ଚାଷୀ ପଞ୍ଜୀକରଣରେ ଅସୁବିଧା ଭୋଗୁଛି ଚାଷୀ, ଆନ୍ଦୋଳନ ଚେତାବନୀ

Advertisment

ଖରିଫ ଧାନ ବିକ୍ରି କରିବା ପାଇଁ ଚଳିତ ବର୍ଷ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ପଞ୍ଜୀକରଣ ବେଳେ ସରକାର ଅନେକ କଟକଣା ଲାଗୁ କରିଥିବା ବେଳେ ଏହି କଟକଣା ପାଇଁ ଚାଷୀଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି।

ଖରିଫ ଧାନ ବିକ୍ରି କରିବା ପାଇଁ ଚଳିତ ବର୍ଷ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ପଞ୍ଜୀକରଣ ବେଳେ ସରକାର ଅନେକ କଟକଣା ଲାଗୁ କରିଥିବା ବେଳେ ଏହି କଟକଣା ପାଇଁ ଚାଷୀଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି।

Farmers

ଭଦ୍ରକ: ଖରିଫ ଧାନ ବିକ୍ରି କରିବା ପାଇଁ ଚଳିତ ବର୍ଷ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ପଞ୍ଜୀକରଣ ବେଳେ ସରକାର ଅନେକ କଟକଣା ଲାଗୁ କରିଥିବା ବେଳେ ଏହି କଟକଣା ପାଇଁ ଚାଷୀଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି।

ପଂଜୀକରଣ ପାଇଁ କଟକଣା ଏଭଳି କରାଯାଉଛି ଯେ, ଚାଷୀଙ୍କୁ ଏହି ସବୁ କାଗଜ ପତ୍ର ସଂଗ୍ରହ କରିବା ପାଇଁ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ପଡୁଛି। ଚାଷୀ ତାର ଚାଷ କାମ କରିବା ନା କାଗଜ ପତ୍ର ସଂଗ୍ରହ କରିବା ପାଇଁ ତହସିଲ ଅଫିସ ଠାରୁ ଆରମ୍ଭ କରି ଆର୍ ଆଇ ଅଫିସକୁ ଦୌଡ଼ିବ। ଏମିତି ଦୌଡ଼ିଦୌଡ଼ି ଚାଷୀ ଚିଡ଼ିଚିଡ଼ା ହେଲାଣି।

ବିଭିନ୍ନ କାଗଜ ପତ୍ର ସଂଗ୍ରହ କରିବା ପାଇଁ ଚାଷୀମାନଙ୍କୁ ଅଫିସ ଦୌଡ଼ିଦୌଡ଼ି ନୟାନ୍ତ ହେବାକୁ ପଡୁଛି। ଚାଷୀ ତାର ଚାଷ କାମ କରିବା ନା କାଗଜ ପତ୍ର ସଂଗ୍ରହ କରିବା ପାଇଁ ତହସିଲ ଅଫିସ ଠାରୁ ଆରମ୍ଭ କରି ଆର୍ ଆଇ ଅଫିସକୁ ଦୌଡ଼ିବ। ଏମିତି ଦୌଡ଼ିଦୌଡ଼ି ଚାଷୀ ଚିଡ଼ିଚିଡ଼ା ହେଲାଣି।

ସରକାରଙ୍କ କଟକଣା ନୀତିକୁ ତୀବ୍ର ସମାଲୋଚନା କରିବା ସହ ସରକାର ଚାଷୀଙ୍କୁ ସୁବିଧା ଦେବ କ’ଣ ଓଲଟି ଅସୁବିଧାରେ ପକାଉଛି। ଚାଷୀଙ୍କୁ ଏଭଳି ଅସୁବିଧାରେ ପକାଇ ସରକାର କେଉଁ ବାହାଦୂରୀ ନେବାକୁ ଚାହୁଁଛି ବୋଲି ଜିଲ୍ଲାର ବହୁ ଚାଷୀ ପ୍ରଶ୍ନ ଉଠାଇଛନ୍ତି। ଚାଷୀ ଏଭଳି ଅସୁବିଧା ଭୋଗୁ ଥିବା ବେଳେ ଭଦ୍ରକ ଜିଲ୍ଲାର ବିଧାୟକ ଓ ସାଂସଦମାନେ ଏଥି ପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ ହୋଇଛି।

ବିରୋଧୀ ଦଳର ନେତା ମାନେ ମଧ୍ୟ ଚାଷୀ ପଞ୍ଜୀକରଣରେ ହେଉଥିବା ସମସ୍ୟା ଦିଗରେ ପାଟି ଖୋଲୁ ନାହାନ୍ତି। ଜଣେ ଚାଷୀ ତାର ଚାଷ କାମ କରିବ ନା ନିଜର ମଜୁରୀ କମେଇ ହୋଇ ଅଫିସ ଦୌଡ଼ିବ।  ଚାଷୀ ପଞ୍ଜୀକାରଣରେ ସରଳୀକରଣ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କୃଷକ ନେତା ତ୍ରିଲୋଚନ ପଣ୍ଡା, କୃଷକ ନେତା ଚନ୍ଦ୍ର ଶେଖର ନାୟକ, ଦିବ୍ୟସିଂହ ନାୟକ, ଶ୍ରୀକାନ୍ତ ସାହୁ, ପ୍ରକାଶ ବେହେରା, ବିକାଶ ନାଥ, ସମର ବଳ ପ୍ରମୁଖ ଚେତାବନୀ ଦେଇଛନ୍ତି।

 Farmers | Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe