ଚାଷୀଙ୍କ ପ୍ରାପ୍ୟ ନ ମିଳିବା ଯାଏଁ ଧାରଣା ଜାରି ରହିବ: ପ୍ରଦୀପ ମାଝୀ

ଚାଷୀଙ୍କ ଧାନର ବକେୟା ପ୍ରାପ୍ୟ ପାଇଁ ଭୁବନେଶ୍ବରରେ ଚାଳିଛି ଅହୋରାତ୍ର ଆନ୍ଦୋଳନ।  ପ୍ରାପ୍ୟ ଟଙ୍କା ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ।  

raigar farmers

raigar farmers Photograph: (sambad.in)

ନବରଙ୍ଗପୁର: ଚାରି ମାସ ତଳେ ଖରିଫ ମଣ୍ଡିରେ ଧାନ ବିକ୍ରିକଲେ ଚାଷୀ। ଚାଷୀଙ୍କ ଧାନ କିଣିଲା କ୍ରୟକାରୀ ସଂସ୍ଥା ଲ୍ୟାମ୍ପ। ଧାନ ଦେବାର ୪ମାସ ପରେ ବି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ୩୪୪ଚାଷୀଙ୍କର ୩୪୪ଟି ଟୋକନ୍ ୧୪୨୫୨କୁଇଣ୍ଟାଲ ଧାନର ୪ କୋଟି ୪୧ ଲକ୍ଷ ୮୨ ହଜାର ୮୨୨ ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇନି। ଚାଷୀଙ୍କ ଧାନର ବକେୟା ପ୍ରାପ୍ୟ ପାଇଁ ଭୁବନେଶ୍ବରରେ ଚାଳିଛି ଅହୋରାତ୍ର ଆନ୍ଦୋଳନ।  ପ୍ରାପ୍ୟ ଟଙ୍କା ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ।  

ଗତକାଲି ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ଧାରଣାରେ ଯୋଗ ଦେଇଥିବା ବେଳେ ଆଜି ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ସଂଜୟ ଦାସ ବର୍ମା ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସରକାର ବିରୋଧରେ ବର୍ଷିଛନ୍ତି। ରାଜନୈତୀକ ଉଦେଶ୍ୟ ନେଇ ଏହା କରାଯାଉଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହୁଥିବା ବେଳେ ରାଜନୈତୀକ ଉଦେଶ୍ୟ ନୁହେଁ ଚାଷୀଙ୍କ ହକ୍କ ପାଇଁ ଲଢ଼େଇ ବୋଲି କହିଛନ୍ତି ପୂର୍ବତନ ସାଂସଦ। 

ଗତ ୪ ମାସ ତଳେ ରାଇଘର ଲ୍ୟାମ୍ପସ୍ ପକ୍ଷରୁ ୩୪୪ ଚାଷୀଙ୍କ ଠାରୁ ୧୪ ହଜାର ୨୫୨ କୁଇଣ୍ଟାଲ ଧାନ କିଣାଯାଇଥିଲା । ୪ କୋଟି ୪୧ ଲକ୍ଷ ୮୨ ହଜାର ୮୨୨ ଟଙ୍କାର ଧାନ କିଣି ସରକାର ଭୁଲିଯାଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦ ଦିନ ମଧ୍ୟରେ ପ୍ରାପ୍ୟ ମିଳବ ବୋଲି ଲିଖିତ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଆଜିପର୍ଯ୍ୟନ୍ତ ଧାନବିକ୍ରି ଟଙ୍କା ମିଳିଲା ନାହିଁ। ଚାଷୀଙ୍କ ପ୍ରାପ୍ୟ ନମିଳିବା ପର୍ଯ୍ୟନ୍ତ ଭୁବନେଶ୍ଵରେ ଆନ୍ଦୋଳନ ଜାରି ରହିବ। ଚାଷୀଙ୍କ ଟଙ୍କା ନେଇ ଭୁବନେଶ୍ୱରୁ ଫେରିବୁ ବୋଲି କହିଛନ୍ତି ପ୍ରଦୀପ। 

ଟାର୍ଗେଟ୍ ସରିଥିବା ମିଲରଙ୍କୁ ଧାନ ଦିଆଯାଇଥିବାରୁ ଟ୍ରାନ୍ଜିଟ୍ ପାସ କଟଯାଇପାରି ନଥିଲା। ଯଦ୍ୱାରା ଚାଷୀଙ୍କ ପ୍ରାପ୍ୟ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ। ଇତି ମଧ୍ୟରେ ଖରିଫ ଧାନମଣ୍ଡି ବନ୍ଦ ହୋଇଯାଇଥିଲା। ଏହି ଘଟଣାରେ ତଦନ୍ତ ପରେ ମଣ୍ଡି ପରିଚାଳନାରେ ଅନିୟମିତତା ଅଭିଯୋଗରେ ରାଇଘର ଲ୍ୟାମ୍ପସ୍ ଏମଡି ନିରାକାର ରାଉତକୁ ନିଳମ୍ବନ କରିଛନ୍ତି। ଅନ୍ୟପକ୍ଷରେ ନୂତନ ସରକାର ମଣ୍ଡିର ସୁପରିଚାଳନା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଗୁରୁଦାୟିତ୍ଵ ଦେଇଥିଲେ ମଧ୍ୟ ଏଭଳି ଅନିୟମିତତା ହୋଇଥିଲା। ଏହି ଘଟଣାରେ କେବଳ ତଳତଳିଆ ଜଣେ ଲ୍ୟାମ୍ପସ୍ ଏମଡିଙ୍କୁ ନିଳମ୍ବନ କରି ସରକାର ଚୁପ ରହିଛନ୍ତି। 

Nabarangpur | Farmers

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe