ପାରିବାରିକ କଳହକୁ ନେଇ ସାତ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା ମଦ୍ୟପ ବାପା

Advertisment

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ସାତ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା  ମଦ୍ୟପ ବାପା। କଙ୍କଡାହାଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ସାତ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା  ମଦ୍ୟପ ବାପା। କଙ୍କଡାହାଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

nj

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ସାତ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା  ମଦ୍ୟପ ବାପା। କଙ୍କଡାହାଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଉଦାସାହି ଗ୍ରାମର ସଞ୍ଜୟ ଚାତାର ଶଶୁର ଘର କଙ୍କଡାହାଡ଼ ଥାନା କଣ୍ଟାପାଳରେ ପରିବାର ସହିତ ରହି ଶ୍ରମିକ ଭାବେ କାମ କରୁଥିଲେ। ହେଲେ ଗଲା କିଛି ମାସ ହେବ କୈାଣସି କାମଧନ୍ଦା ନକରି ସେ ଘରେ ବସି ରହୁଥିଲେ।ଗତକାଲି ପତ୍ନୀ ଜନନୀ ମୁଣ୍ଡା ସହ ମିଶି ଡିଲର ପାଖକୁ ଚାଉଳ ଆଣିବାକୁ ଯାଇ ଫେରିବା ବେଳେ ବାଟରେ ଦୁେହଁ ଝଗଡ଼ା ଲାଗିଥିଲେ l ଝଗଡା ଲାଗିବା ପରେ ସଞ୍ଜୟ ମଦ ପିଇ ମାତାଲ ଅବସ୍ଥାରେ ନିଜ ସାତ ମାସର ଝିଅକୁ ଗାଁ ଦାଣ୍ଡରେ କଚାଡ଼ି ଦେଇଥିଲା l ଫଳରେ ଶିଶୁ କନ୍ୟାଟି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା ।

ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଉଦାସାହି ଗ୍ରାମର ସଞ୍ଜୟ ଚାତାର ଶଶୁର ଘର କଙ୍କଡାହାଡ଼ ଥାନା କଣ୍ଟାପାଳରେ ପରିବାର ସହିତ ରହି ଶ୍ରମିକ ଭାବେ କାମ କରୁଥିଲେ। ହେଲେ ଗଲା କିଛି ମାସ ହେବ କୈାଣସି କାମଧନ୍ଦା ନକରି ସେ ଘରେ ବସି ରହୁଥିଲେ।ଗତକାଲି ପତ୍ନୀ ଜନନୀ ମୁଣ୍ଡା ସହ ମିଶି ଡିଲର ପାଖକୁ ଚାଉଳ ଆଣିବାକୁ ଯାଇ ଫେରିବା ବେଳେ ବାଟରେ ଦୁେହଁ ଝଗଡ଼ା ଲାଗିଥିଲେ l ଝଗଡା ଲାଗିବା ପରେ ସଞ୍ଜୟ ମଦ ପିଇ ମାତାଲ ଅବସ୍ଥାରେ ନିଜ ସାତ ମାସର ଝିଅକୁ ଗାଁ ଦାଣ୍ଡରେ କଚାଡ଼ି ଦେଇଥିଲା l ଫଳରେ ଶିଶୁ କନ୍ୟାଟି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା ।

ସେପଟେ ସଞ୍ଜୟ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ତାଙ୍କ ଛାତି ଓ ହାତରେ ଆଘାତ ଲାଗି ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ତେବେ ସ୍ୱାମୀ କିଛି କାମ ନକରି ଶଶୁର ଘରେ  ରହିବାରୁ ପରିବାର କେମିତି ଚଳିବ ସେନେଇ ପରିବାରରେ ସବୁବେଳେ ଅଶାନ୍ତି ଲାଗିରହୁଥିଲା । କଙ୍କଡାହାଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।ଏ ସଂକ୍ରାନ୍ତରେ ଥାନା ଅଧିକାରୀ କଳ୍ପନା ବେହେରା କହିଛନ୍ତି ପାରିବାରିକ କଳହରୁ ଏହି ଘଟଣା ଘଟିଛି । ଢେଙ୍କାନାଳ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କଲାପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ।ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe