ପ୍ରତିଯୋଗିତାମୂଳକ ପରୀକ୍ଷାରେ ପୁଣି ତ୍ରୁଟି: ଅସନ୍ତୋଷ ଝାଡ଼ିଲେ ପରୀକ୍ଷାର୍ଥୀ

ଆଜି ସିଭିଲ ସର୍ଭିସ୍‌ ସେବା ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ଥିଲା। ପୂର୍ବାହ୍ନ ୯ରୁ ୧୨ଟା ଆନ୍ଥ୍ରୋପୋଲୋଜି ପ୍ରଥମ ପେପର ପରୀକ୍ଷା ଥିଲା। ଅପରାହ୍ନ ୨ଟାରୁ ୫ଟା ଆନ୍ଥ୍ରୋପୋଲୋଜି ଦ୍ବିତୀୟ ପେପର୍ ପରୀକ୍ଷା ଥିଲା।

OPSC and OSSC examination

OPSC and OSSC examination. Photograph: (sambad.in)

ଭୁବନେଶ୍ବର: ପ୍ରତିଯୋଗିତାମୂଳକ ପରୀକ୍ଷାରେ ପୁଣି ତ୍ରୁଟି ପରିଲକ୍ଷିତ ହୋଇଛି। ଗୋଟିଏ ଦିନରେ ଆଜି ରାଜ୍ୟ ଲୋକସେବା ଆୟୋଗ (ଓପିଏସ୍‌ସି) ଏବଂ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ସି)  ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଛି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏଭଳି ତ୍ରୁଟି ନେଇ ପରୀକ୍ଷା ଅସନ୍ତୋଷ ଦେଖାଯାଇଛନ୍ତି। 

ଆଜି ସିଭିଲ ସର୍ଭିସ୍‌ ସେବା ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ଥିଲା। ପୂର୍ବାହ୍ନ ୯ରୁ ୧୨ଟା ଆନ୍ଥ୍ରୋପୋଲୋଜି ପ୍ରଥମ ପେପର ପରୀକ୍ଷା ଥିଲା। ଅପରାହ୍ନ ୨ଟାରୁ ୫ଟା ଆନ୍ଥ୍ରୋପୋଲୋଜି ଦ୍ବିତୀୟ ପେପର୍ ପରୀକ୍ଷା ଥିଲା। ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଥିଲା। ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି। ପ୍ରଥମ  ସିଟିଂ ପରୀକ୍ଷା ପରେ ପରୀକ୍ଷାର୍ଥୀ ଅସନ୍ତୋଷ ଝାଡ଼ିଛନ୍ତି। ଓପିଏସ୍‌ସି କର୍ତ୍ତୃପକ୍ଷ ନୋଟିସ୍‌ ଜାରିଆରେ ତ୍ରୁଟି ସ୍ବୀକାର କରିଛନ୍ତି। 

ଗୋଟିଏ ଦିନରେ ଆଜି ରାଜ୍ୟ ଲୋକସେବା ଆୟୋଗ (ଓପିଏସ୍‌ସି) ଏବଂ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ସି)  ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଛି। 

ସେହିପରି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପରୀକ୍ଷାରେ ମଧ୍ୟ ବଡ଼ ତ୍ରୁଟି ଦେଖାଯାଇଛି। ଆଜି ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ଆଇ ପରୀକ୍ଷା ଥିଲା। ମାତ୍ର ସିଜିଏଲ୍ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ କରିଥିଲେ। ଏତେବଡ଼ ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ଦେଖାଯାଇଥିଲେ। ଏନେଇ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ କର୍ତ୍ତୃପକ୍ଷ ତ୍ରୁଟି ସ୍ବୀକାର କରିଛନ୍ତି। ଆୟୋଗ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ କରିଛନ୍ତି। ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଛନ୍ତି। ଆସନ୍ତା ମେ ୪ ତାରିଖ ଭିତରେ ପରାମର୍ଶ ଲୋଡ଼ି ନୋଟିସ୍ କରିଛନ୍ତି। 

ସୂଚନାଯୋଗ୍ୟ, ଗତ ମାସ ୩୦ ତାରିଖ ଦିନ ଓପିଏସ୍‌ସି ଦ୍ବାରା ପରିଚାଳିତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ (ଏସ୍‌ଡିଆଇପିଆରଓ) ପରୀକ୍ଷା ଥିଲା। ସାମ୍ବାଦିକତା ଓ ଜନସଂଚାର ପରୀକ୍ଷା ଅପରାହ୍ଣ ୧ଟା ୩୦ରୁ ୩ଟା ୩୦ ଭିତରେ ଥିଲେ। ସେହି ପରୀକ୍ଷାରେ ୧୦୦ ନମ୍ବର ପ୍ରଶ୍ନ ବଦଳରେ ୯୪ ନମ୍ବର ଥିଲା। 

OPSC | OSSC

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe