ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତର ପଞ୍ଚାୟତ ବାରିଲୋ ଗ୍ରାମର ବିଜୟ କୁମାର ଜେନା ( ୫୪ )ଙ୍କର ଆଜି ସକାଳେ ବିଦ୍ୟୁତ ଆଘାତରେ ଅକାଳ ମୃତ୍ୟୁ ଘଟିଛି | ବିଲରେ ପାଣି ମଡ଼ାଇବା ବେଳେ କୌଣସି କାରଣରୁ ଲିପ୍ଟ ପଏଣ୍ଟରେ କରେଣ୍ଟ ଚାର୍ଜ ହୋଇଯାଇଥିଲା | ବିଜୟଙ୍କ ଶରୀର କରେଣ୍ଟ ସଂସ୍ପର୍ଶରେ ଆସିଥିଲା | ଫସଲ କିଆରୀରେ ହିଁ ଟଳି ପଡ଼ିଥିଲେ ସେ | ସ୍ଥାନୀୟ ଜନୈକ ବ୍ୟକ୍ତି କୋବି କିଣିବାକୁ ଯିବା ବେଳେ ବିଜୟଙ୍କୁ ପଡ଼ିଥିବା ଅବସ୍ଥାରେ ଦେଖିଥିଲେ | 

Advertisment

ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ| ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା | ସେଠାରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | 

ହାସ୍ୟ ଅଭିନେତା ଭାବେ ବାଲିପାଟଣା ଅଞ୍ଚଳରେ ବେଶ୍ ଜଣାଶୁଣା

ଆହୁରି ପଢ଼ନ୍ତୁ:Reaction PCC President Mokim: ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଚିଠି, ମୁହଁ ଖୋଲିଲେ ପିସିସି ସଭାପତି ଭକ୍ତ ଚରଣ ଦାସ

ବିଜୟ ବାଲିପାଟଣା ବ୍ଲକର ଜଣେ ସଫଳ ଚାଷୀ ଭାବେ ବହୁ ସ୍ଥାନରେ ପୁରସ୍କୃତ ହୋଇଛନ୍ତି | ସ୍ଥାନୀୟ ମହାବୀର ସାଂସ୍କୃତିକ ପରିଷଦର ସେ ଜଣେ ସ୍ଥାୟୀ ସଦସ୍ୟ ଥିଲେ | ଜଣେ ସୁନାମଧନ୍ୟ ହାସ୍ୟ ଅଭିନେତା ଭାବେ ବାଲିପାଟଣା ଅଞ୍ଚଳରେ ସେ ବେଶ୍ ଜଣାଶୁଣା | ସକାଳୁ ବିଜୟ ବିଲ ମୁଣ୍ଡରେ ପ୍ରତିଷ୍ଠା କରିଥିବା ଜଗନ୍ନାଥଙ୍କୁ ପୂଜା କରିବା ପରେ ବିଲକୁ ଯାଇଥିଲେ | ଦୁର୍ଭାଗ୍ୟ ବଶତଃ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ଘଟିଛି |

ଆହୁରି ପଢ଼ନ୍ତୁ:Tax On Condom & Contraceptiv: ଚୀନ୍‌ରେ ଶାରୀରିକ ସମ୍ପର୍କ ଏବେ ମହଙ୍ଗା: ସି ଜିନପିଙ୍ଗଙ୍କ କମ୍ୟୁନିଷ୍ଟ ସରକାର ନେଲେ ପଦକ୍ଷେପ

ବାଲିପାଟଣା ପୁଲିସ ଶବ ବ୍ୟବଛେଦ ପ୍ରକିୟା ଜାରି ରଖିଛି | ସ୍ଥାନୀୟ ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣା ସ୍ଥଳ ଅନୁଧ୍ୟାନ କରି ଫେରିଛନ୍ତି | ଅଠାନ୍ତର ସରପଞ୍ଚ ଅଜିତ କୁମାର ମହାନ୍ତି ଏବଂ ଗ୍ରାମବାସୀ ବିଜୟଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି |