ଦେଓମାଳିରେ ବର୍ଜବସ୍ତୁ ପକାଇ ସୌନ୍ଦର୍ଯ୍ୟକୁ ନଷ୍ଟ କରନ୍ତୁନି: ରାଜମୌଲୀ

Advertisment

ଓଡ଼ିଶାର ସର୍ବୋଚ୍ଚ ତଥା ଚମତ୍କାର ଶିଖର ଦେଓମାଲି ପାଇଁ ଏକ ଚମତ୍କାର ଏକକ ଯାତ୍ରା ଥିଲା। ଉପରୁ ଦୃଶ୍ୟ ସମ୍ପୂର୍ଣ୍ଣ ଚମତ୍କାର ଥିଲା। ଏଭଳି ସେ ନିଜ ସାମାଜିକ ଗଣମାଧ୍ୟମ ଏକ୍ସରେ ଉଲ୍ଲେଖ କରିଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସଏସ୍ ରାଜମୌଲି।

ଓଡ଼ିଶାର ସର୍ବୋଚ୍ଚ ତଥା ଚମତ୍କାର ଶିଖର ଦେଓମାଲି ପାଇଁ ଏକ ଚମତ୍କାର ଏକକ ଯାତ୍ରା ଥିଲା। ଉପରୁ ଦୃଶ୍ୟ ସମ୍ପୂର୍ଣ୍ଣ ଚମତ୍କାର ଥିଲା। ଏଭଳି ସେ ନିଜ ସାମାଜିକ ଗଣମାଧ୍ୟମ ଏକ୍ସରେ ଉଲ୍ଲେଖ କରିଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସଏସ୍ ରାଜମୌଲି।

କୋରାପୁଟ: ଓଡ଼ିଶାର ସର୍ବୋଚ୍ଚ ତଥା ଚମତ୍କାର ଶିଖର ଦେଓମାଲି ପାଇଁ ଏକ ଚମତ୍କାର ଏକକ ଯାତ୍ରା ଥିଲା। ଉପରୁ ଦୃଶ୍ୟ ସମ୍ପୂର୍ଣ୍ଣ ଚମତ୍କାର ଥିଲା। ଏଭଳି ସେ ନିଜ ସାମାଜିକ ଗଣମାଧ୍ୟମ ଏକ୍ସରେ ଉଲ୍ଲେଖ କରିଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସଏସ୍ ରାଜମୌଲି। ଦେଓମାଲିକୁ ବୁଲିବାକୁ ଯାଇ ଦେଓମାଲିର ପାଦଦେଶରେ ପର୍ଯ୍ୟଟକ ମାନେ ଯେଭଳି ବର୍ଜବସ୍ତୁ ପଲିଥିନ ଜରି, ଖାଦ୍ୟ ପ୍ୟାକେଟ୍, ମଦ ବୋତଲ ଆଦି ପକାଇ ରଖୁଛନ୍ତି ତାକୁ ନାପସନ୍ଦ କରିଛନ୍ତି ରାଜମୌଲୀ। ଏଭଳି ଚମତ୍କାର ସ୍ଥାନକୁ ଏଭଳି କରିବା ଦ୍ବାରା ଅନ୍ୟ ପର୍ଯ୍ୟଟକଙ୍କ ମନରେ ଅନ୍ୟ ଭାବନା ଆସିବ ବୋଲି ଲେଖିଛନ୍ତି। ପର୍ଯ୍ୟଟକମାନେ ଏହି ସ୍ଥାନର ସୁରକ୍ଷା ପାଇଁ ଏଭଳି ବର୍ଜବସ୍ତୁକୁ ତୁରନ୍ତ ହଟାଇବାକୁ ଅନୁରୋଧ କରିଛନ୍ତି ରାଜମୌଲୀ। ଏଭଳି ଚମତ୍କାର ସ୍ଥାନର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

publive-image

ପର୍ଯ୍ୟଟକମାନେ ଦେଓମାଳିର ସୁରକ୍ଷା ପାଇଁ ଏଭଳି ବର୍ଜବସ୍ତୁକୁ ତୁରନ୍ତ ହଟାଇବାକୁ ଅନୁରୋଧ କରିଛନ୍ତି ରାଜମୌଲୀ। ଏଭଳି ଚମତ୍କାର ସ୍ଥାନର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

ପ୍ରକାଶ ଯୋଗ୍ୟ, ଗତ ୧ତାରିଖରୁ ୧୯ତାରିଖ ଯାଏଁ ସେ ପେନ୍ ଇଣ୍ଡିଆ ଚଳଚ୍ଚିତ୍ର ଏସଏସଏମବି-୨୯ର ସୁଟିଂ କୋରାପୁଟ ଜିଲ୍ଲାର ତଳମାଳି ଓ ଦେଓମାଳି ଅଂଚଳରେ କରିଥିଲେ। ଏଥିରେ ସୁପରଷ୍ଟାର ମହେଶ ବାବୁ ଓ ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ବହୁ ଅଭିନେତା ଭାଗ ନେଇଥିଲେ। ଅଭିନେତା ମହେଶ ବାବୁ ଓ ନିର୍ଦ୍ଦେଶକ ଦେଓମାଲିରେ ବନବିଭାଗ କଟେଜରେ ହିଁ ରହୁଥିଲେ। ଏପରିକି ନିର୍ଦ୍ଦେଶକ ସ୍ଥାନୀୟ ଅଂଚଳର ଜନଜାତି ସମ୍ପର୍କରେ ଜାଣିବାକୁ ପ୍ରୟାସ କରି ଯୁବବର୍ଗଙ୍କ ସହ ଭଲିବଲ ଖେଳିଥିଲେ।

ସେହିପରି ଅଭିନେତା ମହେଶ ବାବୁ ଅନ୍ୟ କାହାରିକୁ ଭେଟି ନଥିଲେ ହେଁ କୋରାପୁଟ ଏସପି ରୋହିତ ବର୍ମା, ଜୟପୁର ଏସଡିପିଓ ଓଜୟପୁର ଉପଜିଲ୍ଲାପାଳ ଆକାବରମ୍ ଶସ୍ୟା ରେଡ୍ଡୀଙ୍କ ସହ ଉଠାଇଥିବା ଏକ ଫଟୋ ବେଶି ଭାଇରାଲ୍ ହୋଇଛି। ସେହିପରି କୋରାପୁଟ ବନଖଣ୍ଡ ପକ୍ଷରୁ ଆୟୋଜିତ ଗୋଟିଏ ବୃକ୍ଷ ମାତା ଙ୍କ ନାଁରେ କାର୍ଯ୍ୟକ୍ରମରେ ରାଜମୌଲୀ ଭାଗ ନେଇ ଗଛ ଲଗାଇଥିଲେ। ଡିଏଫଓ କେଭି ଭାସ୍କର ରାଓ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। 

Koraput 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe