ପରଲୋକରେ ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକ

Advertisment

କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ୭୪ ବର୍ଷ ବୟସ ହୋଇଥିଲା। ତାଙ୍କର ‌ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯିବ।

କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ୭୪ ବର୍ଷ ବୟସ ହୋଇଥିଲା। ତାଙ୍କର ‌ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯିବ।

vh

କାମାକ୍ଷାନଗର: କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ପରଲୋକ। ଦୀର୍ଘଦିନ ହେବ ଅସୁସ୍ଥ ଥିବା କାରଣରୁ ଚିକିତ୍ସିତ ହେଉଥିଲେ ସେ। ଗତକାଲି ଅଧିକ ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ୭୪ ବର୍ଷ ବୟସ ହୋଇଥିଲା।

ପ୍ରସନ୍ନ କୁମାର ପଟ୍ଟନାୟକ ତିନି ଥର ଭାବେ କାମାକ୍ଷାନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଓଡ଼ିଶାରୁ ପ୍ରଥମ ବିଧାୟକ ଭାବେ ବିଜେପି ଦଳରୁ ବିଜୟୀ ହୋଇ ଏକ ରେକର୍ଡ ମଧ୍ୟ ସୃଷ୍ଟି କରିପାରିଥିଲେ।ତାଙ୍କ ସମୟରେ କାମାକ୍ଷାନଗରରେ ଶିକ୍ଷା କ୍ଷେତ୍ରରେ ବହୁ ଅଗ୍ରଗତି ହୋଇଥିଲା। ୧୯୭୭ରୁ ୧୯୮୦ ଜନତା ପାର୍ଟି ୧୯୮୫ରୁ ୧୯୯୦ ବିଜେପି ଓ  ୧୯୯୦ରୁ ୧୯୯୫ ଜନତା ଦଳରୁ ବିଧାୟକ ହୋଇଥିଲେ। କାମାକ୍ଷାନଗର ମହିଳା ମହାବିଦ୍ୟାଳୟ,ବିରାଶାଳ ଆଞ୍ଚଳିକ ମହାବିଦ୍ୟାଳୟ, ଭୁବନ ମହିଳା ମହାବିଦ୍ୟାଳୟ ପ୍ରମୁଖ ୧୫ରୁ ଊର୍ଦ୍ଧ୍ବ ଶିକ୍ଷାନୁଷ୍ଠାନର ତାଙ୍କ ଚେଷ୍ଟାରେ ନିର୍ମିତ ହୋଇଥିଲା ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

ପ୍ରସନ୍ନ କୁମାର ପଟ୍ଟନାୟକ ତିନି ଥର ଭାବେ କାମାକ୍ଷାନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଓଡ଼ିଶାରୁ ପ୍ରଥମ ବିଧାୟକ ଭାବେ ବିଜେପି ଦଳରୁ ବିଜୟୀ ହୋଇ ଏକ ରେକର୍ଡ ମଧ୍ୟ ସୃଷ୍ଟି କରିପାରିଥିଲେ।ତାଙ୍କ ସମୟରେ କାମାକ୍ଷାନଗରରେ ଶିକ୍ଷା କ୍ଷେତ୍ରରେ ବହୁ ଅଗ୍ରଗତି ହୋଇଥିଲା। ୧୯୭୭ରୁ ୧୯୮୦ ଜନତା ପାର୍ଟି ୧୯୮୫ରୁ ୧୯୯୦ ବିଜେପି ଓ  ୧୯୯୦ରୁ ୧୯୯୫ ଜନତା ଦଳରୁ ବିଧାୟକ ହୋଇଥିଲେ। କାମାକ୍ଷାନଗର ମହିଳା ମହାବିଦ୍ୟାଳୟ,ବିରାଶାଳ ଆଞ୍ଚଳିକ ମହାବିଦ୍ୟାଳୟ, ଭୁବନ ମହିଳା ମହାବିଦ୍ୟାଳୟ ପ୍ରମୁଖ ୧୫ରୁ ଊର୍ଦ୍ଧ୍ବ ଶିକ୍ଷାନୁଷ୍ଠାନର ତାଙ୍କ ଚେଷ୍ଟାରେ ନିର୍ମିତ ହୋଇଥିଲା ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ‌ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe