ସାମ୍ବାଦିକଙ୍କ ପରୀକ୍ଷାରେ ତ୍ରୁଟି: ଅଭିଯୋଗ ପରେ ଓପିଏସ୍‌ସି କହିଲା ଏମିତି...

Advertisment

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀର ୩୯ଟି ପଦବିରେ ନିଯୁକ୍ତି ନେଇ ଗତବର୍ଷ ସେପ୍ଟେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁ ପଦବି ପାଇଁ ୨୦୨୫ ମାର୍ଚ୍ଚ ୨୯ ଓ ୩୦ରେ ପରୀକ୍ଷା ଅନୁଷ୍ଠିତ ହୋଇଛି।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀର ୩୯ଟି ପଦବିରେ ନିଯୁକ୍ତି ନେଇ ଗତବର୍ଷ ସେପ୍ଟେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁ ପଦବି ପାଇଁ ୨୦୨୫ ମାର୍ଚ୍ଚ ୨୯ ଓ ୩୦ରେ ପରୀକ୍ଷା ଅନୁଷ୍ଠିତ ହୋଇଛି।

OPSC

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସୂଚନା ସେବା କ୍ୟାଡର ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ରହିଛି। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପଦବି ପାଇଁ କରାଯାଇଥିବା ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ନେଇ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ଆଜି କରାଯାଇଥିବା ସାମ୍ବାଦିକତା ଏବଂ ଗଣଯୋଗାଯୋଗ ପ୍ରଶ୍ନପତ୍ରରେ ୧୦୦ ବଦଳରେ ୯୪ ମାର୍କର ପ୍ରଶ୍ନ  ରହିଛି, ଯାହାକୁ ନେଇ ପରୀକ୍ଷାର୍ଥୀମାନେ ପ୍ରଶ୍ନ ଉଠାଇଛନ୍ତି।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀର ୩୯ଟି ପଦବିରେ ନିଯୁକ୍ତି ନେଇ ଗତବର୍ଷ ସେପ୍ଟେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁ ପଦବି ପାଇଁ ୨୦୨୫ ମାର୍ଚ୍ଚ ୨୯ ଓ ୩୦ (ଶନିବାର ଓ ରବିବାର) କଟକ ସହରର ୨ଟି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ଗତକାଲି ୨ଟି ସିଫ୍ଟରେ ଯଥାକ୍ରମେ ଓଡ଼ିଆ ଓ ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେହିପରି ଆଜି ପ୍ରଥମ ସିଫ୍ଟରେ ଜେନେରାଲ ଆୱାରନେସ୍‌ (ସାଧାରଣଜ୍ଞାନ) ଓ ଦ୍ବିତୀୟ ସିଫ୍ଟରେ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଷୟର ପରୀକ୍ଷା ହୋଇଥିଲା।

ପରୀକ୍ଷାର୍ଥୀମାନେ ଶେଷ ସିଫ୍ଟରେ ହେଉଥିବା ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଲକ୍ଷ୍ୟ କରିଥିଲେ। ପାର୍ଟ-୧ରେ ୫ଟି ପ୍ରଶ୍ନ ଥିଲା, ଯେଉଁଥି ପାଇଁ ନମ୍ବର ପିଛା ୧୨ ମାର୍କ ଲେଖାଏଁ ରହିଛି। ୬ ଓ ୭ ନମ୍ବର ପ୍ରଶ୍ନର ମୂଲ୍ୟ ୮ ମାର୍କ ଲେଖାଏଁ ଥିବା ‌ବେଳେ ୮, ୯ ଏବଂ ୧୦ ନମ୍ବର ପ୍ରଶ୍ନପାଇଁ ୬ ମାର୍କ ଲେଖାଏଁ ରହିଛି। ମୋଟାମୋଟି ଭାବେ   ୧୦୦ ବଦଳରେ ୯୪ ମାର୍କର ପ୍ରଶ୍ନ ରହିଥିବା ନେଇ ଅଭିଯୋଗ ଆସିଥିଲା। ଏହା ପୂର୍ଣ୍ଣ ୧୦୦ ମାର୍କ ଠାରୁ ୬ ମାର୍କ କମ୍‌। 

ତେବେ ପ୍ରଶ୍ନପତ୍ରରେ ୯୪ ମାର୍କ ଥିବାରୁ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ତ୍ରୁଟି? କେମିତି ହେଲା ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷରେ ଓଆଇଏସ୍‌ ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗରେ ଓପିଏସ୍‌ସି କହିଛି, ଏହା ମୁଦ୍ରଣଜନିତ ତ୍ରୁଟି। ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ।

OPSC | Cuttack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe