ପୁଣି ଭଣ୍ଡସନ୍ନ୍ୟାସୀଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର

ଜୟ ଢୋଲକିଆ ବିଜେପିରେ ମିଶିବା ପ୍ରସଙ୍ଗରେ ଭିନ୍ନ ଢଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ ମିଶ୍ର। ସେ ପୁଣି ଥରେ ଭଣ୍ଡସନ୍ନ୍ୟାସୀଙ୍କୁ କଟାକ୍ଷ କରିବା ସହ ଦଳର ନେତା ଓ କର୍ମୀମାନଙ୍କୁ ପରୋକ୍ଷ ଭାବେ ଚେତାବନୀ ଦେଇଛନ୍ତି। ଶ୍ରୀମୟୀ ମିଶ୍ର ନିଜ ଫେସ୍‌ବୁକ୍‌ରେ କିଛି ଧାଡ଼ି ଲେଖିଛନ୍ତି।

Shreemayee Mishra (1)
ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ କୁଆଡ଼େ ବିଜେଡି ନୁହେଁ , ବରଂ କ୍ଷମତାସୀନ ବିଜେପି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆହୁରି ମଧ୍ୟ କୁହାଯାଉଛି ଯେ ଜୟ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଭେଟିସାରିଲେଣି। ଆଜି ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ବେଶ ସରଗରମ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଭିନ୍ନ ଢଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ ମିଶ୍ର। ସେ ପୁଣି ଥରେ ଭଣ୍ଡସନ୍ନ୍ୟାସୀଙ୍କୁ କଟାକ୍ଷ କରିବା ସହ ଦଳର ନେତା ଓ କର୍ମୀମାନଙ୍କୁ ପରୋକ୍ଷ ଭାବେ ଚେତାବନୀ ଦେଇଛନ୍ତି। 
ଶ୍ରୀମୟୀ ମିଶ୍ର ନିଜ ଫେସ୍‌ବୁକ୍‌ରେ ଲେଖିଛନ୍ତି,
  କର୍ମୀ ବସିଛନ୍ତି ଅନାଇ
 ଦିଲ୍ଲୀ ରେ deal କରିଦେଲେ କହ୍ନେଇ
 ଦଳ ପାଇଁ ଭଣ୍ଡସନ୍ନ୍ୟାସୀ
 ନୁହଁ ଶୁଭଙ୍କର
 ଭାରି ଭୟଂକର !
 କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ
ବୁଝିଯିବେ................
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe