କେନ୍ଦୁଝର: ଘଷିପୁରା ଷ୍ଟେଟ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ I ବିଳମ୍ବିତ ରାତିରେ ଘଷିପୁରା ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ନିଆଁ ଲାଗିଥିଲା। ଏନେଇ ଖବର ପାଇବା ପରେ ନିଆଁ ଲିଭାଇବା ଲାଗି ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ। ତେବେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ଥିବା
ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେଣେ କଂପ୍ୟୁଟରଗୁଡ଼ିକ ବି ଜଳିଯାଇଥିବାରୁ ହାର୍ଡ ଡିସ୍କ ପୋଡ଼ିଯାଇଥିବା କୁହାଯାଉଛି। ସର୍ଟସର୍କିଟରୁ ନିଆଁ ଲାଗିଥିବାର ସନ୍ଦେହ କରାଯାଇଛି। ବ୍ୟାପକ କ୍ଷୟକ୍ଷତିର ସୂଚନା ମିଳିଛି। ତେବେ ଏନେଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ପକ୍ଷରୁ ସବିଶେଷ ସୂଚନା ଗଣମାଧ୍ୟମକୁ ଦିଆଯାଇନାହିଁ।
ଘଷିପୁରା ଷ୍ଟେଟ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ବ୍ୟାପକ କ୍ଷୟକ୍ଷତି ସୂଚନା
Advertisment
Follow Us