ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ୱେଲନେସ୍‌ ସେଂଟର: ସ୍ବାସ୍ଥ୍ୟମନ୍ତ୍ରୀ

ଆଗାମୀ ଦୁଇ ବର୍ଷରେ ପ୍ରତି ପଞ୍ଚାୟତରେ ଥିବ ହେଲ୍‌ଥ ଆଣ୍ଡ ୱେଲନେସ ସେଣ୍ଟର ଖୋଲାଯିବ। ନ୍ୟାସନାଲ ଡାଏଲିସିସ ମିସନ ଅଧୀନରେ ରାଜ୍ୟରେ ପିପିପି ମୋଡରେ ଡାଏଲିସିସ ସେଣ୍ଟର  ଖୋଲାଯିବ।

ଏସ୍‌ସିବିରେ ଦୁଷ୍କର୍ମ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ- ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଭୁବନେଶ୍ୱର: ଆଗାମୀ ଦୁଇ ବର୍ଷରେ ପ୍ରତି ପଞ୍ଚାୟତରେ ଥିବ ହେଲ୍‌ଥ ଆଣ୍ଡ ୱେଲନେସ ସେଣ୍ଟର ଖୋଲାଯିବ। ନ୍ୟାସନାଲ ଡାଏଲିସିସ ମିସନ ଅଧୀନରେ ରାଜ୍ୟରେ ପିପିପି ମୋଡରେ ଡାଏଲିସିସ ସେଣ୍ଟର  ଖୋଲାଯିବ। ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ରବିବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସଂରଚନାକୁ ସୁଦୃଢ଼ କରିବା ପାଇଁ ସରକାରର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏବେ ରାଜ୍ୟରେ ଏବେ ପ୍ରାୟ ୧୧ଶହ ଥିବା ବେଳେ ଆଗାମୀ ପାଂଚ ବର୍ଷରେ ଏହାକୁ ଦ୍ୱିଗୁଣିତ କରାଯିବ। ଏହାଛଡା ଆଗାମୀ ଦିନରେ ରାଜ୍ୟରେ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଖୁବ୍ ଶ୍ରୀଘ୍ର ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେବ ଏବଂ ଏକାବେଳକେ ସାଢେ ତିନିକୋଟି ଲୋକଙ୍କୁ ଏଥିରେ ପ୍ରାୟ ଦେଶର ୨୭ ହଜାର ଡାକ୍ତରଖାନାରେ ମାଗଣାରେ ଉନ୍ନତ ଚିକିତ୍ସା ଯୋଗାଇଦିଆଯିବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ରାଜ୍ୟର ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ଦୃଢ଼ ସଙ୍କଳ୍ପବଦ୍ଧ ବୋଲି ଡ଼ଃ ମହାଲିଙ୍ଗ କହିଥିଲେ।

ରାଜ୍ୟରେ ମଜବୁତ ସ୍ୱାସ୍ଥ୍ୟ ସଂରଚନା ଓ ଚିକିତ୍ସା କ୍ଷେତ୍ରରେ ମାନବ ସମ୍ପଦକୁ ଅଧିକ ଦକ୍ଷ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ  ଆଧୁନିକ ଯନ୍ତ୍ରପାତି ଚଳାଇବା ପାଇଁ ଆବଶ୍ୟକ ପ୍ରଶିକ୍ଷିତ କର୍ମଚାରୀ ଓ ପର୍ଯ୍ୟାପ୍ତ ଚିକିତ୍ସକମାନଙ୍କର ଯେଉଁ ଅଭାବ ରହିଛି ତାହା ଯେତେ ଶୀଘ୍ର ସମ୍ଭବ ପୂରଣ ହେବା ଆବଶ୍ୟକ। ସୁନିର୍ଦ୍ଦିଷ୍ଟ ଏବଂ ପ୍ରଶିକ୍ଷିତ ମାନବ ସମ୍ପଦ ବିନା ଆମେ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଦେବାରେ ସକ୍ଷମ ହେବୁନାହିଁ। ଗ୍ରାମାଚଂଳର ଅନେକ ହସ୍ପିଟାଲ ଆଜିବି ଏହି ଯନ୍ତ୍ରଗୁଡ଼ିକ କାମ କରିବା ପାଇଁ ଜରୁରୀ ମାନବ ସମ୍ବଳର ଅଭାବ ରହିଛି ବୋଲି ସେ କହିଥିଲେ।

-ସୁରମା ପାଢ଼ୀ, ଓଡିଶା ବିଧାନସଭା ବାଚସ୍ପତି 

ଭିଜନ ଓଡ଼ିଶା ହେଲ୍‌ଥ କନକ୍ଲେଭ-୨୦୨୪ ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି, ସଂଜୟ ଜେନା (ଏଡିଟ,ର୍ ଆର୍ଗସ୍ ନ୍ୟୁଜ୍‌) ଓ ଅକ୍ଷୟ କୁମାର ବି ଏହାର ମୁଖ୍ୟ ସଂବାଦକୁ ଆଲୋଚନା କରିଥିଲେ। ଅର୍ଥନୀତିଜ୍ଞ ଓ ସମ୍ପାଦକ ଡ଼ଃ ପ୍ରଭାସ ମିଶ୍ର ଏହି ଆଲୋଚନାକୁ ସଂଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ଦୁଇଶହ ପ୍ରତିନିଧି ଯୋଗ ଦେଇଥିଲେ। ଏହି ଅବସରରେ ସାମ୍ବାଦିକା ସୁପ୍ରିୟା ପ୍ରିୟଦର୍ଶିନୀ ଓ ଚିନ୍ମୟୀ ସାହୁଙ୍କୁ ଦିଲ୍ଲୀପ ଶତପଥୀ ପୁରସ୍କାର ପ୍ରଦାନ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe