ସାପ୍ତାହିକ ହାଟ ନିକଟରେ ପଡ଼ିରହିଛି ଦରପୋଡ଼ା ଶଵ, ମିଳିଲା ପରିଚୟ

ଠାକୁରମୁଣ୍ଡା ଥାନା କେନ୍ଦୁଜିଆଣୀ ସାପ୍ତାହିକ ହାଟରେ ପଡ଼ିରହିଛି ଅଧା ପୋଡ଼ା ଶବ। ମୃତକ କେନ୍ଦୁଜିଆଣୀ ନିକଟସ୍ଥ ଜଡଵିଲ ଗ୍ରାମର ଭଦ୍ରୁ ମହାନ୍ତ (୫୮)। ଝିଅ ସୁକାନ୍ତି ମହାନ୍ତ ଠାକୁରମୁଣ୍ଡା ଥାନାରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଏତଲା ଦାଏର କରିଛନ୍ତି l

vbhi

ଠାକୁରମୁଣ୍ଡା: ଠାକୁରମୁଣ୍ଡା ଥାନା କେନ୍ଦୁଜିଆଣୀ ସାପ୍ତାହିକ ହାଟରେ ପଡ଼ିରହିଛି ଅଧା ପୋଡ଼ା ଶବ। କେହି ଦୁର୍ବୃତ୍ତ ହତ୍ୟା ପରେ ପୋଡ଼ି ଦେଇଥିବା ସନ୍ଦେହ କରାଯାଇଛି। ଘଟଣାସ୍ଥଳରେ ଠାକୁରମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତକ କେନ୍ଦୁଜିଆଣୀ ନିକଟସ୍ଥ ଜଡଵିଲ ଗ୍ରାମର ଭଦ୍ରୁ ମହାନ୍ତ (୫୮)। ତାଙ୍କୁ ମାରିବା ପରେ କେହି ବିଲରେ ଥିବା ଧାନ ନଡ଼ା ଦେଇ ପୋଡ଼ି ଦେଇଥିବାରୁ ତାଙ୍କୁ ସ୍ଥାନୀୟ ଲୋକମାନେ ଚିହ୍ନଟ କରିବା ସହଜ ହୋଇନଥିଲା l ଖବର ପାଇ ଅତିରିକ୍ତ ଏସପି ନାରାୟଣ ନାୟକ ପହଞ୍ଚି ଅନୁଧ୍ୟାନ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା କେନ୍ଦୁଜିଆଣୀଠାରେ ଗତକାଲି ସାପ୍ତାହିକ ହାଟ ବସିଥିଲା। ହାଟ ସରିଯିବା ପରେ ହାଟର ଗୋଟିଏ ପାର୍ଶ୍ୱରେ ଯେଉଁଠି ହାଣ୍ଡିଆ ହାଟ ବସେ। ସେଠାରେ ଗୋଟିଏ ଅଧା ପୋଡ଼ା ମୃତଦେହ ପଡ଼ିଥିବାର ନଜର ଆସିଥିଲା l ସ୍ଥାନୀୟ ଲୋକ ରାତିରେ ଥାନାକୁ ଖବର ଦେବାପରେ ଠାକୁରମୁଣ୍ଡା ପୁଲିସ ରାତି ଯାକ ଘଟଣାସ୍ଥଳରେ ଜଗି ରହିଥିଲେ l

ଆଜି ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଥିଲା l ମୃତକ କେନ୍ଦୁଜିଆଣୀ ନିକଟସ୍ଥ ଜଡଵିଲ ଗ୍ରାମର ଭଦ୍ରୁ ମହାନ୍ତ (୫୮)। ତାଙ୍କୁ ମାରିବା ପରେ କେହି ବିଲରେ ଥିବା ଧାନ ନଡ଼ା ଦେଇ ପୋଡ଼ି ଦେଇଥିବାରୁ ତାଙ୍କୁ ସ୍ଥାନୀୟ ଲୋକମାନେ ଚିହ୍ନଟ କରିବା ସହଜ ହୋଇନଥିଲା l ଖବର ପାଇ ଅତିରିକ୍ତ ଏସପି ନାରାୟଣ ନାୟକ ପହଞ୍ଚି ଅନୁଧ୍ୟାନ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଆଜି ସକାଳୁ  ଭଦୁରୁ ମହାନ୍ତଙ୍କ ବଡ଼ଭାଇ ଶିବ ମହାନ୍ତ  ଘଟଣା ସ୍ଥଳକୁ ଆସି ଶବକୁ ଚିହ୍ନଟ କରିଥିଲେ। ଭଦ୍ରୁର ଝିଅ ଅନ୍ୟତ୍ର ରହୁଥିବାରୁ ପୁଲିସ ଖବର ଦେବା ପରେ ଝିଅ ସୁକାନ୍ତି ମହାନ୍ତ ପହଞ୍ଚି ଠାକୁରମୁଣ୍ଡା ଥାନାରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଏତଲା ଦାଏର କରିଛନ୍ତି l ହତ୍ୟାକାରୀକୁ ଠାବ କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe