‘ଯେଉଁମାନେ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବେ ନିରାଶ ହେବେ’

ଖରିଫ ଚାଷ ପାଇଁ ଚାଷୀମନଙ୍କ ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଷୀ ପଞ୍ଜୀକରଣ ଲାଗି ଶେଷ ତାରିଖ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ରହିଛି।

New Project (21)

ଭୁବନେଶ୍ବର: ଖରିଫ ଚାଷ ପାଇଁ ଚାଷୀମନଙ୍କ ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଷୀ ପଞ୍ଜୀକରଣ ଲାଗି ଶେଷ ତାରିଖ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ରହିଛି। ଯଦି କିଛି ଅଭିଯୋଗ ଆସେ ସର୍ଭର ଡାଉନ କାରଣରୁ ପଞ୍ଜୀକରଣ ହୋଇପାରୁନାହିଁ ତେବେ ସମୟସୀମା ବୃଦ୍ଧି କରିବେ ସରକାର। ପଞ୍ଜୀକରଣ ଲାଗି ସମସ୍ୟାର ସମାଧାନ କରିଦିଆଯାଇଛି। ଯେଉଁ ଚାଷୀମାନଙ୍କର ରେକର୍ଡ ବାପା, ଜେଜବାପାଙ୍କ ନାମରେ ଥିବ ସେମାନେ ଅଣ୍ଡରଟେକିଙ୍ଗ ଫର୍ମ ଦାଖଲ କରି ପଞ୍ଜୀକରଣ କରିପାରିବେ। 

ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଚାଷୀ ଆନ୍ଦୋଳନର କୌଣସି କାରଣ ନାହିଁ। ସରକାର ଚାଷୀଙ୍କ ହିତ ପାଇଁ କାମ କରୁଛନ୍ତି। ଏ ସରକାରରେ ଚାଷୀଙ୍କର କୌଣସି ଅସୁବିଧା କରାଯିବ ନାହିଁ। ଯେଉଁମାନେ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବେ ସେମାନେ ନିରାଶ ହେବେ। 

ନବରଂଗପୁର ଗସ୍ତରେ ପୂର୍ବରୁ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ଯାହା ନିର୍ବାଚନ ପୂର୍ବରୁ ପ୍ରତିଶ୍ରୃତି ଦେଇଥିଲୁ ବହୁତ କିଛି ପୂରଣ କରିବା ଦିଗରେ ଆମେ ସମର୍ଥ ହୋଇଛୁ। ଗୋଟିଏ ବର୍ଷ ମଧ୍ୟରେ ମୋହନ ସରକାର ଅନେକ ଗୁଡିଏ ଭଲ କାମ କରିଛି। ଚାଷୀଙ୍କ ଧାନ ପ୍ରତି କୁଇଣ୍ଟାଲ ପିଛା ‌ଏମଏସପି ଦର ୨୧୦୦ରୁ ୨୩୦୦ଟଙ୍କା କରିବା ସହ ୮୦୦ଟଙ୍କା ବୋନସ ଦିଆଯାଉଛି। ୨୩ ବର୍ଷର ସରକାର ୧୦୦ଟଙ୍କା ବୋନସ୍ ଦେବ କହି ଦେଇପାରିନଥିଲେ ବୋଲି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃ‌ଷ୍ଣଚନ୍ଦ୍ର ପାତ୍ର। ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ବର୍ଷକୁ ୧୦ହଜାର ଟଙ୍କା ହିସାବରେ ୫ବର୍ଷରେ ୫୦ହଜାର ଟଙ୍କା ଦିଆଯିବା ଆରମ୍ଭ କରିଛୁ। ଶ୍ରୀକ୍ଷେତ୍ରର ଚାରିଦ୍ବାର ଖୋଲିବାକୁ କହିଥିଲୁ ଏବଂ ଖୋଲିକି ‌ଦେଖାଇଲୁ। ଗତ ବର୍ଷକ ପୂର୍ବରୁ ଖରିଫରେ ରାଜ୍ୟରେ ୫୮ଲକ୍ଷ ମେଟ୍ରୀକ ଟନ୍ ଧାନ କିଣୁଥିବା ବେଳେ ନୂଆସରକାର ଆସିବାର ବର୍ଷକ ମଧ୍ୟରେ ଗତ ଖରିଫରେ ଆମେ ୭୩ଲକ୍ଷ ୪୭ହଜାର ମେଟ୍ରୀକ ଟନ୍ ଧାନ କିଣାଯାଇଛି ବୋଲି ମନ୍ତ୍ରୀ କହିଥିଲେ।

krushna chandra patra | Farmers

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe