ମହୁଲ ଗଛରେ ପିଟିହେଲା ବାଇକ୍: ଚାଲିଗଲା ବାପା ଏବଂ ଝିଅର ଜୀବନ, ପୁଅ ଗୁରୁତର

Advertisment

ଆଉ ମାତ୍ର କେଇ ମିନିଟ ପରେ ଘରେ ପହଞ୍ଚିଥାନ୍ତେ, ହେଲେ ଘଟିଗଲା ବଡ଼ ଅଘଟଣ। ମହୁଲ ଗଛରେ ବାଇକ ପିଟି ହେବାରୁ ଘଟଣାସ୍ଥଳରେ ଚାଲିଗଲା ବାପା ଏବଂ ଝିଅର ଜୀବନ। ମୃତକ ହେଲେ ବାପା କୁମାର ମାରାଣ୍ଡି ଏବଂ ଝିଅ ସାଲଗେ ମାରାଣ୍ଡି।

ଆଉ ମାତ୍ର କେଇ ମିନିଟ ପରେ ଘରେ ପହଞ୍ଚିଥାନ୍ତେ, ହେଲେ ଘଟିଗଲା ବଡ଼ ଅଘଟଣ। ମହୁଲ ଗଛରେ ବାଇକ ପିଟି ହେବାରୁ ଘଟଣାସ୍ଥଳରେ ଚାଲିଗଲା ବାପା ଏବଂ ଝିଅର ଜୀବନ। ମୃତକ ହେଲେ ବାପା କୁମାର ମାରାଣ୍ଡି ଏବଂ ଝିଅ ସାଲଗେ ମାରାଣ୍ଡି।

ୂର

ଉଦଳା: ଆଉ ମାତ୍ର କେଇ ମିନିଟ ପରେ ଘରେ ପହଞ୍ଚିଥାନ୍ତେ, ହେଲେ ଘଟିଗଲା ବଡ଼ ଅଘଟଣ। ମହୁଲ ଗଛରେ ବାଇକ ପିଟି ହେବାରୁ ଘଟଣାସ୍ଥଳରେ ଚାଲିଗଲା ବାପା ଏବଂ ଝିଅର ଜୀବନ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଶରତ ଥାନା ରୁଗୁଡ଼ି ଛକ ନିକଟରେ।

ରୁଗୁଡ଼ି ଗ୍ରାମର କୁମାର ମାରାଣ୍ଡି (୪୦) କପ୍ତିପଦା ଥାନା ଜାମୁପଦା ଆଶ୍ରମ ବିଦ୍ୟାଳୟରେ ପଢ଼ୁଥିବା ଝିଅକୁ ନେବା ପାଇଁ ଆସିଥିଲେ। ଝିଅକୁ ନେବାକୁ ଆସିଥିବା ବେଳେ ସାଙ୍ଗରେ ନିଜ ପୁଅକୁ ମଧ୍ୟ ଘରୁ ନେଇ ଆସିଥିଲେ କୁମାର। ହଷ୍ଟେଲରୁ ଝିଅକୁ ନେଇ ସମସ୍ତେ ଏକ ବାଇକରେ ଘରକୁ ଫେରୁଥିବା ବେଳେ ରୁଗୁଡ଼ି ଗ୍ରାମ ପହଞ୍ଚିବାକୁ ଆଉ ମାତ୍ର କେଇ ମିଟର ଦୂରରେ ଭାରସାମ୍ୟ ହରାଇ ଏକ ମହୁଲ ଗଛରେ ପିଟି ହୋଇଥିଲା ବାଇକ। ଯେଉଁଥିରେ ଗାଡ଼ିରେ ଥିବା ବାପା, ପୁଅ ଏବଂ ଝିଅ ସମସ୍ତେ ଛିଟିକି ପଡ଼ିଥିଲେ। ଏହାଫଳରେ ଘଟଣାସ୍ଥଳରେ ବାପା କୁମାର ମାରାଣ୍ଡି ଏବଂ ଝିଅ ସାଲଗେ ମାରାଣ୍ଡି (୧୧)ଙ୍କର ମୃତ୍ୟୁ ହୋଇଥିଲା। ପୁଅ ରୁଇଦାସ ମାରାଣ୍ଡି ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଖବର ପାଇ ଶରତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗତକାଲି ରୁଗୁଡ଼ି ଗ୍ରାମର କୁମାର ମାରାଣ୍ଡି (୪୦) କପ୍ତିପଦା ଥାନା ଜାମୁପଦା ଆଶ୍ରମ ବିଦ୍ୟାଳୟରେ ପଢ଼ୁଥିବା ଝିଅକୁ ନେବା ପାଇଁ ଆସିଥିଲେ। ଝିଅକୁ ନେବାକୁ ଆସିଥିବା ବେଳେ ସାଙ୍ଗରେ ନିଜ ପୁଅକୁ ମଧ୍ୟ ଘରୁ ନେଇ ଆସିଥିଲେ କୁମାର। ହଷ୍ଟେଲରୁ ଝିଅକୁ ନେଇ ସମସ୍ତେ ଏକ ବାଇକରେ ଘରକୁ ଫେରୁଥିବା ବେଳେ ରୁଗୁଡ଼ି ଗ୍ରାମ ପହଞ୍ଚିବାକୁ ଆଉ ମାତ୍ର କେଇ ମିଟର ଦୂରରେ ଭାରସାମ୍ୟ ହରାଇ ଏକ ମହୁଲ ଗଛରେ ପିଟି ହୋଇଥିଲା ବାଇକ। ଯେଉଁଥିରେ ଗାଡ଼ିରେ ଥିବା ବାପା, ପୁଅ ଏବଂ ଝିଅ ସମସ୍ତେ ଛିଟିକି ପଡ଼ିଥିଲେ। ଏହାଫଳରେ ଘଟଣାସ୍ଥଳରେ ବାପା କୁମାର ମାରାଣ୍ଡି ଏବଂ ଝିଅ ସାଲଗେ ମାରାଣ୍ଡି (୧୧)ଙ୍କର ମୃତ୍ୟୁ ହୋଇଥିଲା। ପୁଅ ରୁଇଦାସ ମାରାଣ୍ଡି(୮) ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଖବର ପାଇ ଶରତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe