ବୈଠକରେ ନିଷ୍ପତ୍ତି: ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ବିକିପାରିବେନି ଧାନ

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଧାନ କିଣା ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଧୁନିକୀକରଣ ମାଧ୍ୟମରେ ଧାନ କିଣା ଯିବ ବୋଲି ଆଲୋଚନା ହୋଇଛି। ସେଥିପ୍ରତି ମୋହନ ମାଝୀଙ୍କ ସରକାର ପୁଙ୍ଖାନୁପୁଙ୍ଖ ଭାବେ ସବୁଦିଗ ପ୍ରତି ଧ୍ୟାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଧାନ କିଣା ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଧୁନିକୀକରଣ ମାଧ୍ୟମରେ ଧାନ କିଣା ଯିବ ବୋଲି ଆଲୋଚନା ହୋଇଛି। ସେଥିପ୍ରତି ମୋହନ ମାଝୀଙ୍କ ସରକାର ପୁଙ୍ଖାନୁପୁଙ୍ଖ ଭାବେ ସବୁଦିଗ ପ୍ରତି ଧ୍ୟାନ ଦେଇଛନ୍ତି।

Mohan Majhi

ଭୁବନେଶ୍ବର: ଖରିଫ ଧାନ ଅମଳ ପୂର୍ବରୁ ରାଜ୍ୟ ସରକାର ମଙ୍ଗଳବାର ଧାନ କିଣାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଧୁନିକୀକରଣ ମାଧ୍ୟମରେ ଧାନ କିଣା ଯିବ ବୋଲି ଆଲୋଚନା ହୋଇଛି। ନିର୍ବାଚନୀ ପ୍ରତିଶ୍ରୁତିରେ ଯେଭଳି କୌଣସି ଅବହେଳା ନହୁଏ, ସେଥିପ୍ରତି ମୋହନ ମାଝୀଙ୍କ ସରକାର ପୁଙ୍ଖାନୁପୁଙ୍ଖ ଭାବେ ସବୁଦିଗ ପ୍ରତି ଧ୍ୟାନ ଦେଇଛନ୍ତି। ସେହିପରି ବାହାର ରାଜ୍ୟର ଚାଷୀ ଆସି ଓଡ଼ିଶାର ମଣ୍ଡିରେ ଧାନ ଯେପରି ବିକି ନପାରିବେ, ସେଥି ପ୍ରତି ମଧ୍ୟ ଗୁରୁତ୍ବ ଦେବାର ଅଛି।

ଧାନ କିଣା ସମୟରେ ପ୍ରତି ମଣ୍ଡିରେ ଜଣେ ଲେଖାଏଁ ପ୍ରାଧିକୃତ ଅଧିକାରୀ ରହିବେ। ଏକାଧିକ ଧାନ ମଣ୍ଡିକୁ ନେଇ ଜୋନ ତିଆରି ହେବ ଏବଂ ପ୍ରତି ଜୋନରେ ଜଣେ ଲେଖାଏଁ ସୁପରଭାଇଜର ରହିବେ। ଯୋଗାଣ, ସମବାୟ, ପୁଲିସ ପ୍ରଶାସନ ଓ ଜିଲ୍ଳା ପ୍ରଶାସନର ଅଧିକାରୀମାନେ ଦାୟିତ୍ୱରେ ରହିବେ। ଆବଶ୍ୟକ ପଡିଲେ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯିବ। ଟୋକନ ବିଷୟରେ ସମସ୍ତ ନିଷ୍ପତି ଜିଲ୍ଲାପାଳ ନେଇ ପାରିବେ। ପ୍ରତି ମନ୍ତ୍ରୀଙ୍କୁ ଦୁଇରୁ ତିନୋଟି ଜିଲ୍ଲାର ଦାୟିତ୍ୱ ଦିଆଯିବ।

ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ଧାନ କିଣା ନେଇ ସରକାର ବଡ଼ ଲକ୍ଷ୍ୟ ରଖିଛନ୍ତି। ପଡୋଶୀ ରାଜ୍ୟର ଚାଷୀ ଓଡ଼ିଶାକୁ ଆସି କେମିତି ଧାନ ବିକ୍ରି ନକରିବେ ସେ ନେଇ ଧ୍ୟାନ ରାଜ୍ୟ ସରକାର ଦେଉଛନ୍ତି। ସୀମା ସିଲ କରାଯାଇ ଅନ୍ୟ ରାଜ୍ୟର ଚାଷୀ କେମିତି ଓଡ଼ିଶାକୁ ନଆସିବେ ସେଥିପାଇଁ ଯୋଜନା କରାଯିବ। ଧାନ ମଣ୍ଡି ଆଧୁନିକୀକରଣ କରିବା ପାଇଁ ସମବାୟ, କୃଷି ଓ ଯୋଜନା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାରେ ଓଦା ହୋଇ ଧାନ ନଷ୍ଟ ନହେବା ପାଇଁ ମଣ୍ଡିରେ ବ୍ୟବସ୍ଥା କରାଯିବ। ମଣ୍ଡିରେ ଚାଷୀଙ୍କୁ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ। ଧାନ ଓଜନ ପାଇଁ ଆଧୁନିକ ମେସିନ ବ୍ୟବସ୍ଥା କରାଯାଇଛି। କଟନୀ ଛଟନୀ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି।

ଧାନ କିଣା ନେଇ ଆଜି ଲୋକସେବା ଭବନରେ ଗୁରୁତ୍ବପୁର୍ଣ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୩୦ ଜିଲ୍ଲାରେ ଜିଲ୍ଲାପାଳଙ୍କ ସହ ଧାନ ସଂଗ୍ରହରେ ନିୟୋଜିତ ହେବାକୁ ଥିବା ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

-ସୁରେଶ ପୂଜାରୀ, ରାଜସ୍ବ ମନ୍ତ୍ରୀ

ଶ୍ରୀ ପୂଜାରୀ କହିଛନ୍ତି, ଧାନର ମାନ ନିର୍ଦ୍ଧାରଣ ଏବଂ ଧାନରୁ ଅଗାଡି ଅଲଗା କରିବା ପାଇଁ ଆନାଲାଇଜର ମେସିନ ମଣ୍ଡିରେ ଲଗାଯାଇଛି। ଆଗରୁ ଦୁଇଥର ଧାନର କ୍ୱାଲିଟି ଟେଷ୍ଟ ହେଉଥିଲା। ଏଥର ଥରେ ହିଁ ଧାନର ମାନ ଯାଞ୍ଚ କରାଯିବ, ଯାହାଦ୍ବାରା କଟନୀ ଛଟନୀ ହେବ ନାହିଁ।ରାଜ୍ୟ ସରକାର ଗତ ବର୍ଷ ୫୮ ଲକ୍ଷ କୁଇଣ୍ଟାଲ ଧାନ କିଣିଥିଲେ। ଏଥର ୮୦ ଲକ୍ଷ କୁଇଣ୍ଟାଲ ଧାନ କିଣିବାର ଲକ୍ଷ୍ୟ ରଖା ଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe