fir against pranab prakash das-bjd- Photograph: (sambad.in)
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୀତି ଉଷ୍ମ ହେବାରେ ଲାଗିଛି । ଏହାଭିତରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଆଁରେ କୋମନା ଥାନାରେ ଲିଖତ ଅଭିଯୋଗ ହୋଇଛି। ଜଣେ ବିଜେପି ସମର୍ଥକଙ୍କୁ ବିଜେଡ଼ି ନେତା ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ ନେଇ ଥାନାରେ ଲିଖତ ଅଭିଯୋଗ ହୋଇଛି। ଏନେଇ ବିଏନଏସ୍ ଧାରା ୨୯୬, ୧୨୬(୨), ୧୧୫(୨), (୩), (୫)ରେ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି ।
ଜିତୁଙ୍କୁ ସାର୍ଟ କଲର ଧରି ମାଡ଼ ମାରିଥିଲେ ବବି ଦାସ
କୋମନା ପାଇକପଡ଼ାର ଜିପ୍ଲ ଆଡ଼ବଙ୍ଗଙ୍କୁ ବିଜେଡ଼ି ନେତାମାନେ କୋମନା ସ୍ଥିତ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକିଥିଲେ। ଅପରାହ୍ନରେ ଜିତୁ ଅଡ଼ବଙ୍ଗ ସେହି ଫାର୍ମ ହାଉସକୁ ଯାଇଥିଲେ। ସେଠି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଜିତୁଙ୍କୁ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିଥିଲେ। ଆଗରୁ ବିଜେଡ଼ିରେ ବୁଲୁଥିଲୁ ଓ ଏବେ କାହିଁକି ବିଜେପିରେ ବୁଲୁଛି ବୋଲି କହିଥିଲେ। ସେଠି ଜିତୁଙ୍କୁ ସାର୍ଟ କଲର ଧରି ମାଡ଼ ମାରିଥିଲେ ବବି ଦାସ । ତୁ ମୋତେ ଚିହ୍ନୁନି ତୋତେ ଓ ତୋର ପରିବାରକୁ ଜୀବନରେ ମାରିଦେବି ବୋଲି ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀ ଧମକଚମକ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଣେ ଘଟଣା ବିଷୟରେ ଖବର ପାଇ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିବା ଜିତୁ କହିଛନ୍ତି।
ପୁଲିସ ସଠିକ ସମୟରେ ପହଞ୍ଚି ଉଦ୍ଧାର କରିନଥିଲେ ହୁଏତ ମୋତେ ମାରି ଦେଇଥାନ୍ତେ ବୋଲି ଲିଖତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଘଟଣାର ତଦନ୍ତ ଚାଲିଛି। କିନ୍ତୁ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି । ଏନେଇ କୋମନା ଆଇଆଇସି ରଶ୍ମିତା ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଟିକେ ଛାଡ଼ି ଫୋନ କରୁଛି ବୋଲି କାଟି ଦେଇଥିଲେ । ଏଣେ ନୂଆପଡ଼ାରେ ବିଜେଡି ନେତାମାନଙ୍କ ଉତ୍ପାତ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରୁଥିବା କୁହାଯାଉଛି। ତେବେ ଏହି ଘଟଣାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ କରି ନଥିବା ହେତୁ ଅସନ୍ତୋଷ ଦେଖିବାକୁ ମିଳିଛି।
ଆହୁରି ପଢ଼ନ୍ତୁ:'Subhadra Ekta Padayatra': ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ‘ସୁଭଦ୍ରା ଏକତା ପଦଯାତ୍ରା’
ଉପନିର୍ବାଚନ ପ୍ରଚାରରେ ଆସି ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇ ଖରିଆର୍ ରୋଡ୍ରେ ଏକ ଘରଭଡ଼ା ନେଇ ରହୁଛନ୍ତି। ନିର୍ବାଚନରେ ବାଣ୍ଟିବା ପାଇଁ ତାଙ୍କ ଘରେ ଟଙ୍କା ରଖାଯାଇଥିବା କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ୨ ଜଣ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ଚଢ଼ଉ କରିଥିଲା।
Follow Us