ଚିନ୍ତାରେ ଚାଷୀ: ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଚାଷକାର୍ଯ୍ୟ ପାଇଁ ମେଗା ପ୍ରକଳ୍ପ ପରିଚାଳନା ନିମନ୍ତେ ଚାଷୀମାନେ କୁଚିଣ୍ଡା ଉପଜିଲ୍ଲାପାଳ ସି ସରବନନ୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

New Project (20)

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଚାଷକାର୍ଯ୍ୟ ପାଇଁ ମେଗା ପ୍ରକଳ୍ପ ପରିଚାଳନା ନିମନ୍ତେ ଚାଷୀମାନେ କୁଚିଣ୍ଡା ଉପଜିଲ୍ଲାପାଳ ସି ସରବନନ୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି କୁଚିଣ୍ଡା ଅଞ୍ଚଳର ଦଶଖଣ୍ଡ ଗ୍ରାମର ଯଥା ସଇଡା, ପତ୍ରାପାଲି, ଖଣ୍ଡୋକଟା, ସିଂଙ୍କଳପୋଷି, କିଣ୍ଡିରା, ପାରୁଆଭାଡି, ଜଟିଆପାଲି, ରାମତିଲେଇମାଲ, ପଣ୍ଡରିକଟା ଏବଂ ହାଡ଼ିପାଲି ଗ୍ରାମର ଚାଷିମାନେ ଚାଷ କାର୍ଯ୍ୟ ନିମନ୍ତେ ମେଗା ଜଳ ପ୍ରକଳ୍ପ ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି। 

ଏବର୍ଷ କମ୍ ବର୍ଷା ଏବଂ ମେଗା ଜଳ ପ୍ରକଳ୍ପ ଅଚଳ ପଡ଼ିଥିବା ହେତୁ ଚାଷ କାର୍ଯ୍ୟ ବ୍ୟାଘାତ ହେଉଥିବା ଅଭିଯୋଗ ନେଇ ଏକ ଦାବିପତ୍ରରେ ଲିଖିତ ଆକାରରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଚାଷ କରାଯାଇଥିବା ଜମି ପାଣି ଅଭାବରୁ ଶୁଖି ଫାଟି ଯାଇଥିବା ମଧ୍ୟ ଦାବିପତ୍ର ରେ ଉଲ୍ଲେଖ କରିଥିଲେ। ଏହା ସହିତ ପ୍ରଶାସନକୁ ଅଭିଯୋଗ ଦେବା ସତ୍ତ୍ୱେ ଏହାର କୋୖଣସି ସୁଫଳ ମିଳିନଥିବା ମଧ୍ୟ ଉଲ୍ଲେଖ କରିଥିଲେ।

ଚାଷୀମାନେ କମ୍ ବର୍ଷା ଏବଂ ମେଗା ଜଳ ପ୍ରକଳ୍ପ ଅଚଳ ପଡ଼ିଥିବା ହେତୁ ଚାଷ କାର୍ଯ୍ୟ ବ୍ୟାଘାତ ହେଉଥିବା ଅଭିଯୋଗ ନେଇ ଏକ ଦାବିପତ୍ରରେ ଲିଖିତ ଆକାରରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

ଏଥି ସହ ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ନିୟୋଜିତ କରିଥିବା ଧନକୁ ଫେରି ପାଇବେ କି ନାହିଁଁ। ସେମାନେ ସେଥିପ୍ରତି ଦ୍ବନ୍ଦ୍ବରେ ରହିଥିବାର ମଧ୍ୟ ଉଲ୍ଲେଖ କରିଥିଲେ। ଯଥା ଶୀଘ୍ର ଉକ୍ତ ମେଗା ଜଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଏହା ସହିତ ଏହି ସମସ୍ୟାର ସମାଧାନ କରାନଗଲେ ଚାଷୀମାନେ ରାସ୍ତାରୋକ କରିବେ ବୋଲି ଉକ୍ତ ଦାବିପତ୍ରରେ ଉଲ୍ଲେଖ କରି ସୂଚନା ପ୍ରଦାନ କରିଥିଲେ।

ଏଥିରେ ଚାଷୀ ଶିବନାରୟଣ ନାଏକ, ବିରେନ୍ଦ୍ର ପଟେଲ, ଚୈତନ୍ୟ କାଉ,ସରୋଜ ସେନାପତି,ଗଗନ ବିହାରୀ ପୃଷେଠ,ସନୁ ମାଝୀ, ଗଣେଶ ଚନ୍ଦ୍ର ସାହୁ, ସୁରେଶ ପୃଷେଠ, ମୀନକେତନ ବାଦୀ, ଉମେଶ କିଚିଣ୍ଡିଆ, ପ୍ରମୋଦ ମାଝୀ, ମାମା ପୃଷେଠ, ବାପୁନ ପୃଷେଠ, ସନାତନ ପୃଷେଠ, ରାମଚନ୍ଦ୍ର ପ୍ରଧାନଙ୍କ ସମେତ ଅଞ୍ଚଳର ପ୍ରମୁଖ ଚାଷୀମାନେ ସାମିଲ ହୋଇଥିଲେ।

 Sambalpur | Farmers

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe