Fire in Rourkela Photograph: (sambad.in)
ନିଆଁ ଲିଭାରେ ନିୟୋଜିତ ହୋଇଥିଲା ୫ ଦମକଳ
ରାଉରକେଲା/ବେଦବ୍ୟାସ: ନିଆଁ ଲାଗି ବେଦବ୍ୟାସ କଲୁଙ୍ଗା ସାନନୂଆଗାଁସ୍ଥ ପ୍ଲାଷ୍ଟିକ୍ ଓ ସ୍କ୍ରାପ୍ ଗୋଦାମ ଜଳିପୋଡି ପାଉଁଶ ହୋଇଯାଇଛି। ନିଆଁର ପ୍ରକୋପ ଏତେଥିଲା ଯେ, ଗୋଦାମ ଉପରେ ଯାଇଥିବା ବିଜୁଳି ତାରଗୁଡ଼ିକ ଜଳି ଗଳିପଡିଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରୁ ୬ରୁ ଅଧିକ ବସ୍ତି ଅନ୍ଧାର ରହିଥିଲା।
ବିଜୁଳି ବିଭାଗର ଅଧିକାରୀ ପହଞ୍ଚି ମରାମତି କରିବା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୨ଟାରେ ଏଭଳି ଅଘଟଣ ଘଟିଥିଲା। ଅଗ୍ନିଶମ ବିଭାଗର ୫ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ କାବୁ କରିଥିଲେ। ଗୋଦାମ ପ୍ରାୟ ୨ ଏକର ଜାଗାରେ ଭିତରେ ରହିଥିବାରୁ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଥିଲା।
ଅଗ୍ନିକାଣ୍ଡରେ ଗୋଦାମ ଓ ଏହାର ଚତୁଃପାର୍ଶ୍ବରେ ମହଜୁଦ ଥିବା ପ୍ଲାଷ୍ଟିକ୍, ପେପର ଓ ସ୍କ୍ରାପଗୁଡ଼ିକୁ ଜଳିଯାଇଛି। ସଟ୍ସର୍କିଟ ନା ଅନ୍ୟ କେଉଁ କାରଣରୁ ନିଆଁ ଲାଗିଛି ଜଣାପଡ଼ିନି। ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି। ବ୍ୟବସାୟୀ ଅଶୋକ ଗୁପ୍ତାଙ୍କର ସାନନୂଆଗାଁ ସମେତ ବେଦବ୍ୟାସ କଲୁଙ୍ଗା ଶିଳ୍ପାଞ୍ଚଳରେ ୪ରୁ ଅଧିକ ଗୋଦାମ ରହିଛି।
Rourkela
Follow Us