ ନବରାତ୍ରୀ ଜାରି ରହିଛି। ଦେବୀ ପୀଠରେ ମାଙ୍କ ସାମ୍ନାରେ ଘଣ୍ଟ, ନୈବେଦ୍ୟ ସହିତ ପୂଜାର୍ଚ୍ଚନା ଜାରି ରହିଛି। ମାଙ୍କୁ ପୂଜାର୍ଚ୍ଚନା କରି ଭକ୍ତମାନେ ଆଶୀର୍ବାଦ ନେଉଛନ୍ତି। କିନ୍ତୁ  ବିହାରର ନାଳନ୍ଦା ଜିଲ୍ଲାର ଘୋସରାୱା ଗାଁର ଆଶାପୁରୀ ମନ୍ଦିରରେ ପ୍ରଚଳିତ ପରଂପରା ଅନୁସାରେ ଆଶ୍ବିନ ଓ ଚୈତ୍ର ନବରାତ୍ରୀ ସମୟରେ ମହିଳାମାନଙ୍କ ପ୍ରବେଶ ନେଇ କଟକଣା ଜାରି କରାଯାଇଛି।

ଅଦ୍ୟତନ ହୋଇଛି
ashadebi temple

ପାଟଣା: ଭାରତରେ ଏବେ ଶାରଦୀୟ ନବରାତ୍ରୀ ଜାରି ରହିଛି। ଦେବୀ ପୀଠରେ ମାଙ୍କ ସାମ୍ନାରେ ଘଣ୍ଟ, ନୈବେଦ୍ୟ ସହିତ ପୂଜାର୍ଚ୍ଚନା ଜାରି ରହିଛି। ମାଙ୍କୁ ପୂଜାର୍ଚ୍ଚନା କରି ଭକ୍ତମାନେ ଆଶୀର୍ବାଦ ନେଉଛନ୍ତି। କିନ୍ତୁ  ବିହାରର ନାଳନ୍ଦା ଜିଲ୍ଲାର ଘୋସରାୱା ଗାଁର ଆଶାପୁରୀ ମନ୍ଦିରରେ ପ୍ରଚଳିତ ପରଂପରା ଅନୁସାରେ ଆଶ୍ବିନ ଓ ଚୈତ୍ର ନବରାତ୍ରୀ ସମୟରେ ମହିଳାମାନଙ୍କ ପ୍ରବେଶ ନେଇ କଟକଣା ଜାରି କରାଯାଇଛି। ଏହା କେବଳ ଚଳିତ ବର୍ଷ ନୁହେଁ। ବରଂ କେଉଁ କାଳରୁ ଏହି କଟକଣା ଲାଗୁ ହୋଇଛି। ଏହି ମନ୍ଦିରରେ ସ୍ବତନ୍ତ୍ର ତାନ୍ତ୍ରିକ ବିଧି ମାଧ୍ୟମରେ ମାତାଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଏଠାରେ ତନ୍ତ୍ର ପୂଜାର ଗୁରୁତ୍ବ ରହିଛି।

ମନ୍ଦିରର ପୂଜକ ପୁରେନ୍ଦ୍ର ଉପାଧ୍ୟାୟ ଗଣମାଧ୍ୟମକୁ କହିଛନ୍ତି, ଆଶାପୁରୀ ମନ୍ଦିରକୁ ତାନ୍ତ୍ରିକ ପୂଜା ପାଇଁ ଜଣାଯାଇଥାଏ। ଏଠାକାର ପୂଜା ପଦ୍ଧତି ଅନ୍ୟ ମନ୍ଦିର ଠାରୁ ଭିନ୍ନ। ଏଠାରେ ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ରର ସାଧନା କରାଯାଇଥାଏ। ମନ୍ଦିରର ପୂଜକ ଓ ତାନ୍ତ୍ରିକ ସାଧକମାନେ ବିଶ୍ବାସ କରନ୍ତି ଯେ, ତାନ୍ତ୍ର ସମୟରେ ଅତ୍ୟଧିକ ଉଗ୍ର ଓ ତୀବ୍ର ଶକ୍ତି ସଂଚାର ହୋଇଥାଏ। ଏହାକୁ ସମ୍ଭାଳିବା ସାଧାରଣ ଲୋକଙ୍କ ପାଖରେ ସମ୍ଭବ ହୋଇ ନଥାଏ। ବିଶେଷ କରି ମହିଳାମାନେ ଏହି ସମୟରେ ଧୈର୍ଯ୍ୟଧରି ପାରିବେ ନାହିଁ। ତାନ୍ତ୍ରିକ ପୂଜାର ଏହି ପ୍ରକ୍ରିୟାରେ ଶକ୍ତିର ଆହ୍ବାନ କରାଯାଇଥାଏ। ଏଠାରେ ବଡ଼ ସମ୍ବେଦନଶୀଳ ପରିସ୍ଥିତି ଦେଖାଯାଇଥାଏ।

ଆଶାପୁରୀ ମନ୍ଦିରକୁ ତାନ୍ତ୍ରିକ ପୂଜା ପାଇଁ ଜଣାଯାଇଥାଏ। ଏଠାକାର ପୂଜା ପଦ୍ଧତି ଅନ୍ୟ ମନ୍ଦିର ଠାରୁ ଭିନ୍ନ। ଏଠାରେ ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ରର ସାଧନା କରାଯାଇଥାଏ। ମନ୍ଦିରର ପୂଜକ ଓ ତାନ୍ତ୍ରିକ ସାଧକମାନେ ବିଶ୍ବାସ କରନ୍ତି ଯେ, ତାନ୍ତ୍ର ସମୟରେ ଅତ୍ୟଧିକ ଉଗ୍ର ଓ ତୀବ୍ର ଶକ୍ତି ସଂଚାର ହୋଇଥାଏ।

ପୂଜକ ଓ ଗାଁର ଲୋକେ କୁହନ୍ତି, ପରଂପରା ଅନୁସାରେ ଏହି ମନ୍ଦିରରେ ମହିଳାମାନଙ୍କ ପ୍ରବେଶ ବିଶେଷ ଭାବେ ନବରାତ୍ରୀ ସମୟରେ ବର୍ଜନ କରାଯାଇଥାଏ। କାରଣ ଏହି ସମୟ ସାଧାନଗୁଡ଼ିକ ଅଧିକ ଶକ୍ତିଶାଳୀ ଓ ସମ୍ବେଦନଶୀଳ ହୋଇଥାଏ। ବିଶ୍ବାସ ରହିଛି ଯେ, ତାନ୍ତ୍ରିକ କ୍ରିୟା ସମୟରେ ଉତ୍ପନ୍ନ ଶକ୍ତି ମହିଳାମାନଙ୍କ ଉପରେ ବିପରୀତ ପ୍ରଭାବ ପକାଇବାର ଆଶଙ୍କା ଥାଏ। ଏହା ବ୍ୟତୀତ ମନ୍ଦିରର ପୂଜା ପଦ୍ଧତି ଏବଂ ତାନ୍ତ୍ରିକ ସାଧାନା ସ୍ବତନ୍ତ୍ର ଭାବେ ପୁରୁଷ ସାଧକମାନଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି। ଏହି ପରଂପରା ଦଶନ୍ଧି ଧରି ଚାଲି ଆସିଛି। ଏହି ପରଂପରାକୁ ସ୍ଥାନୀୟ ଲୋକେ ଆଜି ବି ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe