ଶାସକ ଦଳର ବିଧାୟକଙ୍କ ନାମରେ ଥାନାରେ ଏତଲା ଦେଲେ ବିଜେଡି ନେତ୍ରୀ

ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତ୍ରୀ ଶୁକ୍ରବାର ବାଲେଶ୍ବର ଜିଲ୍ଲା ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ବିଜେଡି ମହିଳା ନେତ୍ରୀମାନଙ୍କ ସହ ଭୁବନେଶ୍ୱର ମହିଳା ଥାନାରେ ଶ୍ରୀମତୀ ସାମନ୍ତସିଂହାର ଏତଲା ଦେଇଛନ୍ତି।

New Project (20)

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତ୍ରୀ ଶୁକ୍ରବାର ବାଲେଶ୍ବର ଜିଲ୍ଲା ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ବିଜେଡି ମହିଳା ନେତ୍ରୀମାନଙ୍କ ସହ ଭୁବନେଶ୍ୱର ମହିଳା ଥାନାରେ ଶ୍ରୀମତୀ ସାମନ୍ତସିଂହାର  ଏତଲା ଦେଇଛନ୍ତି। ଅଭିଯୋଗରେ ସେ ଭିଡିଓ ପ୍ରମାଣ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। 

ହାତୀ ଦାନ୍ତ କାରବାର, ବେଆଇନ ଜମି ଜବର ଦଖଲ ସନ୍ତୋଷ ଖଟୁଆ କରୁଥିବା ଅଭିଯୋଗ ଆଣି ପ୍ରେସ୍‌ମିଟ କରିଥିଲି। ହେଲେ ତଥ୍ୟ ପ୍ରମାଣ ଦେଇ ଏହାକୁ କାଉଣ୍ଟର ନ କରି ମୋ ବିଷୟରେ ଅଶାଳୀନ ଅସଭ୍ୟ ମନ୍ତବ୍ୟ ଦିଆଯାଉଛି।

-ଲେଖାଶ୍ରୀ ସାମନ୍ତସିଂହାର, ବିଜେଡି ନେତ୍ରୀ

ବିଜେଡି ନେତ୍ରୀ କହିଛନ୍ତି, ମହିଳାଙ୍କ ସମ୍ମାନ ସହ ସାଲିସ ହେବା କଥା ନୁହେଁ। ମହିଳାମାନେ କର୍ମ କ୍ଷେତ୍ର ପାଇଁ ବାହାରକୁ ଆସୁଛନ୍ତି। ତାଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ଵ। ମୁଁ ବିଜୁ ଜନତା ଦଳର ମୁଖପାତ୍ର ବାଲେଶ୍ବର ସାଂସଦ ପାର୍ଥି ମଧ୍ୟ। ଦଳ ଉଦ୍ଦେଶ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲି। ହାତୀ ଦାନ୍ତ କାରବାର, ବେଆଇନ ଜମି ଜବର ଦଖଲ ସନ୍ତୋଷ ଖଟୁଆ କରୁଥିବା ଅଭିଯୋଗ ଆଣି ପ୍ରେସ୍‌ମିଟ କରିଥିଲି। ହେଲେ ତଥ୍ୟ ପ୍ରମାଣ ଦେଇ ଏହାକୁ କାଉଣ୍ଟର ନ କରି ମୋ ବିଷୟରେ ଅଶାଳୀନ ଅସଭ୍ୟ ମନ୍ତବ୍ୟ ଦିଆଯାଉଛି। ଏହା ଦ୍ବାରା ମୋତେ ମାନସିକ ଭାବେ ଆଘାତ ଲାଗିଛି। ମୋ ପରିବାର, ମୋ ବନ୍ଧୁ ପ୍ରୀୟଜନଜଙ୍କ ଆଗରେ ମତେ ଛୋଟ କରିବାକୁ ଚେଷ୍ଟା କରିଛନ୍ତି। ଆଶା କରୁଛି ଆଇନ ଅନୁସାରେ ପୁଲିସ ପଦକ୍ଷେପ ନେବ। 

ସୂଚନାଯୋଗ୍ୟ, ଦିନକ ପୂର୍ବରୁ ଲେଖାଶ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ,, ସରକାର, ବର୍ଷ ଏକ ଶୋଷଣ ଅନେକ, ଭାଷଣ ଅନେକ। ବାଲେଶ୍ୱର ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ନାହିଁ। ରଥଯାତ୍ରା, ବିଏମସିରେ ଅରାଜକତା ଚାଲିଛି।  ୨୦୨୪ପୂର୍ବରୁ ଯେଉଁ ପରି ଭାବେ ନବୀନ ପଟ୍ଟନାୟକଙ୍କ ଶାସନ ସୁରୁଖୁରୁରେ ଚାଲିଥିଲା, ତା ପରେ ଡବଲ ଇଞ୍ଜିନ ସରକାର ଡବଲ ଧୋକା ଡବଲ ଦୁର୍ନୀତିରେ ଚାଲିଛି। ନୀଳଗିରି ବିଜେପି ବିଧାୟକଙ୍କ ଛତ୍ରଛାୟାରେ ଅପରାଧର ଚରାଭୂଇଁ ଚାଲିଛି।

ଗତ ଜୁନ ୧୫ରେ ନୀଳଗିରି ବ୍ଲକ ଟେଲିପାଡ଼ ପଞ୍ଚାୟତରେ ବିଶାଳ ଦନ୍ତା ହାତୀକୁ ମାରି ଅମୂଲ୍ୟ ଦାନ୍ତ ଲୁଟ୍ କରିଛନ୍ତି। ତଦନ୍ତ କରି ବନ ବିଭାଗ ଜାଣିଲା ଯେ, ଅଭିଯୁକ୍ତମାନେ ବିଧାୟକ ସନ୍ତୋଷ ଖଟୁଆଙ୍କଙ୍କ ଫାର୍ମ ହାଉସରେ ଲୁଚି ଥିଲେ, ଯାହା ଦର୍ଶାଉଛି ଯେ ହାତୀ ଦାନ୍ତ ତସ୍କରୀରେ ବିଧାୟକଙ୍କ ହାତ ଅଛି। ହାତୀ ସଂରକ୍ଷଣ ଆଇନ ଅନୁସାରେ ଜେଲ୍ ଦଣ୍ଡ ଓ ଫାଇନ ହୁଏ । ଚାରି ଜଣ ଗିରଫ ହୋଇଛନ୍ତି। ହେଲେ ଯେଉଁ ଫାର୍ମ ହାଉସରେ ଲୁଚିଥିଲେ, ତାହାର ମାଲିକ ଏବେ ଵି ମୁକୁଳାରେ ବୁଲୁଛନ୍ତି। ସନ୍ତୋଷ ଖଟୁଆ ଗିରଫ ହୋଇ ନାହାନ୍ତି। ବୋଧେ ଶାସକ ଦଳ ବିଧାୟକ ବୋଲି ଏପରି ଛୁଟ୍ ମିଳିଛି। 

Baleswar | politics | BJP | BJD | lekhashree Samantsinhar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe