ଆକ୍ରମଣ ନେଇ ବିଜେପି ବିଧାୟକଙ୍କୁ ଦୋଷ ଦେଲେ ପ୍ରଣବ, ଜାଣିନି କହିଲେ ହିମାଂଶୁ

ଧର୍ମଶାଳରେ ଚାଲିଥିବା ଯଜ୍ଞରେ ଯୋଗ ଦେବାକୁ ଯିବାବେଳେ ରବିବାର ଦିନ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପଛରେ ବିଜେପି ବିଧାୟକ ହିମାଂଶୁ ସାହୁଙ୍କ ହାତ ଅଛି ‌ବୋଲି ପ୍ରଣବ ବଳବନ୍ତରାୟ ଅଭିଯୋଗ ଆଣିଛନ୍ତି। କିନ୍ତୁ ହିମାଂଶୁ ଏହାକୁ ଖଣ୍ଡନ କରିଛନ୍ତି।

Pranaba Balabantaray and Himansu Sahu

Pranaba Balabantaray and Himansu Sahu Photograph: (sambad.in)

ଯାଜପୁର: ଧର୍ମଶାଳରେ ଚାଲିଥିବା ଏକ ଯଜ୍ଞରେ ଯୋଗ ଦେବାକୁ ଯାଉଥିବାବେଳେ ରବିବାର ଦିନ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପଛରେ ବିଜେପି ବିଧାୟକ ହିମାଂଶୁ ସାହୁଙ୍କ ହାତ ଅଛି ‌ବୋଲି ପ୍ରଣବ ବଳବନ୍ତରାୟ ଅଭିଯୋଗ ଆଣିଛନ୍ତି। ପୁଲିସ ଉପସ୍ଥିତରେ ମୋ ଉପରେ ଆକ୍ରମଣ ହୋଇଛି। ଏ ଆକ୍ରମଣ ନେଇ ପୂର୍ବରୁ ଯୋଜନା ହୋଇଥିଲା। ଏ ନେଇ ମୁଁ ଏସିପିକୁ ଜଣାଇଥିଲେ। ହେଲେ ମୋତେ ସୁରକ୍ଷା ମିଳିଲା ନାହିଁ। ଯାଜପୁର ପୁଲିସ ଉପରେ  ମୋର ବିଶ୍ୱାସ ନାହିଁ। ମୁଁ ଥାନାରେ ଏତଲା ଦେବି ନାହିଁ ବୋଲି ସେ କହିଛନ୍ତି। 

ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆଜି ଆକ୍ରମଣ ହୋଇଥିଲା। ଠେଙ୍ଗାରେ ପିଟି ଗାଡ଼ି ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା। ନିଜର କିଛି ସମର୍ଥକଙ୍କ ସହ ପ୍ରଣବ ଏଠାକୁ ଆସୁଥିବାବେଳେ ଏଭଳି ଘଟଣା ଘଟିଥିଲା।

ଅନ୍ୟପଟରେ ଧର୍ମଶାଳା ବିଧାୟକ ତଥା ବିଜେପି ନେତା ହିମାଂଶୁ ସାହୁ କହିଛନ୍ତି, ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ନେଇ ମୋର କୌଣସି ଧାରଣା ନାହିଁ। ମୁଁ ଓଡ଼ିଶା ବାହାରେ ଅଛି। ବିଜୁ ଜନତା ଦଳର କର୍ମୀମାନେ ତାଙ୍କ ଭିତରେ ମାଡ଼ଗୋଳ ହୋଇଛନ୍ତି। ମୋ ନା କିଏ କାହିଁକି ନଉଛି ମୁଁ ଜାଣି ନାହିଁ। ମୋ ପାଖକୁ ଖବର ଆସିବା ପରେ ସଂଗେସଂଗେ ଏସଡିପିଓ ଏବଂ ଆଇଆଇସିଙ୍କୁ କହିଛି। ଝଗଡା ବନ୍ଦ କରି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଆଇନ ତା ବାଟରେ କାମ କରିବ। ବିଜୁ ଜନତା ଦଳର ଭୁବନେଶ୍ୱରର କନ୍ଦଳ ବର୍ତ୍ତମାନ ଗ୍ରାମାଞ୍ଚଳ, ପଂଚାୟତସ୍ତରରେ ପହଂଚିଲାଣି। ସେଠାରେ ଗୋଷ୍ଠୀ ହୋଇଛି ଆଉ ଏଠାରେ ମଧ୍ୟ ଗୋଷ୍ଠୀ ହୋଇ ମାଡଗୋଳ ଆରମ୍ଭ ହେଲାଣି। 

ଏହି ଖବର ପଢ଼ନ୍ତୁ: ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ

ସୂଚନାଯୋଗ୍ୟ, ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆଜି ଆକ୍ରମଣ ହୋଇଥିଲା। ଠେଙ୍ଗାରେ ପିଟି ଗାଡ଼ି ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା। ଧର୍ମଶାଳରେ ଚାଲିଥିବା ଯଜ୍ଞରେ ଯୋଗ ଦେବାକୁ ଯିବାବେଳେ ପ୍ରଣବଙ୍କ ଉପରେ ଆକ୍ରମଣ ହୋଇଥିଲା। ନିଜର କିଛି ସମର୍ଥକଙ୍କ ସହ ପ୍ରଣବ ଏଠାକୁ ଆସୁଥିବାବେଳେ ଏଭଳି ଘଟଣା ଘଟିଥିଲା। ଗାଁ ଭିରତକୁ ଯିବାବେଳକୁ ୫୦ରୁ ୬୦ ଜଣ ଯୁବକ ଠେଙ୍ଗାବାଡ଼ି ଧରି ପ୍ରଣବଙ୍କ ଗାଡ଼ିକୁ ଅଟକାଇଥିଲେ। ଯଜ୍ଞସ୍ଥଳକୁ ଯିବାକୁ ଦେଇନଥିଲେ। ପ୍ରଣବଙ୍କ ସହ ଆସିଥିବା ସମର୍ଥକମାନେ ଯୁବକଙ୍କ ସହ ଯୁକ୍ତିତର୍କ କରିବାରୁ ପରିସ୍ଥିତି ଗୁରୁତର ହୋଇଥିଲା। ଖବର ପାଇ ଜେନାପୁର ଆଇଆଇସି ସେଠାରେ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏହାପରେ ପ୍ରଣବ ପୂର୍ବ ଯୋଜନା ଅନୁସାରେ ଯଜ୍ଞ ସ୍ଥଳକୁ ଯାଇ ମା’ଙ୍କ ଦର୍ଶନ କରି ଫେରି ଯାଇଥିଲେ।  

Attack | BJD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe