୬ ବର୍ଷିୟା ଶିଶୁକନ୍ୟା ସହିତ ଦୁଷ୍କର୍ମ: ଆସାମୀ ବାପାକୁ ୨୦ ବର୍ଷ ଜେଲ୍‌

ନିଜ ଶିଶୁକନ୍ୟା ସହିତ ଦୁଷ୍କର୍ମ କରିଥିବା ବାପାକୁ କଟକ ଆଡ୍ ହକ୍ ଅତିରିକ୍ତ ଦୌରା ଜଜ୍ଅ ଦାଲତ ବିଚାରପତି ସବିତା ଦାସ ଏ ସଂପର୍କିତ ମାମଲାର ଶୁଣାଣି କରି ୨୦ବର୍ଷ ସଶ୍ରମ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି।

ଅଦ୍ୟତନ ହୋଇଛି
court judgement

court judgement Photograph: (sambad.in)

କଟକ: ନିଜ ଶିଶୁକନ୍ୟା ସହିତ ଦୁଷ୍କର୍ମ କରିଥିବା ବାପାକୁ ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି। କଟକ ଆଡ୍ ହକ୍ ଅତିରିକ୍ତ ଦୌରା ଜଜ୍ (ଏଫଟିଏସସି-୨) ଅଦାଲତ ବିଚାରପତି ସବିତା ଦାସ ଏ ସଂପର୍କିତ ମାମଲାର ଶୁଣାଣି କରି ଲାଲବାଗ ଥାନା ଅଞ୍ଚଳର ଅସପାକ୍ ଅହମଦ୍ ଖାନ(୪୧)କୁ ୨୦ବର୍ଷ ସଶ୍ରମ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି। ଅଦାଲତ ଆଇପିସିର ଦଫା ୩୫୪-ଏ, ୩୫୪-ବି, ୩୭୬(ଏବି), ୩୭୬(୨)(ଏନ), ୩୭୬(୨)(ଏଫ), ପୋକସୋ ଆଇନର ଧାରା ୧୨ରେ ଅସପାକକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ସହିତ ୬୬ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି। ଜରିମାନା ରାଶି ପଇଠ ନ କଲେ ଆସାମୀକୁ ଅଧିକ ୪ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। 

ନିଜ ଶିଶୁକନ୍ୟା ସହିତ ଦୁଷ୍କର୍ମ କରିଥିବା ବାପାକୁ ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି। କଟକ ଆଡ୍ ହକ୍ ଅତିରିକ୍ତ ଦୌରା ଜଜ୍ (ଏଫଟିଏସସି-୨) ଅଦାଲତ ବିଚାରପତି ସବିତା ଦାସ ଏ ସଂପର୍କିତ ମାମଲାର ଶୁଣାଣି କରି ଲାଲବାଗ ଥାନା ଅଞ୍ଚଳର ଅସପାକ୍ ଅହମଦ୍ ଖାନ(୪୧)କୁ ୨୦ବର୍ଷ ସଶ୍ରମ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୬ ବର୍ଷର ଶିଶୁକନ୍ୟାର ମା ୨୦୨୦ ଅକ୍ଟୋବର ୧୮ରେ କଟକ ମହିଳା ଥାନାରେ ଏତଲା ଦେଇଥିଲେ। ଏତଲାକାରୀଙ୍କ ସ୍ବାମୀ ତାଙ୍କ ୬ ବର୍ଷିୟା ଶିଶୁକନ୍ୟା ସହିତ ଅସଦାଚରଣ ଓ ଦୁଷ୍କର୍ମ କରିଥିବା ଏତଲାରେ ଅଭିଯୋଗ କରାଯାଇଥିଲା। ମହିଳା ଥାନା ପୁଲିସ ମାମଲା ରୁଜୁ କରିବା ସହିତ ତଦନ୍ତ କରିଥିଲା। ଅଭିଯୁକ୍ତ ବାପା ବିରୋଧରେ ୨୦୨୦  ଡିସେମ୍ବର ୧୪ରେ ପୁଲିସ ଚାର୍ଜସିଟ ଦାଖଲ କରିଥିଲା। ପ୍ରସିକ୍ୟୁସନ ତରଫରୁ ଉପସ୍ଥାପନ କରାଯାଇଥିବା ସାକ୍ଷ୍ୟପ୍ରମାଣ ଆଧାରରେ ଅଦାଲତ ଆସାମୀକୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଏମ.ଏମ.ବେଗ ମାମଲା ପରିଚାଳନା କରୁଥିଲେ। 

court | Court judgement | Cuttack 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe