ସୋର-କୁପାରୀ ରାସ୍ତାରେ ଓଲଟିଲା ଅବକାରୀ ବିଭାଗ ଗାଡ଼ି, ଡ୍ରାଇଭର ଓ ଏଏସଆଇ ଗୁରୁତର

ବାଲେଶ୍ବର ଜିଲ୍ଲା ସୋର-କୁପାରୀ ରାସ୍ତାର ପିତାକାଳିଆ ଛକ ନିକଟରେ ଖଇରା ଅବକାରୀ ବିଭାଗ ଗାଡ଼ି ଭାରସାମ୍ୟ ହରାଇ ନୟନ ଝୋଡ଼ିକୁ ଓଲଟି ପଡ଼ିଛି।ଗାଡ଼ିର ଆଗ ସିଟରେ ବସିଥିବା ଡ୍ରାଇଭର ଓ ଏଏସଆଇ ଦୁର୍ଯ୍ୟୋଧନ ବେହେରା ଗୁରୁତର ଆହତ ହୋଇ ଥିବାବେଳେ ପଛରେ ବସିଥିବା କନେଷ୍ଟବଳ ଦେବାଶିଷ ମଲିକ ସାମାନ୍ୟ ଆହତ ହୋଇଛନ୍ତି।

kjn

ସୋର: ବାଲେଶ୍ବର ଜିଲ୍ଲା ସୋର-କୁପାରୀ ରାସ୍ତାର ପିତାକାଳିଆ ଛକ ନିକଟରେ ଖଇରା ଅବକାରୀ ବିଭାଗ ଗାଡ଼ି ଭାରସାମ୍ୟ ହରାଇ ନୟନ ଝୋଡ଼ିକୁ ଓଲଟି ପଡ଼ିଛି। ଗତକାଲି ଅପରାହ୍ନରେ ଆସାମୀଙ୍କୁ ସୋର କୋର୍ଟକୁ ଚାଲାଣ କରି ଗାଡ଼ିଟି ଖଇରା ଅଭିମୁଖେ ଫେରିବା ସମୟରେ ଏହି ଦୁର୍ଘଟଣାଟି ଘଟିଛି। ଗାଡ଼ିର ଆଗ ସିଟରେ ବସିଥିବା ଡ୍ରାଇଭର ଓ ଏଏସଆଇ ଦୁର୍ଯ୍ୟୋଧନ ବେହେରା ଗୁରୁତର ଆହତ ହୋଇ ଥିବାବେଳେ ପଛରେ ବସିଥିବା କନେଷ୍ଟବଳ ଦେବାଶିଷ ମଲିକ ସାମାନ୍ୟ ଆହତ ହୋଇଛନ୍ତି।

ଡ୍ରାଇଭର ଓ ଏଏସଆଇ ଦୁର୍ଯ୍ୟୋଧନ ବେହେରା ଗୁରୁତର ଆହତ ହୋଇ ଥିବାବେଳେ ପଛରେ ବସିଥିବା କନେଷ୍ଟବଳ ଦେବାଶିଷ ମଲିକ ସାମାନ୍ୟ ଆହତ ହୋଇଛନ୍ତି। ଡ୍ରାଇଭର ଓ ଶ୍ରୀ ବେହେରାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

rgh

 ଘଟଣା ସ୍ଥଳରେ ଉପସ୍ଥିତ ଥିବା ଅଞ୍ଚଳବାସୀ ସେମାନଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଡ୍ରାଇଭର ଓ ଶ୍ରୀ ବେହେରାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ ଅବକାରୀ ଥାନା ଅଧିକାରୀ ସୁରଜ କୁମାର ଟୀଗା ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe