ସୁନ୍ଦରଗଡ଼/ ବିଶ୍ରା(ଦେବ କୁମାର ଦେ): ଓଡ଼ିଶା–ଝାରଖଣ୍ଡ ସୀମାନ୍ତରେ ସ୍ଥିତ ସାରଣ୍ଡା ଜଙ୍ଗଲରେ ସମ୍ପ୍ରତି ଘଟିଥିବା ନକ୍ସଲ ଏନକାଉଣ୍ଟର ଘଟଣାକୁ ନେଇ ଏବେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଏହି ଘଟଣା ସମ୍ପର୍କରେ ଝାରଖଣ୍ଡ ଓ ବିହାର ରାଜ୍ୟର ସିପିଆଇ ମାଓବାଦୀ ସଂଗଠନର ପ୍ରବକ୍ତା ଆଜାଦ ଗୋଟିଏ ଅଡିଓ ଜାରି କରି ଏନକାଉଣ୍ଟରକୁ ନକଲି ତଥା ଫର୍ଜି ଏନକାଉଣ୍ଟର ବୋଲି ଦାବି କରିଛନ୍ତି। ପ୍ରବକ୍ତା ଆଜାଦ ତାଙ୍କ ଅଡିଓ ସନ୍ଦେଶରେ ଝାରଖଣ୍ଡ ପୁଲିସ ଓ ସିଆରପିଏଫ୍ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ସେ କହିଛନ୍ତି ଯେ ସାରଣ୍ଡା ଜଙ୍ଗଲରେ ସିପିଆଇ ମାଓବାଦୀ ସଂଗଠନର ସଦସ୍ୟମାନଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ କରାଯାଇଛି। ତାଙ୍କ ଦାବି ଅନୁଯାୟୀ, କିଛି ମାଓବାଦୀ କ୍ୟାଡରଙ୍କୁ ବିଷ ଦେଇ ମଧ୍ୟ ହତ୍ୟା କରାଯାଇଛି ଏବଂ ଏହା କୌଣସି ପ୍ରକୃତ ଏନକାଉଣ୍ଟର ନୁହେଁ।
ତିନିଜଣ ନକ୍ସଲ ଏବେ ପୁଲିସ କବଜାରେ
ସେ ପୁଲିସ ପ୍ରଶାସନର ମୃତ ନକ୍ସଲଙ୍କ ସଂଖ୍ୟାକୁ ନେଇ ଆସୁଥିବା ବିରୋଧାଭାସୀ ବୟାନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମେ ପୁଲିସ ୧୫ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ଦେଇଥିବା ବେଳେ, ପରବର୍ତ୍ତୀ ଦିନ ସେହି ସଂଖ୍ୟାକୁ ୧୭କୁ ବଢ଼ାଯାଇଥିଲା। ପ୍ରବକ୍ତା ଆଜାଦ କହିଛନ୍ତି ଯେ ବର୍ତ୍ତମାନ ତିନିଜଣ ନକ୍ସଲ ଏବେ ପୁଲିସ କବଜାରେ ରହିଛନ୍ତି ଏବଂ ସେମାନଙ୍କୁ ମଧ୍ୟ ଶୀଘ୍ର ହତ୍ୟା କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।
ସିପିଆଇ (ମାଓବାଦୀ) ସଂଗଠନର ପ୍ରବକ୍ତାଙ୍କ ଏହି ଅଡିଓ ସାରଣ୍ଡା ମୁକାବିଲା ଘଟଣାର ସତ୍ୟତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ଏବଂ ଏହା ସମଗ୍ର ଘଟଣାକୁ ଏକ ନୂଆ ଦିଗରେ ନେଇଯାଉଛି। ତଥାପି, ଏହି ସମସ୍ତ ଅଭିଯୋଗ ଉପରେ ଏପର୍ଯ୍ୟନ୍ତ ଝାରଖଣ୍ଡ ପୁଲିସ କିମ୍ବା ସିଆରପିଏଫ୍ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ।
ଆହୁରି ପଢ଼ନ୍ତୁ Abhijit Majumdar No More ଆରପାରିରେ ଓଡ଼ିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/25/untitled-2026-01-25-13-30-35.jpeg)