ପାରଳାଖେମୁଣ୍ଡି: ଦୀପାବଳିରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। କାଜୁ କଂପାନି ଜଳି ଯାଇଛି। ଗଜପତିଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ଲାବଣ୍ୟଗଡ଼ ନିକଟ ଶ୍ରୀ ଜଗନ୍ନାଥ କାଜୁ କମ୍ପାନିରେ ବିଦ୍ୟୁତ ସଟ୍‌ସାର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ଏହିଭଳି ବଡ଼ଧରଣର କ୍ଷୟକ୍ଷତି ହୋଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସୋମବାର ଦୀପାବଳି ଥିବା ବେଳେ ରାତି ପ୍ରାୟ ୯ଟା ସମୟରେ କାଜୁ କମ୍ପାନି ଭିତରେ ନିଆଁ ଲାଗିଯାଇଥିବା ନେଇ ଖବର ପାଇ କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚି କମ୍ପାନି ମାଲିକ ବି ଭେକେଣ୍ଟ ଜଗନାଥ ରାଓ ଓ ତାଙ୍କର ଜଣେ ସହଯୋଗୀ ହଠାତ ନିଆଁ ଲାଗିଥିବା କୋଠରୀରେ କବାଟ ଖୋଲିବା ଫଳରେ କୋଠରି ଭିତରୁ ବହୁ ଜୋରରେ ନିଆଁର ଝାସ ଆସି ଉଭୟଙ୍କ ଶରୀରରେ ନିଆଁ ଲାଗିଯିବା ସହ ଶରୀରର ୫୦ ପ୍ରତିଶତରୁ ଅଧିକ  ଭାଗ ପୋଡି ହୋଇଯିବା ଫଳରେ ଗୁରୁତର ଅବସ୍ଥାରେ ଆନ୍ଧ୍ର ପ୍ରଦେଶର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି।

Advertisment

ଆହୁରି ପଢ଼ନ୍ତୁ:‘ଆମ ବସ୍‌ଷ୍ଟାଣ୍ଡ’ର ସ୍ଥିତି ଦୟନୀୟ: କାମରେ ଆସୁନି ମାର୍କେଟ୍‌ କମ୍ପ୍ଲେକ୍ସ

ନିଆଁକୁ ଆୟତ୍ତ କରିବା କଷ୍ଟକର

ଅନ୍ୟପକ୍ଷରେ ଗଛିତ ଥିବା ବିପୁଳ ପରିମାଣର କାଜୁ ଚୋପା, କାଜୁ ଜଳି ଯାଇଛି ଅନାନ୍ୟ ସରଞ୍ଜାମ ସହ ବହୁ ସାମଗ୍ରୀ ଏବଂ ନଷ୍ଟ ହୋଇଥିବା ଜଣାପଡ଼ିଛି। ବିଳମ୍ବିତ ରାତି ୧୧ ଠାରୁ ଦମକଳ ବାହିନୀ ନିଆଁ ଲିଭାଉଥିବା ବେଳେ ଏବେବି ଜଳୁଛି କମ୍ପାନି। କମ୍ପାନି ଭିତରେ ଶହଶହ କୁଇଣ୍ଟାଲର କାଜୁ ଚୋପା ଏବଂ ହଜାର ହଜାର ବସ୍ତା କାଜୁ ମଧ୍ୟ ଗଛିତ ରହିଛି ଆଉ ସେଥିରେ ନିଆଁ ଲାଗିଥିବାରୁ ନିଆଁ କୁ ଆୟତ କରିବା କଷ୍ଟକର ହୋଇ ପଡ଼ିଛି। ଶୁଖିଲା କାଜୁ ଚୋପାରେ ତେଲିଆ ଅଂଶ ଥିବାରୁ ହୂତୁ ହୁତୁ ହୋଈ ଜଳୁଛି। ତେଣୁ କମ୍ପାନି ଭିତରକୁ ଯିବା କଷ୍ଟ ସାଧ୍ୟ ହେବାରୁ ଜେସିବି ସାହାଯ୍ୟରେ କାନ୍ଥ ଭାଙ୍ଗି ପଛପଟୁ ଯିବା ପାଇଁ ଅଗ୍ନିଶମ ଅଧିକାରୀ ପ୍ରଚେଷ୍ଟା କରୁଛନ୍ତି। କେତେକ ଅଂଶରେ ନିଆଁ ଲିଭିବା ପରେ ବି ଧୁଆଁ ବାହାରୁଛି। ତେବେ ଦିର୍ଘ ୨୦ ଘଣ୍ଟାଧରି ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ସ୍ଥାନେ ସ୍ଥାନେ ଧୁଆଁ ବାହାରୁଥିଲା। ଅଗ୍ନିଶମ  ବାହିନୀ ପ୍ରାୟ ସନ୍ଧ୍ଯା ୬ଟା ଯାଏଁ ନିଆଁ ଲିଭାକାର୍ଯ୍ୟରେ ଲାଗିଥିଲେ। ଅଗ୍ନିଶମ ଅଧିକାରୀଙ୍କ ଆକଳନ ଅନୁସାରେ ପ୍ରାୟ ୫୦ରୁ ୬୦ ଲକ୍ଷ ଟଙ୍କାର କାଜୁ ଓ କାଜୁ ଚୋପା ପୋଡ଼ି ନଷ୍ଟ ହୋଇଛି। ମେସିନର ବିଶେଷ କ୍ଷତି ହୋଇନାହିଁ। ତଥାପି ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ପରେ ତାହା ସ୍ଵଷ୍ଟ ହୋଇପାରିବ।

ଆହୁରି ପଢ଼ନ୍ତୁ:ରାୟଗଡ଼ାରେ କଲେଜ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

କ୍ଷୟକ୍ଷତିର ଆକଳନ ସହ ନିଆଁ ଲାଗିବାର କାରଣ ଜଣାପଡ଼ିନି

ଏଠି ପ୍ରଶ୍ନ ଉଠୁଛି ଏତେ ପରିମାଣର ସାମଗ୍ରୀ ଗଛିତ ରଖାଯାଉଛି, ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି, ଏତେ ସଂଖ୍ୟକ ଶ୍ରମିକ କାର୍ଯ୍ୟ କରୁଛନ୍ତି, କିନ୍ତୁ କମ୍ପାନି ମାଲିକମାନେ କୌଣଶି ସୁରକ୍ଷା ବ୍ୟବସ୍ଥା କରୁନାହାନ୍ତି। ଜିଲ୍ଲାରେ ଥିବା କୌଣସି କାଜୁ କମ୍ପାନିର ଫାୟାର ସେଫଟି ସାର୍ଟିଫିକେଟ ମଧ୍ୟ ନାହିଁ।

ରିପୋର୍ଟ: ସୁଜିତ୍‌ ବିଷୋୟୀ

 Fire  ଗଜପତି