ଖରିଫ ମଣ୍ଡି ପଞ୍ଜୀକରଣରେ ୧ ହଜାର ୮୧୬ ଚାଷୀ କମିଲେ

Advertisment

ଗତବର୍ଷ ୨୪ଟି ଏସ୍‌ଏଚଜିରେ ୯ ହଜାର ୩୩୭ ଚାଷୀ ପଞ୍ଜୀକରଣ କରିଥିଲେ I ଚଳିତ ବର୍ଷ ୯ ହଜାର ୯୮୪ ଜଣ ପଞ୍ଜୀକରଣ କରିଛନ୍ତି। ଅର୍ଥାତ୍ ଏସ୍ଏଚଜିରେ ୬୪୭ ଚାଷୀ ବୃଦ୍ଧି ପାଇଛନ୍ତି। ୩ଟି ପାଣି ପଞ୍ଚାୟତରେ ଗତବର୍ଷ ପଞ୍ଜୀକରଣ କରିଥିଲେ ୧ ହଜାର ୩୧୭ ଜଣ ଚାଷୀ।

ଗତବର୍ଷ ୨୪ଟି ଏସ୍‌ଏଚଜିରେ ୯ ହଜାର ୩୩୭ ଚାଷୀ ପଞ୍ଜୀକରଣ କରିଥିଲେ I ଚଳିତ ବର୍ଷ ୯ ହଜାର ୯୮୪ ଜଣ ପଞ୍ଜୀକରଣ କରିଛନ୍ତି। ଅର୍ଥାତ୍ ଏସ୍ଏଚଜିରେ ୬୪୭ ଚାଷୀ ବୃଦ୍ଧି ପାଇଛନ୍ତି। ୩ଟି ପାଣି ପଞ୍ଚାୟତରେ ଗତବର୍ଷ ପଞ୍ଜୀକରଣ କରିଥିଲେ ୧ ହଜାର ୩୧୭ ଜଣ ଚାଷୀ।

Farmers

The New Indian Express

କୋରାପୁଟ: ଖରିଫ ମଣ୍ଡିରେ ଚାଷୀ ପଞ୍ଜୀକରଣ ସଂଖ୍ୟା ଗତବର୍ଷ ଠାରୁ ଚଳିତ ବର୍ଷ ୧ ହଜାର ୮୧୬ ଜଣ ଚାଷୀ କମିଛନ୍ତି। ପଞ୍ଜୀକରଣ ଯାଞ୍ଚ କଡ଼ାକଡ଼ି, କାର୍ଯ୍ୟାନୁଷ୍ଠାନ ଭୟ ଏବଂ ଚାଷ ଜମି କମିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ରାଜ୍ୟ ସରକାର ଏଥର ଧାନର ସର୍ବନିମ୍ନ ସହାୟକ (ଏମଏସପି) ମୂଲ୍ୟ କ୍ବିଣ୍ଟାଲ ପିଛା ୨୧୮୩ଟଙ୍କାରୁ ୩୧ ଶହକୁ ବୃଦ୍ଧି କରିଛନ୍ତି। ଏହାଛଡ଼ା ଦର ବଢିଯିବାରୁ ସରକାରଙ୍କ ଅନ୍ୟାନ୍ୟ ସୁବିଧା ସୁଯୋଗରୁ ବଞ୍ଜିତ ହେବା ଭୟ ଚାଷୀଙ୍କ ମଧ୍ୟ ଘାରିଛି। 

୨୦୨୨-୨୩ ଖରିଫ ଋତୁରେ କୋରାପୁଟ ଜିଲ୍ଲାର ୪୪ ହଜାର ୧୪୯ ଚାଷୀ ଧାନ ବିକ୍ରି କରିବାକୁ କ୍ରୟକାରୀ ସଂସ୍ଥାରେ ପଞ୍ଜୀକରଣ କରିଥିଲେ। ୨୦୨୩-୨୪ରେ ଏହି ସଂଖ୍ୟା ୪୧ ହଜାର ୧୪୯ରେ ପହଞ୍ଚିଥିଲା। ବର୍ଷେ ମଧ୍ୟରେ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ୩ ହଜାର କମିଯାଇଥିଲା। ଚଳିତ ବର୍ଷ ୩୯ ହଜାର ୩୩୩ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ତୁଳନାରେ ୧ ହଜାର ୮୧୬ ଚାଷୀ କମ୍ ରହିଛନ୍ତି। ଗତବର୍ଷ ୨୦ଟି ଲ୍ୟାମ୍‌ ସରେ ୩୧ ହଜାର ୮୨ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ଚଳିତବର୍ଷ ଏହି ସଂଖ୍ୟା ରହିଛି ୨୭ ହଜାର ୯୦୯। ଅର୍ଥାତ୍ ୩ ହଜାର ୧୭୩ ଚାଷୀ କମିଛନ୍ତି। 

ଗତବର୍ଷ ୨୪ଟି ଏସ୍‌ଏଚଜିରେ ପଞ୍ଜୀକରଣ କରିଥିଲେ ୯ ହଜାର ୩୩୭ ଚାଷୀ I ଚଳିତ ବର୍ଷ ୯ ହଜାର ୯୮୪ ଜଣ ପଞ୍ଜୀକରଣ କରିଛନ୍ତି। ଅର୍ଥାତ୍ ଏସ୍ଏଚଜିରେ ୬୪୭ ଚାଷୀ ବୃଦ୍ଧି ପାଇଛନ୍ତି। ୩ଟି ପାଣି ପଞ୍ଚାୟତରେ ଗତବର୍ଷ ପଞ୍ଜୀକରଣ କରିଥିଲେ ୧ ହଜାର ୩୧୭ ଜଣ ଚାଷୀ। ଏବର୍ଷ ୧୨୩ ଜଣ ଅଧିକା ୧ହଜାର ୪୪୦ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଦିନକୁ ଦିନ ଧାନକିଣା ନିୟମ କଡାକଡି ହେଉଛି। ପୂର୍ବରୁ ଧାନ ଚା‌ଷ ନ କରି  ଦଲାଲ, କିଛି ଜମି ମାଲିକ ସହ କିଛି ମିଲର୍ସମାନେ ନକଲି ପ୍ରମାଣପତ୍ର ମାଧ୍ୟମରେ ପଞ୍ଜୀକରଣ କରୁଥିଲେ। ପରେ କରାଯାଉଥିବା ତିନୋଟି ପର୍ଯ୍ୟାୟରେ ହେଉଥିବା ଯାଞ୍ଚରେ କିଛି କଟିଯାଉଥିଲେ। ସେମାନଙ୍କ ପଞ୍ଜୀକରଣ ବ୍ଳକ କରାଯାଉଥିବାରୁ ଧାନ ବିକ୍ରି କରିବାକୁ ଟୋକନ ପାଉନଥିଲେ।

ବଡ଼ ଚାଷୀମାନେ ଅଧିକ ଧାନ ବିକୁଥିଲେ। ସେମାନଙ୍କୁ ବିଳମ୍ବରେ ଟୋକନ ଦିଆଯାଉଥିଲା। ଛୋଟ ଓ କ୍ଷୁଦ୍ରଚାଷୀଙ୍କ ଧାନ ବିକ୍ରି କରିବାକୁ ପ୍ରାଥମିକତା ଦିଆଯାଉଥିଲା। ଏଥିଲାଗି ବଡ଼ ଚାଷୀମାନେ ନିଜ ଭାଇଙ୍କ ନାଁରେ ଅଲଗା ଅଲଗା ପଞ୍ଜୀକରଣ କରୁଥିଲେ। ଏଥିରେ ଅଧିକ ସମସ୍ୟା ହେଲା। ଥରେ ମଣ୍ଡିକୁ ଯାଇ ଧାନ ବିକ୍ରି କରିବା ବଦଳରେ ବାରମ୍ବାର ଦୌଡିବାକୁ ପଡିଥିଲା। ସେହିପରି ନୂଆ ସରକାର ଆସିବା ପ‌ରେ ଧାନର ଏମଏସପି ବୃଦ୍ଧି କରିଛନ୍ତି। ଦର ବୃଦ୍ଧି କରିବା ପରେ ଧାନ କିଣା ପ୍ରକ୍ରିୟା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆ ସରକାରରେ ନକଲି କାଗଜପତ୍ରରେ ଧରା ପଡ଼ିବା ଭୟରେ ପଂଜୀକରଣ କମିଥିବା ଚର୍ଚ୍ଚା ହେଉଛି। ସେହିପରି ସରକାରଙ୍କ ଆଗାମୀ ଦିନର ଅଭିମୁଖ୍ୟ ସ୍ପଷ୍ଟ ନଥିବାରୁ ପୂର୍ବରୁ ସଲାସୁତୁରା କରି ଆସୁଥିବା କ୍ରୟକାରୀ ସଂସ୍ଥା ଗୁଡିକ ବି ଜାଲ୍ ଏବଂ ନକଲି କାଗଜପତ୍ରରେ ପଂଜୀକରଣ କରିବାକୁ ଭୟ ପ୍ରକାଶ କରୁଥିବାରୁ ପଂଜୀକରଣ କମିଥିବା ଚର୍ଚ୍ଚା ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe