ଫାଇନାନ୍ସ କଂପାନିର ଆତଙ୍କରାଜ: ରୋଗୀ, ପରିବାର ଲୋକଙ୍କ ଠାରୁ ନେଇଗଲେ ଗାଡ଼ି

Advertisment

ଅନଗୁଳ ଜିଲ୍ଲା ବଡ଼କେରା ଛକ ନିକଟରେ ଫାଇନାନ୍ସ କମ୍ପାନିର ଆତଙ୍କରାଜ ଦେଖିବାକୁ ମିଳିଛି। ଜଣେ ରୋଗୀ ଓ ତାଙ୍କର ପରିବାର ଲୋକ ଗାଡ଼ିରେ ଯାଉଥିବା ବେଳେ ହଇରାଣର ସମ୍ମୁଖୀନ ହେବାକୁ ପଡ଼ିଛି।

ଅନଗୁଳ ଜିଲ୍ଲା ବଡ଼କେରା ଛକ ନିକଟରେ ଫାଇନାନ୍ସ କମ୍ପାନିର ଆତଙ୍କରାଜ ଦେଖିବାକୁ ମିଳିଛି। ଜଣେ ରୋଗୀ ଓ ତାଙ୍କର ପରିବାର ଲୋକ ଗାଡ଼ିରେ ଯାଉଥିବା ବେଳେ ହଇରାଣର ସମ୍ମୁଖୀନ ହେବାକୁ ପଡ଼ିଛି।

New Project (28)

ବଡ଼କେରା: ଅନଗୁଳ ଜିଲ୍ଲା ବଡ଼କେରା ଛକ ନିକଟରେ ଫାଇନାନ୍ସ କମ୍ପାନିର ଆତଙ୍କରାଜ ଦେଖିବାକୁ ମିଳିଛି। ଜଣେ ରୋଗୀ ଓ ତାଙ୍କର ପରିବାର ଲୋକ ଗାଡ଼ିରେ ଯାଉଥିବା ବେଳେ ହଇରାଣର ସମ୍ମୁଖୀନ ହେବାକୁ ପଡ଼ିଛି। ଫାଇନାନ୍ସ କଂପାନିର କର୍ମଚାରୀ କୁହାଯାଉଥିବା ଲୋକେ ରୋଗୀ ଓ ପରିବାରଙ୍କ ଠାରୁ ବଳପୂର୍ବକ ଗାଡ଼ି ଛଡ଼ାଇ ନେଇଥିବା ଅଭିଯୋଗ ହେଉଛି। 

ସୂଚନା ଅନୁସାରେ ଏହି ଅଞ୍ଚଳର କିଛି ଲୋକ ଫାଇନାନ୍ସ ମାଧ୍ୟମରେ ଗାଡ଼ି କିଣିଛନ୍ତି। ଆର୍ଥିକ ସମସ୍ୟା ହେଉ ଅବା ଅନ୍ୟ କୌଣସି କାରଣରୁ ବେଳେ ସେମାନେ ମାସିକ କିସ୍ତି ଦେବାରେ ଅସୁବିଧାର ସାମ୍ନା କରିଥାନ୍ତି। ଏଭଳି ବିପରୀତ ସ୍ଥିତିରେ କିଛି ଗାଡ଼ି ମାଲିକ ଯଦି କିସ୍ତି ଦେବାରେ ସାମାନ୍ୟ ବିଳମ୍ବ କରନ୍ତି, କଂପାନି ଦ୍ବାରା ଆକ୍ରୋଶର ଶିକାର ହୋଇଥାନ୍ତି। ଫାଇନାନ୍ସ କମ୍ପାନିର କର୍ମଚାରୀ  ବିନା ନୋଟିସ୍‌ରେ ଗାଡ଼ି ଛଡ଼ାଇ ନେଇ ଯାଇଥାନ୍ତି। ଗତକାଲି ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା। 

ଜରପଡ଼ା ଅଞ୍ଚଳର ଜଣେ ରୋଗୀ ତାଙ୍କ ପରିବାର ସହିତ ଡାକ୍ତରୀ ପରାମର୍ଶ ପାଇଁ କଟକ ଅଭିମୁଖେ ଏକ ଗାଡ଼ି (ଓଡି ୦୬କେ ୩୪୮୭)ରେ ଯାଉଥିଲେl ବଡ଼କେରା ଛକ  ନିକଟରେ ସେମାନଙ୍କୁ କିଛି ଅଜଣା ବ୍ୟକ୍ତି ଓ ଦଳେ ଗୁଣ୍ଡା ଅଟକାଇଥିଲେl ଆମେ ଫାଇନାନ୍ସ କଂପାନିର ଲୋକ ବୋଲି ସେମାନେ ପରିଚୟ ଦେଇଥିଲେ। ଗାଡ଼ିରେ ବସିଥିବା ଲୋକେ ଯେତେବେଳେ ପଚାରିଥିଲେ ତମେମାନେ କିଏ? ଦୁର୍ବୃତ୍ତମାନେ ସଠିକ ଉତ୍ତର ଦେଇପାରି ନଥିଲେ। 

ପରିବାର ଲୋକେ କହିଥିଲେ, ଆମେ ମେଡିକାଲ ଯାଉଛୁ ଆସିଲା ପରେ ଯାହା କଥାହେବାl କିନ୍ତୁ ଫାଇନାନ୍ସ କର୍ମଚାରୀମାନେ କିଛି ଶୁଣି ନଥିଲେ। ବରଂ ରୋଗୀ ଓ ତାଙ୍କର ପରିବାରର ଲୋକଙ୍କୁ ରାଜରାସ୍ତାରେ ଓଲ୍ଲାଇ ଗାଡ଼ି ନେଇ ସେଠାରୁ ଫେରାର ହୋଇ ଯାଇଥିଲେ। ଶେଷରେ ନିରୁପାୟ ହୋଇ ପରିବାର ଲୋକେ ରୋଗୀକୁ ନେଇ ଘରକୁ ଫେରିଥିଲେl 

ଲୋକଙ୍କ ପ୍ରଶ୍ନ ଏହି ଭଳି ଘଟଣା ପୁଲିସ ଜାଣତରେ ହେଉଛି କି କାହା ନିର୍ଦେଶରେ ହେଉଛି? କିଛି ଦିନ ତଳେ ଏହି କର୍ମଚାରୀମାନେ ତୁମୁଣୀ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଦିବାଲୋକରେ ଛକ ଉପରେ ମାଡ଼ପିଟ କରି ତାଙ୍କ ଠାରୁ ତାଙ୍କ ଗାଡ଼ି ଛଡାଇ ନେଇଥିଲେl ଏହି କର୍ମଚାରୀମାନେ କିଛି ନିରୀହ ଲୋକଙ୍କୁ ହଇରାଣ ହରକତ କରୁଛନ୍ତିl ଦୁଇଦିନ ତଳେ ଗୋଟେ ମହାରାଷ୍ଟର ଗାଡ଼ିକୁ ମଧ୍ୟ ଛାଡ଼ିନାହାନ୍ତିl

ଫାଇନାନ୍ସ କର୍ମଚାରୀ ଓ ଗୁଣ୍ଡମାନଙ୍କୁ କିଏ ନିର୍ଦେଶ ଦେଇଛି ରାସ୍ତା ଘାଟରେ ଜଗିବାପାଇଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛିl ଜିଲ୍ଲା ପ୍ରଶାସନ ଓ ପୁଲିସ ଏ ଦିଗରେ ବିଚାର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତିl ଏ ବାବଦରେ ବନ୍ତଳା ଥାନା ଅଧିକାରୀ ନଟବର ନନ୍ଦ ପ୍ରତିକ୍ରିୟା ଦେଇ ନାହାନ୍ତି।

angul 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe