ମୃତ ଭାବି ପିଣ୍ଡଦାନ କରୁଥିଲେ ପରିବାର ଲୋକେ, ଆଶ୍ରମରେ ଠାବ ହେଲେ ଯୁବକ

ରାଜସ୍ଥାନର ଭରତପୁରରେ ଏକ ଚକିତ ହେବା ଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ଦଶରଥ ନାମରେ ଜଣେ ବ୍ୟକ୍ତି ନିଖୋଜ ଥିବା ବେଳେ ତାଙ୍କର ପରିବାର ଲୋକେ ମୃତ ଭାବି ପ୍ରତିବର୍ଷ ପିଣ୍ଡଦାନ କରି ଆସୁଛନ୍ତି। ମାତ୍ର ବିଧିର ବିଧାନ ବିଚିତ୍ର। ଦଶରଥଙ୍କୁ ନିକଟରେ ପରିବାର ଲୋକେ ଏକ ଆଶ୍ରମରେ ଠାବ କରିଛନ୍ତି।

ଅଦ୍ୟତନ ହୋଇଛି
rajastan

ଭରତପୁର: ରାଜସ୍ଥାନର ଭରତପୁରରେ ଏକ ଚକିତ ହେବା ଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ଦଶରଥ ନାମରେ ଜଣେ ବ୍ୟକ୍ତି ନିଖୋଜ ଥିବା ବେଳେ ତାଙ୍କର ପରିବାର ଲୋକେ ମୃତ ଭାବି ପ୍ରତିବର୍ଷ ପିଣ୍ଡଦାନ କରି ଆସୁଛନ୍ତି। ମାତ୍ର ବିଧିର ବିଧାନ ବିଚିତ୍ର। ଦଶରଥଙ୍କୁ ନିକଟରେ ପରିବାର ଲୋକେ ଏକ ଆଶ୍ରମରେ ଠାବ କରିଛନ୍ତି। ଦଶରଥ ହେଉଛନ୍ତି ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲା ନିବାସୀ। ମାନସିକ ରୂପେ ଅନଗ୍ରସର ହୋଇ ସେ ନିଜ ଘର ଠାରୁ ଅଚାନକ ବାହାରି ଆସିଥିଲେ। ତାଙ୍କୁ ଭରତପୁରର ‘ନିଜ ଘର ଆଶ୍ରମ’ରେ ଠାବ କରାଯାଇଛି। ତାଙ୍କୁ ୧୦ ପୂର୍ବରୁ ମୁଜାଫରନଗରର ଶୁକ୍ରତାଳରୁ ଅଣାଯାଇଥିଲା। ଆଶ୍ରମର କର୍ମଚାରୀମାନେ ଯେତେବେଳେ ତାଙ୍କର ସ୍ବାସ୍ଥ୍ୟରେ ଉନ୍ନତି ଆସିଥିବା ଦେଖିଲେ, ତାଙ୍କର ପରିବାରର ଠିକଣା ପଚାରିଥିଲେ। ଶେଷର ଦଶରଥଙ୍କ ପରିବାର ଲୋକଙ୍କ ସହିତ ଆଶ୍ରମ ତରଫରୁ ସଂପର୍କ କରାଯାଇଥିଲା।

ପରିବାର ଲୋକେ ଯେତେବେଳେ ଜାଣିଲେ ଯେ, ଦଶରଥ ବଞ୍ଚିଛନ୍ତି, ଖୁସିରେ ଆତ୍ମ ବିଭୋର ହୋଇଯାଇଥିଲେ। ସେମାନେ ତୁରନ୍ତ ଭରତପୁର ଯାଇ ଦଶରଥଙ୍କ ସହିତ ‘ନିଜ ଘର ଆଶ୍ରମ’ରେ ଭେଟିଥିଲେ।

ଦଶରଥଙ୍କ ଭଉଣୀ ସିୟାରାଣୀ କହିଛନ୍ତି, ୧୦ ବର୍ଷ ପୂର୍ବରୁ ଦଶରଥ ଗାଁଠାରୁ କିଛି ଦୂରସ୍ଥିତ ଏକ ଇଟାଭାଟିରେ ଦିନ ମଜୁରିଆ ଭାବେ କାମ କରୁଥିଲା। କିନ୍ତୁ କିଛି ସମୟ ପରେ ମାନସିକ ରୋଗର ଶିକାର ହୋଇ ଏକଦା କାହାରିକୁ କିଛି ନକହି ଘରୁ ଚାଲି ଯାଇଥିଲା। ପରିବାର ଲୋକେ ଏଣେତେଣ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ମିଳିପାରି ନଥିଲା। ତେଣୁ ଦଶରଥର ମୃତ୍ୟୁ‌ ହୋଇଯାଇଛି ମନେ କରି ତାର ଆତ୍ମାର ଶାନ୍ତି ପାଇଁ ପ୍ରତିବର୍ଷ ପିଣ୍ଡଦାନ କରି ଆସୁଥିଲେ।

ଦଶରଥଙ୍କ ହାତରେ ଗଭୀର କ୍ଷତ ଚିହ୍ନ ଦେଖାଯାଇଛି। ସମ୍ଭବତଃ ସେ କୌଣସି ଦୁର୍ଘଟଣାର ଶିକାର ହୋଇଥାଇ ପାରନ୍ତି। ଦଶରଥଙ୍କ ପରିବାରରେ ତାଙ୍କର ପତ୍ନୀ ଓ ୨ ପିଲା ଅଛନ୍ତି। ଦଶରଥଙ୍କୁ ପାଇଁ ତାଙ୍କର ପତ୍ନୀ ଓ ସନ୍ତାନମାନେ ବହୁତ ଖୁସି ଅନୁଭବ କରୁଛନ୍ତି। ଶଥରଥଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ। କିନ୍ତୁ ଦୁଃଖର କଥା ହେଲା ଯେ, ତାଙ୍କର ସାନ ପୁଅ ରୋଗାକ୍ରାନ୍ତ ହୋଇ ଆଖିବୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe