ଚନ୍ଦାହାଣ୍ଡି: ଜଣେ ଦୁଇଟି ଛୁଆର ବାପାର ପରକୀୟା ପ୍ରେମରେ ଜଣେ ଦୁଇଟି ସନ୍ତାନର ମା ଏକ ବର୍ଷର ଶିଶୁକନ୍ୟାକୁ ରାସ୍ତାରେ ଫିଙ୍ଗି ଦେଇ ତାର ପ୍ରେମିକ ସହିତ ଫେରାର ହୋଇ ଯାଇଥିବା ଭଳି କରୁଣ ଚିତ୍ର ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନାର ମୋତିଗାଁ ଠାରେ ଦେଖିବାକୁ ମିଲିଛି। ଏ ସଂକ୍ରାନ୍ତରେ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ତାର ପ୍ରଥମ ସ୍ବାମୀର ପରିବାରବର୍ଗଙ୍କୁ ଶିଶୁକନ୍ୟାଟିକୁ ହସ୍ତାନ୍ତର କରିବାକୁ ଉଦ୍ୟମ କରିଥିଲେ। ତେବେ ସେମାନେ ଶିଶୁଟିକୁ ନେବାକୁ ମନା କରିଦେଇଥିବାରୁ ନବରଙ୍ଗପୁର ଶିଶୁ ସୁରକ୍ଷା ବିଭାଗକୁ ଯୋଗାଯୋଗ କରି ଶିଶୁଟିକୁ ହସ୍ତାନ୍ତର କରିବାକୁ ଉଦ୍ୟମ କରିଥିଲା। ତେବେ ଶିଶୁଟି ବହୁତ କାନ୍ଦୁଥିବାରୁ ପରିଶେଷରେ ତାର ଅଜା ଆଈଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଚିନ୍ମୟୀ ନାୟକ ପ୍ରକାଶ କରିଛନ୍ତି।
ମୋତିଗାଁ ଗ୍ରାମର ଦୁଇ ସନ୍ତାନର ଜନନୀ ଲୁଦ୍ରିକା ଟୋଲ୍ଟିଆ ସେହି ଗ୍ରାମର ଦୁଇ ସନ୍ତାନର ବାପା ପରମେଶ୍ବର ଜଗତଙ୍କ ସହିତ ଦୀର୍ଘ ଦିନ ହେବ ପରକୀୟା ପ୍ରେମରେ ଲିପ୍ତ ଥିଲେ। ଗାଁରେ ଏକଥା ପ୍ରଘଟ ହେବାରୁ ପ୍ରେମୀ ଯୁଗଳ ଫେରାର ହୋଇ ଯାଇଥିଲେ।ତେବେ ଏ ବାବଦ ରେ ପରମେଶ୍ବରଙ୍କର ପ୍ରଥମ ସ୍ତ୍ରୀ ଅନିତା ବେଶ୍ରା ଥାନାରେ ଏତଲା ଦେବା ପରେ ପ୍ରେମୀ ଯୁଗଳଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ର ଧାରା ୮୫,୮୨(୨),୧୧୫(୨)୩୫୧(୨) ୩(୫) ପ୍ରକାରେ ମାମଲା ରୁଜୁ କରାଯାଇଛି। ତେବେ କେଉଁ ପରିସ୍ଥିତି ରେ ପୋଲିସ ଏଭଳି ଧର୍ତ୍ତବ୍ୟ ଅପରାଧର ଅଭିଯୁକ୍ତଙ୍କୁ ଛାଡ଼ିଦେଲେ ତାହା ସନ୍ଦେହ ଘେରରେ। ତେବେ ସେଦୁହେଁ ଅନ୍ୟ କେଉଁଠି ପ୍ରାୟ ଏକ ସପ୍ତାହ କାଳ ଆତ୍ମ ଗୋପନ କଲା ପରେ ଏହି ନିଷ୍ପାପ ଏହି ଶିଶୁଟିକୁ ରାସ୍ତାକଡ଼ରେ ଫିଙ୍ଗି ଦେଇ ଚାଲିଯିବା ପରେ ଅଞ୍ଚଳ ଉତ୍ତେଜନା ପ୍ରକାଶ ପାଉଛି। ଉଭୟଙ୍କୁ ଗିରଫ କରା ନଗଲେ ଥାନା ଆଗରେ ଧାରଣା ଦେବାକୁ ଦାବି ହୋଇଛି।
ବିବରଣୀରୁ ପ୍ରକାଶ ଯେ, ମୋତିଗାଁ ଗ୍ରାମର ଦୁଇ ସନ୍ତାନର ଜନନୀ ଲୁଦ୍ରିକା ଟୋଲ୍ଟିଆ ସେହି ଗ୍ରାମର ଦୁଇ ସନ୍ତାନର ବାପା ପରମେଶ୍ବର ଜଗତଙ୍କ ସହିତ ଦୀର୍ଘ ଦିନ ହେବ ପରକୀୟା ପ୍ରେମରେ ଲିପ୍ତ ଥିଲେ। ଗାଁରେ ଏକଥା ପ୍ରଘଟ ହେବାରୁ ପ୍ରେମୀ ଯୁଗଳ ଫେରାର ହୋଇ ଯାଇଥିଲେ।ତେବେ ଏ ବାବଦ ରେ ପରମେଶ୍ବରଙ୍କର ପ୍ରଥମ ସ୍ତ୍ରୀ ଅନିତା ବେଶ୍ରା ଥାନାରେ ଏତଲା ଦେବା ପରେ ପ୍ରେମୀ ଯୁଗଳଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ର ଧାରା ୮୫,୮୨(୨),୧୧୫(୨)୩୫୧(୨) ୩(୫) ପ୍ରକାରେ ମାମଲା ରୁଜୁ କରାଯାଇଛି। ତେବେ କେଉଁ ପରିସ୍ଥିତି ରେ ପୋଲିସ ଏଭଳି ଧର୍ତ୍ତବ୍ୟ ଅପରାଧର ଅଭିଯୁକ୍ତଙ୍କୁ ଛାଡ଼ିଦେଲେ ତାହା ସନ୍ଦେହ ଘେରରେ। ତେବେ ସେଦୁହେଁ ଅନ୍ୟ କେଉଁଠି ପ୍ରାୟ ଏକ ସପ୍ତାହ କାଳ ଆତ୍ମ ଗୋପନ କଲା ପରେ ଏହି ନିଷ୍ପାପ ଏହି ଶିଶୁଟିକୁ ରାସ୍ତାକଡ଼ରେ ଫିଙ୍ଗି ଦେଇ ଚାଲିଯିବା ପରେ ଅଞ୍ଚଳ ଉତ୍ତେଜନା ପ୍ରକାଶ ପାଉଛି। ଉଭୟଙ୍କୁ ଗିରଫ କରା ନଗଲେ ଥାନା ଆଗରେ ଧାରଣା ଦେବାକୁ ଦାବି ହୋଇଛି।
Follow Us