ପରିବା ଆଣିବାକୁ ଖେତକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ି ଜୀବନ ହରାଇଲେ

ହାତୀ ଆକ୍ରମଣରେ ଆଜି ଅପରାହ୍ନ ୫ଟାବେଳେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣକ ହେଲେ ଜଙ୍କିଆ ଥାନା ଅଧିନସ୍ଥ ଟାଙ୍କୋଳ ଦେଉଳ ସାହିର ପଠାଣି ସ୍ୱାଇଁ। ପଠାଣି ନିଜର ଲୁନା ଗାଡ଼ି ଯୋଗେ ମଲାଗୁଣି ନଦୀ ପଠାସ୍ଥିତ ପରିବା କ୍ଷେତକୁ ପରିବା ଆଣିବା ପାଇଁ ଯାଇଥିଲେ।

Eleephant Nirakarapur

Man killed by elephant. Photograph: (sambad.in)

ନିରାକାରପୁର: ହାତୀ ଆକ୍ରମଣରେ ଆଜି ଅପରାହ୍ନ ୫ଟାବେଳେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣକ ହେଲେ ଜଙ୍କିଆ ଥାନା ଅଧିନସ୍ଥ ଟାଙ୍କୋଳ ଦେଉଳ ସାହିର ପଠାଣି ସ୍ୱାଇଁ (୬୦)। ପଠାଣି ନିଜର ଲୁନା ଗାଡ଼ି ଯୋଗେ ମଲାଗୁଣି ନଦୀ ପଠାସ୍ଥିତ ପରିବା କ୍ଷେତକୁ ପରିବା ଆଣିବା ପାଇଁ ଯାଇଥିଲେ। ସେଠାରୁ ସେ ଫେରୁଥିବା ବେଳେ ବାଲିକୁଦାଠାରେ ସମ୍ମୁଖରୁ ଦନ୍ତା ହାତୀତି ଆକ୍ରମଣ କରିଥିଲା।

ହାତୀ ଆକ୍ରମଣରେ ପଠାଣିଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ପେଟ ଫାଟି ଯାଇଛି। ଅନୁରୂପ ଭାବେ ମୁଣ୍ଡରେ ଗଭୀର ଆଘାତରେ ପ୍ରଚୁର ରକ୍ଶ୍ରାବ ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ଗ୍ରାମବାସୀମାନେ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ସ୍ଥାନୀୟ ପୁଲିସ ଓ ବନ ବିଭାଗକୁ ଖବର ଦେବା ସତ୍ୱେ କେହି ଘଟଣା ସ୍ଥଳରେ ପହଞ୍ଚି ନଥିବାରୁ ମୃତ୍ୟୁକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ୱେଜନା ସୃଷ୍ଟି ହୋଇଥିଲା। ତେବେ ବିଶୃଙ୍ଖଳା ଭୟରେ ବିଭାଗ ପକ୍ଷରୁ କେହି ପହଞ୍ଚି ନଥିବା ସ୍ଥାନୀୟବାସୀ ଅଭିଯୋଗ କରିଥିଲେ। ଘଟଣା ଘଟିବାର ଦୀର୍ଘ ୩ଘଣ୍ଟା ପରେ ଅର୍ଥାତ ସାଢ଼େ ୮ଟା ବେଳକୁ ଜଙ୍କିଆ ପୁଲିସ ପହଞ୍ଚିଥିବା ସ୍ଥାନୀୟବାସୀଙ୍କ ସୂତ୍ରରୁ ପ୍ରକାଶ।

ପଠାଣି ନିଜର ଲୁନା ଗାଡ଼ି ଯୋଗେ ମଲାଗୁଣି ନଦୀ ପଠାସ୍ଥିତ ପରିବା କ୍ଷେତକୁ ପରିବା ଆଣିବା ପାଇଁ ଯାଇଥିଲେ। ସେଠାରୁ ସେ ଫେରୁଥିବା ବେଳେ ବାଲିକୁଦାଠାରେ ସମ୍ମୁଖରୁ ଦନ୍ତା ହାତୀତି ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ପଠାଣିଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ପେଟ ଫାଟି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ କମାଗୁରୁ ଜଙ୍ଗଲରେ ୧୫ଟି ଓ ଟାଙ୍କୋଳରେ ଗୋଟିଏ ହାତୀ ଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ। ଏନେଇ ଭୂଷଣ୍ଡପୁର ଫରେଷ୍ଟର ପ୍ରଶାନ୍ତ କୁମାର ଦାଶଙ୍କୁ ପଚାରିବାରେ ଜଙ୍ଗଲେ ହାତୀ ଥିବା ଯୋଗୁଁ ସ୍ଥାନୀୟବାସୀଙ୍କୁ ଜଙ୍ଗଲ ଭିତରକୁ ନଯିବା ପାଇଁ ବାରମ୍ବାର ଅବଗତ ସହ ସଚେତନ କରାଯାଉଛି। ଏହା ସତ୍ୱେ ସବୁ ଜାଣିମଧ୍ୟ ଲୋକେ ଯାଆସ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସରକାରୀ ନିୟମ ଅନୁସାରେ ଯାହା ସହଯୋଗ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 

Farmers | Elephant

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe