ଭୂସ୍ଖଳନରେ ବାପ ପୁଅ ନିଖୋଜ, ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ

ଗଜପତି ଜିଲ୍ଲାରେ ଗତକାଲି ଦିନତମାମ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କିଛି ମାତ୍ରାରେ ଭୁସ୍ଖଳନ ହୋଇଥିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ପେକେଟ ଗାଁ ନିକଟରେ ରାସ୍ତାରେ ଭୂସ୍ଖଳନ ଘଟିଛି। ସେହି ଗାଁର ବାପ ପୁଅ ନିଖୋଜ ଅଛନ୍ତି।ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

Untitled

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଗତକାଲି ଦିନତମାମ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କିଛି ମାତ୍ରାରେ ଭୁସ୍ଖଳନ ହୋଇଥିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ପେକେଟ ଗାଁ ନିକଟରେ ରାସ୍ତାରେ ଭୂସ୍ଖଳନ ଘଟିଛି। ସେହି ଗାଁର ବାପ ପୁଅ ନିଖୋଜ ଅଛନ୍ତି।ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

ପେକଟ ଗାଁର କାର୍ତ୍ତିକ ଶବର(୭୦) ଓ ତାଙ୍କ ପୁଅ ରାଜୀବ ଶବର ମାଟି ତଳେ ଚାପି ରହିଥିବା ସନ୍ଦେହ କରାଯାଉଛି। ପକେଟ୍ ଗାଁ ନିକଟରେ ଭୂସ୍ଖଳନ ଯୋଗୁଁ ରାୟଗଡ଼ଠାରୁ  ରା.ଊଦୟଗିରି ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଗୁମ୍ମା ବ୍ଲକର ଅଢେଇ ଗାଁ ନିକଟରେ ମଧ୍ୟ ରାସ୍ତା କଡ଼ରୁ ମାଟି ଅତଡା ଖସିଛି। ଫଳରେ ଅଢେଇ ଗାଁ ଓ କୁଜାସିଂ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଏଣେ ସନ୍ଧାନୀ କୁକୁର ସାହାଯ୍ୟରେ ଖୋଜାଖୋଜି ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe