ନବରଙ୍ଗପୁର/ ମୈଦଲପୁର: ଗତ ଜୁଲାଇ ୨୯ତାରିଖ ଦିନ ମୈଦଲପୁର ଥାନା ଅର୍ନ୍ତଗତ ଚନ୍ଦ୍ରପୁର ଗାଁର ସୁଧୀର କୁମାର ବେନିୟା ନାମକ ଜୈନେକ ବ୍ୟକ୍ତିଙ୍କର ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଛି ବୋଲି ପରିବାରବର୍ଗ ସନ୍ଦେହ ପ୍ରକାଶ କରି ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ସନ୍ଦେହରେ ତିନି ଜଣଙ୍କୁ ଆଣି ପଚାରାଉଚାରା କରି ଛାଡ଼ି ଦେଇଥିଲା। ଗତକାଲି ଅପରାହ୍ନ ସାଢ଼େ ୩ଟାରେ ମୃତ ସୃତିରଂଜନଙ୍କ ପତ୍ନୀ, ୨ଝିଅ, ୩ପୁଅ ଆଦି ମୈଦଲପୁର ଥାନାକୁ ଆସି ଧାରଣା ଦେଇଥିଲେ। ତାଙ୍କ ବାପାଙ୍କ ମୃତ୍ୟୁ ବିଷାକ୍ତ ମଦ ପିଇ ହୋଇଛି ବୋଲି ଦାବି କରିଥିଲେ। ଅଭିଯୁକ୍ତ ତିନି ଜଣଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ମୈଦଲପୁର ଥାନା ଅଧିକାରୀ ବିପୀନ କୁମାର କୁଳଦୀପ ଓ ପାପଡାହାଣ୍ଡି ଏସଡିପିଓ ବୁଝାସୁ୍ଝା କରି ଆଉ ଥରେ ଏତଲା ଦେବାକୁ କହିବା ପରେ ରାତି ୮ଟାରେ ଫେରିଥିଲେ।
ମୃତ ସୃତିରଂଜନଙ୍କ ପତ୍ନୀ, ୨ଝିଅ, ୩ପୁଅ ଆଦି ମୈଦଲପୁର ଥାନାକୁ ଆସି ଧାରଣା ଦେଇଥିଲେ। ତାଙ୍କ ବାପାଙ୍କ ମୃତ୍ୟୁ ବିଷାକ୍ତ ମଦ ପିଇ ହୋଇଛି ବୋଲି ଦାବି କରିଥିଲେ।
ଗତ ୨୯ତାରିଖ ଦିନ ଚନ୍ଦ୍ରପୁର ଗାଁର ସୁଧୀର ଆଉ ଜଣେ ବ୍ୟକ୍ତି ଦୟାନିଧି ବେନିୟାଙ୍କ ସହ ଆସି ପୃଥକ ପୃଥକ ତିନି ଜଣଙ୍କ ଘରେ ବୁଲିବୁଲି ମଦ ପିଇଥିଲେ। ଅତ୍ୟଧିକ ମଦ୍ୟପାନ କରିବା ପରେ ସୁଧିର ଅଚେତ ହୋଇ ପଡ଼ିଥିଲେ। ସୂଚନା ପାଇ ପରିବାରବର୍ଗ ପାପଡାହାଣ୍ଡି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାରବର୍ଗ ତାଙ୍କ ବାପାଙ୍କ ମୃତ୍ୟୁ ବିଷାକ୍ତ ମଦ ପିଇ ବୋଲି ପୁଲିସରେ ଏତଲା ଦେଇଥିଲେ।
ଏତଲା ମୁତାବକ ପୁଲିସ ତିନି ଜଣଙ୍କୁ ଆଣି ପଚାରାଉଚାରା କରିଥିଲା। ଶବବ୍ୟବଚ୍ଛେଦ ରିପୋର୍ଟରେ ହୃଦଘାତ ବୋଲି ଡାକ୍ତର ଲେଖିଥିବାରୁ ଏବଂ ଉକ୍ତ ତିନିଙ୍କ ସଂପୃକ୍ତି ନଥିବା ପୁଲିସ ତଦନ୍ତ ବେଳେ ଜଣା ପଡିବାରୁ ଛାଡ଼ି ଦିଆଯାଇଥିବା କହିଛନ୍ତି ମୈଦଲପୁର ଥାନା ଅଧିକାରୀ। ତେବେ ମୃତକଙ୍କ ଭିସୋରା ସଂରକ୍ଷିତ କରି ରଖାଯାଇଛି, ପରିବାରବର୍ଗ ଆଉ ଥରେ ସନ୍ଦେହ ପ୍ରକାଶ କରି ଅଭିଯୋଗପତ୍ର ଦେଲେ ଭିସୋରା ପରୀକ୍ଷା ପାଇଁ ପଠାଯିବ ବୋଲି କହିଛନ୍ତି ଥାନା ଅଧିକାରୀ।
Nabarangpur
Follow Us