ଚାଷୀଙ୍କୁ ଆଗାମୀ ୫ଦିନ ଭିତରେ କ୍ଷତିପୂରଣ ମିଳିବ: ରାଜସ୍ବ ମନ୍ତ୍ରୀ

ରାଜ୍ୟ ଅଦିନିଆ ବର୍ଷାର ଶିକାର ହୋଇ ଫସଲ କ୍ଷୟକ୍ଷତିର ସାମ୍ନା କରିଥିବା ଚାଷୀଙ୍କୁ ଆଗାମୀ ୫ଦିନ ଭିତରେ କ୍ଷତିପୂରଣ ମିଳିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

suresh pujari 1

ଭୁବନେଶ୍ବର: ଅଦିନିଆ ବର୍ଷାର ଶିକାର ହୋଇ ଫସଲ କ୍ଷୟକ୍ଷତିର ସାମ୍ନା କରିଥିବା ଚାଷୀଙ୍କୁ ଆଗାମୀ ୫ଦିନ ଭିତରେ କ୍ଷତିପୂରଣ ମିଳିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ଗତ ଦୁଇ ଦିନ ହେଲା ଚାଷୀମାନଙ୍କୁ ଆର୍ଥିକ ସହାୟତ ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ରାଜସ୍ବ ବିଭାଗ ଜିଲ୍ଲାପାଳମାନଙ୍କୁ ସହାୟତା ରାଶି ପାଇଁ ଟଙ୍କା ପଠାଇ ସାରିଛନ୍ତି।  

ଏହି ଖବର ପଢ଼ନ୍ତୁ: ଡବଲ ଡେକର ବସ୍‌ର ଶୁଭାରମ୍ଭ; ବୁଲିବେ ପ୍ରବାସୀ ଭାରତୀୟ

ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଚାଷୀମାନଙ୍କୁ ଜଳସେଚିତ ଜମିର କ୍ଷୟକ୍ଷତି ପାଇଁ ହେକ୍ଟର ପିଛା ୧୫,୦୦୦ ଟଙ୍କା ଓ ଅଣଜଳସେଚିତ ଜମି ପାଇଁ ୭,୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରୁଛନ୍ତି। ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ଅନୁସାରେ ରାଜ୍ୟର ଚାଷୀମାନେ ୨୯୨ କୋଟି ଟଙ୍କା କ୍ଷୟକ୍ଷତିର ସାମ୍ନା କରିଛନ୍ତି। ଅଦିନିଆ ବର୍ଷା ପାଇଁ ରାଜ୍ୟର ୧୪ଟି ଜିଲ୍ଲାର ଚାଷୀ କ୍ଷୟକ୍ଷତିର ସାମ୍ନା କରିଛନ୍ତି। ଦୁଇଟି ଜିଲ୍ଲାର ଚାଷୀ ଆଂଶିକ କ୍ଷତିର ସାମ୍ନା କରିଛନ୍ତି। 

ଏହି ଖବର ପଢ଼ନ୍ତୁ: ଟାଟା କଂପାନିରେ ଚାକିରି ନାଁରେ ଠକେଇ ମାମଲା: ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି

ଚାଷୀମାନଙ୍କୁ ଜଳସେଚିତ ଜମିର କ୍ଷୟକ୍ଷତି ପାଇଁ ହେକ୍ଟର ପିଛା ୧୫,୦୦୦ ଟଙ୍କା ଓ ଅଣଜଳସେଚିତ ଜମି ପାଇଁ ୭,୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରୁଛନ୍ତି। ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ଅନୁସାରେ ରାଜ୍ୟର ଚାଷୀମାନେ ୨୯୨ କୋଟି ଟଙ୍କା କ୍ଷୟକ୍ଷତିର ସାମ୍ନା କରିଛନ୍ତି।

-ସୁରେଶ ପୂଜାରୀ, ରାଜସ୍ବ ମନ୍ତ୍ରୀ

ଏହି ଖବର ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ କଡ଼ା ଜବାବ ଦେଲେ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ

ଅଦିନିଆ ବର୍ଷା ଯୋଗୁଁ ପୁରୀ ଜିଲ୍ଲାର ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଦ୍ବିତୀୟରେ ଗଂଜାମ ଜିଲ୍ଲାର ଚାଷୀ ମଧ୍ୟ କ୍ଷତିର ସାମ୍ନା କରିଛନ୍ତି। ଗତବର୍ଷ ଡିସେମ୍ବର ୨୦ରୁ ୨୮ ତାରିଖ ମଧ୍ୟରେ ହୋଇଥିବା ଅଦିନିଆ ବର୍ଷା ପାଇଁ ମୋଟ ୬,୬୬,୭୨୦ ଚାଷୀ ପ୍ରଭାବିତ ହୋଇଛନ୍ତି। ବର୍ଷା ଯୋଗୁଁ ୨,୨୬,୭୯୧.୨୭ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିଲା। ଏଥିରେ ଧାନ, ପନିପରିବା, ବାଦାମ ଓ କପାଚାଷ ସାମିଲ ରହିଛି। 

ଏହି ଖବର ପଢ଼ନ୍ତୁ: ସ୍ବାମୀ ଓ ୬ଜଣ ସନ୍ତାନଙ୍କୁ ଛାଡ଼ି ଭିକାରି ସହ ଫେରାର ହେଲା ପତ୍ନୀ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe