ଗାଧୋଇବା ବେଳେ ଅଘଟଣ: ପୁଅ ଆଗରେ ବୁଡ଼ିଗଲେ ବାପା

ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବରପଦା ଗାଁ ହଜାରୀବନ୍ଧରେ ଗାଧୋଇବା ବେଳେ ଅଘଟଣ ଘଟିଛି। ପୁଅ ଆଗରେ ପାଣିରେ ବୁଡ଼ି ବାପାଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ପଞ୍ଚୁ ବେହେରା (୫୬)।

01Bignews English

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବରପଦା ଗାଁ ହଜାରୀବନ୍ଧରେ ଗାଧୋଇବା ବେଳେ ଅଘଟଣ ଘଟିଛି। ପୁଅ ଆଗରେ ପାଣିରେ ବୁଡ଼ି ବାପାଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ପଞ୍ଚୁ ବେହେରା (୫୬)।

ସୂଚନା ଅନୁସାରେ ଆଜି ଅପରାହ୍‌ଣ ଗୋଟାଏ ସମୟରେ ପଞ୍ଚୁ ବେହେରା ଓ ତାଙ୍କ ପୁଅ ଟିକନ ବେହେରା(୨୮) ବିଲରୁ ଚାଷକାମ ସାରି ଗାଁ ହଜାରି ବନ୍ଧକୁ ଗାଧୋଇବାକୁ ଯାଇଥିଲେ। ଦୁହେଁ ଗାଧୋଇବା ବେଳେ ପଞ୍ଚୁ ପାଣିରେ ବୁଡ଼ି ଯାଇଥିଲେ। ଟିକନ ବହୁ ଚେଷ୍ଟା କରି ବାପା ପଞ୍ଚୁଙ୍କୁ ଉଦ୍ଧାର କରିପାରି ନଥିଲେ।

ଗ୍ରାମବାସୀଙ୍କ ପାଖରୁ ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ୨ ଘଣ୍ଟା ପରିଶ୍ରମ କରି ପଞ୍ଚୁଙ୍କୁ ଉଦ୍ଧାର କରିଥିଲେ। ସେତେ ବେଳକୁ ପଞ୍ଚଙ୍କୁ ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

angul

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe