father in law attempts to kill daughter in law Photograph: (Sambad.in)
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ଗ୍ରାମରେ ଅଭାବନୀୟ ଘଟଣା। ଝିଅ ହେବାରୁ ବୋହୂକୁ ପୋଡ଼ି ମାରିଦେବାକୁ ଉଦ୍ୟମ। ଅଳ୍ପକେ ବର୍ତିଲେ ବୋହୂ ଓ ନାତୁଣୀ। ଗତକାଲି ବିଳମ୍ବିତ ରାତିରେ ବୋହୂ ଶୋଇଥିବା ସମୟରେ ଶ୍ବଶୁର ଗାଁ ଛକରୁ ଏକ ଲିଟର ପେଟ୍ରୋଲ କିଣି ଆଣି ବିଛଣାରେ ଢାଳି ନିଆଁ ଲଗେଇ ଦେଇଥିଲେ। ଘର ଭିତରେ ଥିବା ସମସ୍ତ ଆସବାପତ୍ର ପୋଡ଼ି ଯାଇଥିବା ବେଳେ ବୋହୂ ଖସି ଆସି ରାତିଯାକ ବାହାରେ ସମୟ କାଟିଥିଲେ।
ଶାଶୂ, ଶ୍ବଶୁର, ସ୍ୱାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ
ସୂଚନା ଅନୁସାରେ, ୮ ବର୍ଷ ତଳେ ନିଶ୍ଚିନ୍ତ କୋଇଲି ବାଲିପଡ଼ା ଗାଁର ସସ୍ମିତା ଦାସ ପଟ୍ଟାମୁଣ୍ଡାଇ ଡାମରପୁର ଗାଁର ସୁଶାନ୍ତ ରାୟଙ୍କୁ ବିବାହ କରିଥିଲେ। ସୁଶାନ୍ତଙ୍କ ପ୍ରଥମ ପତ୍ନୀଙ୍କର ଦୁଇଟି ଝିଅ ଥିଲା। ଦ୍ଵିତୀୟ ପତ୍ନୀଙ୍କର ଗୋଟିଏ ଝିଅ ହେବାରୁ ତାକୁ ବାରମ୍ବାର ଶାଶୂ, ଶ୍ବଶୁର, ସ୍ୱାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।
ଆହୁରି ପଢ଼ନ୍ତୁ Pattamundai Lady IIC ଏସିଏଫଙ୍କୁ ଦୁର୍ବ୍ୟବହାର କରି ଫସିଲେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର
Follow Us