ଜଗତସିଂହପୁର: ଜଗତସିଂହପୁର ସଦର ଦୁର୍ଗରେ ବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ରହିଛି। ଆଜି ସକାଳୁ ବ୍ୟାଙ୍କର ସଟର ବାଟଦେଇ ଧୂଆଁ ବାହାରୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବ୍ୟାଙ୍କର ସଟର ଭାଙ୍ଗିବା ସହିତ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। କ୍ଷୟକ୍ଷତିର ସ୍ପଷ୍ଟ ସୂଚନା ମିଳିନି ।
ଆଜି ସକାଳୁ ବ୍ୟାଙ୍କର ସଟର ବାଟଦେଇ ଧୂଆଁ ବାହାରୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବ୍ୟାଙ୍କର ସଟର ଭାଙ୍ଗିବା ସହିତ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। କ୍ଷୟକ୍ଷତିର ସ୍ପଷ୍ଟ ସୂଚନା ମିଳିନି ।ସେପଟେ କିଛି ସମୟ ଧରି ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ସେପଟେ କିଛି ସମୟ ଧରି ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
Follow Us