କୋଏଲନଦୀରେ ବୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ର ନିଖୋଜ

କୋଏଲ ନଦୀରେ ଆଜି ପୁଣି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି। ସ୍କୁଲ ବନ୍ଧୁଙ୍କ ସହ ଗାଧେଇବାକୁ ଯାଇଥି‌ବାବେଳେ ଏହି ଅଘଟଣ ଘଟିଥିଲା। ଏକାସାଙ୍ଗରେ ତିନି ଜଣ ସାଙ୍ଗ ବୁଡ଼ିଯାଇଥିଲେ।

-ସୁରକ୍ଷିତ ଉଦ୍ଧାରହେଲେ ୨ ନାବାଳକ

ରାଉରକେଲା: ଆଜି ପୁଣି ଜଣେ ନାବାଳକ କୋଏଲ ନଦୀରେ ନିଖୋଜ ହୋଇଯାଇଛନ୍ତି। ସ୍କୁଲ ବନ୍ଧୁଙ୍କ ସହ ଗାଧେଇବାକୁ ଯାଇଥି‌ବାବେଳେ ଏହି ଅଘଟଣ ଘଟିଥିଲା। ଏକାସାଙ୍ଗରେ ତିନି ଜଣ ସାଙ୍ଗ ବୁଡ଼ିଯାଇଥିଲେ। ତେବେ ୨ ଜଣ ନାବାଳକଙ୍କୁ ସ୍ଥାନୀୟ ଲୋକ ସୁରକ୍ଷିତ ଉଦ୍ଧାର କରିବାବେଳେ ଅନ୍ୟଜଣେ ନାବାଳକ ନିଖୋଜ ଅଛନ୍ତି। ଦିନସାରା ଖୋଜାଖୋଜି କଲାପରେ ମଧ୍ୟ ନାବାଳକ ପ୍ରତୀକ ବଡ଼ାଇକ(୧୨)ଙ୍କ ପତ୍ତା ମିଳିପାରିନି। 
ସେକ୍ଟର-୨୦ ପମ୍ପ୍‌ ହାଉସ୍‌ ବସ୍ତିରେ ରୁହନ୍ତି ପ୍ରତୀକ। ସେ ସେକ୍ଟର-୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର। ରବିବାର ଦିନ ପ୍ରାୟ ଦେଢ଼ଟା। ପ୍ରତୀକ ସେକ୍ଟର-୨୦ ଡି’ ବ୍ଲକରେ ରହୁଥିବା ତଥା ସମାନ ସ୍କୁଲରେ ପଢ଼ୁଥିବା ତିନି ଜଣ ସହପାଠୀଙ୍କ ସହ କୋଏଲନଦୀ ହମିରପୁର ଘାଟକୁ ଗାଧେଇବାକୁ ଯାଇଥିଲେ। ସମସ୍ତଙ୍କ ବୟସ ୧୧/୧୨ ବର୍ଷ ଭିତରେ। ଜଣେ ସହପାଠୀ ଗାଧେଇବାକୁ ମନା କରିଥିବାବେଳେ ପ୍ରତୀକଙ୍କ ସମେତ ଅନ୍ୟ ଦୁଇ ଜଣ ନଦୀ ଭିତରକୁ ପଶିଥିଲେ।
publive-image
କିଛି ସମୟପରେ ତିନି ଜଣନାବାଳକ ବୁଡ଼ିଯାଉଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ସେମାନେ ଜୀବନକୁ ବାଜି ଲଗାଇ ଦୁଇ ଜଣ ନାବାଳକଙ୍କୁ ଉଦ୍ଧାର କରିଥିଲେ। ଏତିକିବେଳେ ପ୍ରତୀକ ନଦୀ ଗର୍ଭକୁ ଚାଲିଯାଇଥିବାରୁ ତାଙ୍କୁ ଉଦ୍ଧାର କରିପାରିନଥିଲେ। ଏହାପରେ ତାଙ୍କର ଆଉ ଖୋଜଖବର ମିଳିନଥିଲା। ପରେ ଅଗ୍ନିଶମ ବିଭାଗ, ଓଡ୍ରାଫ୍‌ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବିଳମ୍ବିତ ସନ୍ଧ୍ୟା ‌ଯାଏ କୌଣସି ଖବର ନ ମିଳିବାରୁ ଉଦ୍ଧାରକାର୍ଯ୍ୟକୁ ବନ୍ଦ କରିଦିଆଯାଇଛି। ଆସନ୍ତାକାଲି ସକାଳୁ ପୁଣି ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବ ପୁଲିସ ସୂଚନାରୁ ପ୍ରକାଶ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe