ନକଲି ବିଦେଶୀ ମଦ କାରଖାନା ଠାବ: ବଡ଼ ଖୁଲାସା କଲେ ଅନୁଗୁଳ ଏସ୍‌ପି

ଗତକାଲି ଅନୁଗୁଳ ସହରର ଶିକ୍ଷକପଡ଼ାରୁ ନକଲି ବିଦେଶୀ ମଦ କାରଖାନା ଠାବ ପ୍ରସଙ୍ଗରେ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ବଡ଼ ଖୁଲାସା କରିଛନ୍ତି। ଅନୁଗୁଳ ପୁଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ଚଢ଼ାଉ କରି ବଡ଼ ଧରଣର ନକଲି ମଦ କାରଖାନା ଠାବ କରିଛି ବୋଲି ସେ କହିଛନ୍ତି।

ang

ଅନୁଗୁଳ: ଗତକାଲି ଅନୁଗୁଳ ସହରର ଶିକ୍ଷକପଡ଼ାରୁ ନକଲି ବିଦେଶୀ ମଦ କାରଖାନା ଠାବ ପ୍ରସଙ୍ଗରେ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ବଡ଼ ଖୁଲାସା କରିଛନ୍ତି। ଅନୁଗୁଳ ପୁଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ଚଢ଼ାଉ କରି ବଡ଼ ଧରଣର ନକଲି ମଦ କାରଖାନା ଠାବ କରିଛି ବୋଲି ସେ କହିଛନ୍ତି। ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ହଜାର ହଜାର ବୋତଲ ନକଲି ବିଦେଶ ମଦ ଜବତ ହୋଇଛି।

ଏସ୍‌ପି ଶ୍ରୀ ଜୈନ କହିଛନ୍ତି ଯେ, ଶିକ୍ଷକପଡ଼ାସ୍ଥିତ ଏକ ଭଡ଼ାଘରେ ଚାଲିଥିବା ନକଲି ମଦ କାରଖାନା ଓ ୨୦ କିଲୋମିଟର ଦୂର କଂସରା ଗାଁସ୍ଥିତ ନକଲି ମଦ ଗୋଦାମରୁ ୫୦୦ ଲିଟରରୁ ଅଧିକ ନକଲି ବିଦେଶୀ ମଦ ଜବତ ହୋଇଛି। ଏହାସହ ମଦ ତିଆରି ପାଇଁ ବ୍ୟବହାର ହେଉଥିବା ବିପୁଳ ସ୍ପିରିଟ, ରଙ୍ଗ, ଫ୍ଲେଭର, ବିଭିନ୍ନ ମଦ ବ୍ରାଣ୍ଡର ଷ୍ଟିକର, ସିଲ୍, ଲେବେଲ, ଖାଲି ବୋତଲ ମଧ୍ଯ ଜବତ ହୋଇଛି। ନକଲି ମଦ କାରଖାନା ଚାଲୁଥିବା ଭଡ଼ାଘର ଓ ଗୋଦାମକୁ ସିଲ୍ କରିଛି। ନକଲି ମଦ ତିଆରି କରୁଥିବା ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ମଦ କାରବାରର ମାଷ୍ଟର ମାଇଣ୍ଡ ଓ ଏ କାରବାରର ଚେର କେଉଁଠୁ କେଉଁଯାଏ ଲମ୍ବିଛି ସେନେଇ ଖୋଳତାଡ଼ ଜାରି ରହିଛି। ପୁଲିସକୁ ଏନେଇ ବଡ଼ ସୁରାକ ମିଳିଛି। ଖୁବଶୀଘ୍ର ଏହି ନକଲି ମଦ କାରବାରର ଆକାମାନଙ୍କୁ ଧରିବ ଅନୁଗୁଳ ପୁଲିସ। 

-ରାହୁଲ ଜୈନ, ଆରକ୍ଷୀ ଅଧୀକ୍ଷକ, ଅନୁଗୁଳ 

ସୂଚନାଯୋଗ୍ୟ, ପୁଲିସ ବିଭିନ୍ନ ବ୍ରାଣ୍ଡର ନକଲି ମଦ ଜବତ କରିଛି। ପୁଲିସ ‌ସେଠାରୁ ୧୮୧୬ଟି ନକଲି ବିଦେଶୀ ମଦ ବୋତଲ ଜବତ କରିଛି। ବିଭିନ୍ନ ନାମୀଦାମୀ ମଦ ବୋତଲ ଭିତରେ ଏହି ନକଲି ମଦ ଭର୍ତ୍ତି ହୋଇ ରହିଥିଲା। ଏହାର ପରିମାଣ ୩୩୦ଲିଟରରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏହା ସହିତ ସେଠାରୁ ୫୫ ଲିଟର ସ୍ପିରିଟ୍, ବିପୁଳ ପରିମାଣର ଖାଲି ମଦ ବୋତଲ, ରଙ୍ଗ, ଫ୍ଲେଭର୍‌, ମଦର ଷ୍ଟିକର, ଲେବଲ ଜବତ କରିଛି। ଏଠାରେ ମଦ ପ୍ରସ୍ତୁତ କରୁଥିବା ୨ ଜଣଙ୍କୁ ପୁଲିସ ଉଠାଇ ଆଣି ପଚରାଉଚରା କରୁଛି।

Wine | angul

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe