ଦୁର୍ଘଟଣା: ଝିଅ ଶାଶୁଘର ସାମ୍ନାରେ ଚାଲିଗଲା ବାପାଙ୍କ ଜୀବନ

Advertisment

ଝିଅର ଶାଶୁ ଘରକୁ ଯାଉଥିଲେ ବାପା। ଘରକୁ ପହଞ୍ଚିବାର ମାତ୍ର ୫୦ ମିଟର ଦୂର ବାକିଥିଲା। ଏହି ସମୟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ରାଞ୍ଚି-ବିଜୟୱାଡ଼ା ୨୨୦ ନଂ ଜାତୀୟ ରାଜପଥରେ।

ଝିଅର ଶାଶୁ ଘରକୁ ଯାଉଥିଲେ ବାପା। ଘରକୁ ପହଞ୍ଚିବାର ମାତ୍ର ୫୦ ମିଟର ଦୂର ବାକିଥିଲା। ଏହି ସମୟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ରାଞ୍ଚି-ବିଜୟୱାଡ଼ା ୨୨୦ ନଂ ଜାତୀୟ ରାଜପଥରେ।

accident

Accident in Rairangpur Photograph: (sambad.in)

ରାଇରଙ୍ଗପୁର/ବାସିଙ୍ଗୀ: ଝିଅର ଶାଶୁ ଘରକୁ ଯାଉଥିଲେ ବାପା। ଘରକୁ ପହଞ୍ଚିବାର ମାତ୍ର ୫୦ ମିଟର ଦୂର ବାକିଥିଲା। ଏହି ସମୟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ରାଞ୍ଚି-ବିଜୟୱାଡ଼ା ୨୨୦ ନଂ ଜାତୀୟ ରାଜପଥରେ। ମୃତ ବ୍ୟକ୍ତି ହେଲେ ଅନାଦି ଚରଣ ସାହୁ (୬୧)। 

ସୂଚନା ଅନୁଯାୟୀ ବହଳଦା ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥର ବାସିଙ୍ଗୀ ଗ୍ରାମର ନିକଟରେ ସେହି ଗ୍ରାମର ଅନାଦି ଚରଣ ସାହୁ ସକାଳୁ କଲନିସାହିରେ ଥିବା ତାଙ୍କ ଝିଅର ଶାଶୁ ଘରକୁ ଯାଉଥିଲେ। ହଠାତ୍ ଏକ ନୂଆ ହାଇୱା ଗାଡ଼ି (ଅସ୍ଥାୟୀ ନଂ ଜେଏଚ୍-୦୫ଟିସି-୧୯୪୫) ଓ ଅନାଦୀଙ୍କ ବାଇକ୍ (ଓଡ଼ି-୧୧ ଡବ୍ଲୁ-୯୮୬୮)କୁ ଧକ୍କାଦେଇଥିଲା। ଘଟଣାସ୍ଥଳରେ ହିଁ ଅନାଦିଙ୍କ ମୃତ୍ୟୁ ଘଟିଥିଲା। ରାଜରାସ୍ତାରେ ଖଣ୍ଡ ବିଖଣ୍ଡିତ ହୋଇ ଛିଟିକି ପଡିଥିଲା ତାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ। ଖସିଯିବା ଉଦ୍ୟେଶ୍ୟରେ ହାଇୱା ଗାଡ଼ିଟି (ବାଇକ) ହେଭିଡିଉଟିକୁ ପ୍ରାୟ ୩ କି.ମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।

ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ଓ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଦୁର୍ଘଟଣା ନେଇ ସୂଚନା ପାଇବା ପରେ ପୀଡିତ ପରିବାରକୁ ଭେଟିଥିଲେ।

Mayurbhanj MP Naba Charan Majhi
Mayurbhanj MP Naba Charan Majhi Photograph: (sambad.in)

ଏହି ଘଟଣା ପରେ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଗମ୍ଭାରିଆ, କାଦୁଆଣି ଓ ବାସିଙ୍ଗୀଠାରେ ଟାୟାର ଜାଳି ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଦୁର୍ଘଟଣା ଘଟାଇଥିବା ହାଇୱା ଗାଡିଟି ଜାମଶେଦପୁର ପଟୁ ରାଇରଙ୍ଗପୁର ଆଡ଼କୁ ଯାଉଥିଲା। ଜନସାଧାରଣ ଦାବି କରିଛନ୍ତି ଯେ, ସକାଳ ୫ ଟାରୁ ତିରିଂ ଠାରେ ନୋ-ଏଣ୍ଟ୍ରି କରାଯାଉ। କାରଣ ବାରମ୍ବାର ଏଭଳି ଅଭାବନୀୟ ଦୁର୍ଘଟଣାରେ ନିରୀହ ଲୋକଙ୍କ ଜୀବନ ନେବା ସହିତ ଅନେକ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ତେବେ ଦୀର୍ଘ ପାଞ୍ଚ ଘଣ୍ଟା ରାଜରାସ୍ତା ଅବରୋଧ ହେବା ପରେ ଉତ୍ୟକ୍ତ ଲୋକେ ରାସ୍ତାରୁ ଅବରୋଧରୁ ଓହରି ନଥିଲେ।

ସୂଚନା ପାଇ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା, ରାଇରଙ୍ଗପୁର ଟାଉନ୍ ଥାନା, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା, ବହଳଦା ଥାନା, ତିରିଂ ଥାନା, ଜାମଦା ଥାନାର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରେଡ଼କ୍ରସ୍‌ ପକ୍ଷରୁ କୋଡ଼ିଏ ହଜାର ଓ ବିଧାୟକ ଓ ସାଂସଦ ମିଶି ତିରିଶ ହଜାର ଟଙ୍କା ଦେବା ପରେ ରାସ୍ତାରୁ ଓହରି ଥିଲା।  

Mayurbhanj | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe