ହେମଗିର ଖଣିଜ ଲୁଟ୍ ମାମଲା: କାରଣଦର୍ଶାଅ ନୋଟିସର ଉତ୍ତର ଦେଲେ ପୂର୍ବତନ ତହସିଲଦାର

Advertisment

ତତ୍କାଳୀନ ହେମଗିର ତହସିଲଦାର ଲାବଣ୍ୟେନ୍ଦୁ ମହାନ୍ତିଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଥିଲେ ସୁନ୍ଦରଗଡ଼ ଜିଲ୍ଲାପାଳ। ୬ ଦିନ ପରେ  ଆଜି ସମ୍ପୃକ୍ତ ତହସିଲଦାର ଉତ୍ତର ଦେଇଛନ୍ତି। ତେବେ ସେ ଉତ୍ତରରେ କଣ ଲେଖିଛନ୍ତି, ତାହା ଜଣାପଡିନାହିଁ ।

bh

ସୁନ୍ଦରଗଡ଼: ଖଣି ଲୁଟ୍‌ ବିରୋଧରେ ସବୁ ଜାଣି ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଓ ବନ ବିଭାଗ ଦେଇଥିବା ଚିଠିକୁ ଚାପି ଦେଇଥିବା ତତ୍କାଳୀନ ହେମଗିର ତହସିଲଦାର ଲାବଣ୍ୟେନ୍ଦୁ ମହାନ୍ତିଙ୍କୁ କାରଣଦର୍ଶ‌ାଅ ନୋଟିସ ଜାରି କରିଥିଲେ ସୁନ୍ଦରଗଡ଼ ଜିଲ୍ଲାପାଳ। ୬ ଦିନ ପରେ  ଆଜି ସମ୍ପୃକ୍ତ ତହସିଲଦାର ଉତ୍ତର ଦେଇଛନ୍ତି। ତେବେ ସେ ଉତ୍ତରରେ କଣ ଲେଖିଛନ୍ତି, ତାହା ଜଣାପଡ଼ିନାହିଁ ।

ତେଲେନଡିହି ରାଜସ୍ବ ଜଙ୍ଗଲରେ ଖଣି ଚୋରି ହେଉଥିବା ନେଇ ଗୋପାଳପୁର ବନାଞ୍ଚଳ ଅଧିକାରୀ ପତ୍ର ସଂଖ୍ୟା ୨୫୮(ଜି) ତାରିଖ-୧୧.୫.୨୦୨୪ରେ ତତ୍କାଳୀନ ତହସିଲଦାରଙ୍କୁ ଚିଠି ଲେଖି  ଜଣାଇଥିଲେ। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପତ୍ରରେ ଅନୁରୋଧ କରିଥିଲେ। ହେଲେ ତତ୍କାଳୀନ ତହସିଲଦାର ଶ୍ରୀ  ମହାନ୍ତି କୌଣସି କାର୍ଯ୍ୟାନୁଷ୍ଠାନ ତ ଗ୍ରହଣ କଲେ ନାହିଁ, ବନାଞ୍ଚଳ ଅଧିକାରୀଙ୍କ ଚିଠି ପାଇବା ପରେ  ଉଚ୍ଚ କର୍ତ୍ତୃପକ୍ଷ ବା ଜିଲ୍ଲା ପ୍ରଶ‌ାସନକୁ ନଜଣାଇ ଲୁଚାଇ ରଖିଥିଲେ।
ଏହି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିବା ପରେ ଜାଣିଶୁଣି ଚୋରା ଖଣିର ତଥ୍ୟ ଲୁଚାଇବା ଓ ଉପରିସ୍ଥ ଅଧିକାରୀଙ୍କୁ ନଜଣାଇବା କି ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ  ୫.୪.୨୦୨୫ରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଜିଲ୍ଲାପାଳ। ତାଙ୍କ ଭୁଲ୍‌ ପାଇଁ ସରକାରଙ୍କ ବିପୁଳ ରାଜସ୍ବ ହାନି ସହ କୋଇଲା ଚୋରି ହୋଇଛି। ତାଙ୍କ ବିରୋଧରେ କାହିଁକି  କାହିଁକି ରୁଲ- ୧୫ ଓସିଏସ ( ସିସିଏ) ଲାଗୁ ନହେବ ସେ ନେଇ ୩ ଦିନ ମଧ୍ୟ ରେ କାରଣ ଦର୍ଶାଇବାକୁ ନିର୍ଦେଶ ଦେଇଥିଲେ। ଏପରିକି  ୩ ଦିନ ମଧ୍ୟରେ ସଠିକ ଉତ୍ତର ନରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଥିଲେ। 

ହେଲେ ୩ ଦିନ ମଧ୍ଯରେ ଉତ୍ତର ନଦେବାରୁ  ତାଙ୍କୁ ରିମାଇଣ୍ଡର ପଠାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରିମାଇଣ୍ଡର ଯିବା ପୂର୍ବରୁ ପୂର୍ବତନ ତହସିଲଦାର ଉତ୍ତର ଦେଇଛନ୍ତି। ସେ କଣ ଉତ୍ତର ରଖିଛନ୍ତି, ଆଗକୁ ଜିଲ୍ଲାପାଳ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।.

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe