ବଜ୍ରପାତରେ ବାପ-ପୁଅଙ୍କ ସମେତ ୩ଜଣଙ୍କ ମୃତ୍ୟୁ, ଦୁଇ ଗୁରୁତର

ଧାନ ଖେତରେ କାମ ଚାଲିଥିବା ବେଳେ ବଜ୍ରପାତ ଘଟିଛି। ଏଥିରେ ବାପ-ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ନାକ୍‌ଚି ପଞ୍ଚାୟତ ଟକବା ଅଞ୍ଚଳରେ ଆଜି ଅପରାହ୍‌ଣରେ ଏହି ଘଟଣା ଘଟିଛି।

Lightning Kishrnagar

Lightning Kishrnagar Photograph: (sambad.in)

କିଶୋରନଗର: ରାଜ୍ୟରେ ବଜ୍ରପାତଜନିତ ଘଟଣାରେ ଆଜି ୩ ଜଣଙ୍କର ମୃତ୍ୟୁ ଘଟିଛି। ଧାନ ଖେତରେ କାମ ଚାଲିଥିବା ବେଳେ ବଜ୍ରପାତ ଘଟିଛି। ଏଥିରେ ବାପ-ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ନାକ୍‌ଚି ପଞ୍ଚାୟତ ଟକବା ଅଞ୍ଚଳରେ ଆଜି ଅପରାହ୍‌ଣରେ ଏହି ଘଟଣା ଘଟିଛି। ମୃତ ବାପ-ପୁଅ ହେଲେ ପ୍ରଫୁଲ୍ଲ ମାଝୀ (୫୩) ଓ ପୁଅ ପ୍ରବୀଣ ମାଝୀ (୨୨)। ଆହତମାନେ ହେଲେ ବିରଞ୍ଚି ସେଠୀ(୩୧) ଓ ଅରୁଣ ବେହେରା(୫୮)। 

ବଜ୍ରପାତ ଘଟି ହଣ୍ଡପା ପଞ୍ଚାୟତ ବାଲିଖମଣ ଗ୍ରାମର ପ୍ରଫୁଲ୍ଲ ମାଝୀ (୫୩) ଓ ପୁଅ ପ୍ରବୀଣ ମାଝୀ (୨୨)ଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ବ୍ରଜପାତରେ ଟକ୍‌ବା ଗ୍ରାମର ବିରଞ୍ଚି ସେଠୀ(୩୧) ଓ ରାଣୀଭୂଇଁ ଗ୍ରାମର ଅରୁଣ ବେହେରା(୫୮) ଗୁରୁତର ଆହତ ହୋଇଛନ୍ତି। 

ସୂଚନା ପ୍ରକା‌ରେ ହଣ୍ଡପା ପଞ୍ଚାୟତ ବାଲିଖମଣ ଗ୍ରାମର ପ୍ରଫୁଲ୍ଲ ମାଝୀ, ପୁଅ ପ୍ରବୀଣ ମାଝୀ, ଟକ୍‌ବା ଗ୍ରାମର ବିରଞ୍ଚି ସେଠୀ(୩୧) ଓ ରାଣୀଭୂଇଁ ଗ୍ରାମର ଅରୁଣ ବେହେରା(୫୮)ଙ୍କ ସମେତ ମୋଟ ୭ ଜଣ ଶ୍ରମିକ ଡାଳୁଅ ଧାନ ସଂଗ୍ରହ କରିବା ପାଇଁ ଟକ୍‌ବା ଯାଇଥିଲେ। ଧାନ ବିଲରେ ୪ ଜଣ ପୁରୁଷ ଶ୍ରମିକ ଧାନବିଡ଼ା ବାନ୍ଧୁଥିବା ବେଳେ ୩ ଜଣ ମହିଳା ଶ୍ରମିକ ଖଳାକୁ ବୋହୁ ଥିଲେ। ଅପରାହ୍‌ଣରେ ହଠାତ୍‌ ଘଡ଼ଘଡ଼ି ମାରିବାରୁ ୩ ମହିଳା ଶ୍ରମିକ ଧାନବୋହି ଘରକୁ ପଳାଇ ଯାଇଥିଲେ। ବାକି ୪ ପୁରୁଷ ଧାନ ବିଲରେ ରହିଥିଲେ। ଏହି ସମୟରେ ଜୋର୍‌ରେ ବର୍ଷା ଓ ଘଡ଼ଘଡ଼ି ହେବାରୁ ଧାନବିଲ ନିକଟରେ ଥିବା ଏକ ଆମ୍ବଗଛ ପାଖକୁ ୪ ଜଣଯାକ ଦୌଡ଼ିଯାଇ ଆଶ୍ରୟ ନେଇଥିଲେ।

ଗଛତଳେ ଆଶ୍ରୟ ନେଇଥିବା ସମୟରେ ବଜ୍ରପାତ ହୋଇଥିଲା। ଏହାର ପ୍ରଭାବରେ ସମସ୍ତେ ଅଚେତ ହୋଇ ପଡ଼ିଯାଇଥିଲେ। କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ଅରୁଣ ବେହେରାଙ୍କ ଚେତା ଫେରିଥିଲା। ସେ ଡାକ ପକାଇବାରୁ ଗାଁ ଲୋକ ସେଠାରେ ପହଞ୍ଚିଥିଲେ। 

ଆମ୍ବୁଲାନ୍‌ସ ଯୋଗେ ସେମାନଙ୍କୁ ଚିକିତ୍ସା ପାଇଁ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରଫୁଲ୍ଲ ମାଝୀ ଓ ପ୍ରବୀଣ ମାଝୀଙ୍କୁ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମୃତ ଘୋଷଣା କରିଥିଲେ। ବିରଞ୍ଚି ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କିଶୋରନଗରରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରାଣୀଭୂଇଁ ଗ୍ରାମର ଅରୁଣ ବେହେରା କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ବଜ୍ରପାତରେ ଆହତଙ୍କ ଚିକିତ୍ସା ସହାୟତା ଓ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ସେହିପରି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଠରକସପୁରରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। 

angul | Lightning 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe