ରାଜ୍ୟରେ ସମସ୍ତ ୭ଟି ସୂତାକଳ ବନ୍ଦ ହୋଇ ପଡ଼ିଛି: ମନ୍ତ୍ରୀ

ଓଡ଼ିଶାରେ ୧ ଲକ୍ଷ ୨୫ ହଜାର ୧୬୦ ଜଣ ହସ୍ତତନ୍ତ ବୁଣାକାର ଓ ୪ ହଜାର ୬୨୪ ଜଣ କଳତନ୍ତ ବୁଣାକାର ଅଛନ୍ତି। ଅଚଳାବସ୍ଥାରେ ଥିବା ସୂତାକଳଗୁଡ଼ିକରେ ଘରୋଇକରଣ ପାଇଁ ପ୍ରକ୍ରିୟା ଜାରି ରହିଛି।

klo

ଭୁବନେଶ୍ବର: ଆଜି ବିଧାନସଭାରେ ଉଠିଛି ନକଲି ସମ୍ବଲପୁରୀ ଶାଢ଼ି ପ୍ରସଙ୍ଗ। ଏହି ପ୍ରସଙ୍ଗ ଉଠାଇଛନ୍ତି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ। ସେ କହିଛନ୍ତି, ସମ୍ବଲପୁରୀ ଶାଢ଼ି ବଜାରରେ କପି ରାଇଟ ଉଲ୍ଲଘନ ହୋଇ ବ୍ୟାପକ ଭାବେ ନକଲି ଶାଢ଼ି ବଜାରରେ ପ୍ରବେଶ ହେଉଛି। ଏହାଦ୍ୱାରା ହସ୍ତତନ୍ତ ଶାଢ଼ି ବିକ୍ରିର ମାନ୍ଦା ଅବସ୍ଥା ସୃଷ୍ଟି ହୋଇ ବୁଣାକାରମାନେ ହାତବାନ୍ଧି ବସିଥିବା ଅଭିଯୋଗ ଆସିଛି। ତାହା ସରକାରଙ୍କୁ ଦୃଷ୍ଟି ଗୋଚର ହେବା ନିହାତି ଆବଶ୍ୟକ। ଆଉ ଯେଉଁମାନେ ଏହି କାମ କରୁଛନ୍ତି ସେମାନଙ୍କ ପ୍ରତି ସରକାର କଣ ପଦକ୍ଷେପ ନେଉଛନ୍ତି ?

ହସ୍ତତନ୍ତ ବୟନ ଶିଳ୍ପମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ଏହାର ସହୁ ତଥ୍ୟ ସରକାରଙ୍କ ପାଖରେ ରହିଛି। ନକଲି ସମ୍ବଲପୁରୀ ଶାଢ଼ି ବିକ୍ରି କରୁଥିବା ବ୍ୟବସାୟୀଙ୍କ ନାଁ ରେ କେସ କରିବା ସହ କୋର୍ଟ ଦ୍ୱାରା ସମନ କରିଛନ୍ତି ସରକାର।

ଏହାର ତ୍ତତ୍ତର ରଖିଛନ୍ତି ହସ୍ତତନ୍ତ ବୟନ ଶିଳ୍ପମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସେ କହିଛନ୍ତି, ଏହାର ସହୁ ତଥ୍ୟ ସରକାରଙ୍କ ପାଖରେ ରହିଛି। ନକଲି ସମ୍ବଲପୁରୀ ଶାଢ଼ି ବିକ୍ରି କରୁଥିବା ବ୍ୟବସାୟୀଙ୍କ ନାଁ ରେ କେସ କରିବା ସହ କୋର୍ଟ ଦ୍ୱାରା ସମନ କରିଛନ୍ତି ସରକାର। ଏଥିସହ ରାଜ୍ୟରେ ବର୍ତ୍ତମାନ କୌଣସି ବି ସୂତାକଳ କାର୍ଯ୍ୟକ୍ଷମ ନାହିଁ। ପୂର୍ବରୁ ରାଜ୍ୟରେ ୭ଟି ସୂତାକଳ ଥିବା ବେଳେ ବର୍ତ୍ତମାନ ସେ ସବୁ ବନ୍ଦ ହୋଇ ପଡ଼ିଛି। ରାଜ୍ୟର ସମସ୍ତ ସୂତାକଳ ବର୍ତ୍ତମାନ ଅଚଳାବସ୍ଥାରେ ପଡ଼ି ରହିଥିବାରୁ ଶ୍ରମିକମାନେ କାର୍ଯ୍ୟରତ ନାହାନ୍ତି। ଓଡ଼ିଶାରେ ୧ ଲକ୍ଷ ୨୫ ହଜାର ୧୬୦ ଜଣ ହସ୍ତତନ୍ତ ବୁଣାକାର ଓ ୪ ହଜାର ୬୨୪ ଜଣ କଳତନ୍ତ ବୁଣାକାର ଅଛନ୍ତି। ଅଚଳାବସ୍ଥାରେ ଥିବା ସୂତାକଳଗୁଡ଼ିକରେ ଘରୋଇକରଣ ପାଇଁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ବିଦେଶୀ ପୁଞ୍ଜିପତିମାନଙ୍କୁ ନିମନ୍ତ୍ରଣ କରିବା ସହ ପୁନରୁଦ୍ଧାର କରିବା ପାଇଁ କେତେ ଅର୍ଥର ଆବଶ୍ୟକ ଅଛି, ତାହାର ଆକଳନ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe