Truck catches fire Photograph: (Sambad.in )
ଛତ୍ରପୁର: ଚଳନ୍ତା ଗାଡ଼ିରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ଏଭଳି ଅଘଟଣ ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ବନ୍ଦର ସମୁଖ ଆର୍ଯ୍ୟପଲ୍ଲୀ ରାସ୍ତାରେ ଘଟିଛି। ସବୁଦିନ ଭଳି ଆଜି ମଧ୍ୟ ଶହଶହ ଗାଡ଼ିରେ ଗୋପାଳପୁର ବନ୍ଦରକୁ ବିଭିନ୍ନ ମାଲ ବୋଝେଇ ଟ୍ରକ୍ ଯାତାୟାତ କରୁଛି, ମଧ୍ୟାହ୍ନରେ ଘରୋଇ କମ୍ପାନିର ଏକ ମାଲ ବୋଝେଇ ଟ୍ରକ୍ ସେହି ରାସ୍ତା ଦେଇ ଯାଉଥିବା କୋଣସି କାରଣବଶତଃ ହଠାତ ଆଗ ପଟେ ହୁତୁହୁତୁ ହୋଇ ନିଆଁ ଜଳିଥିଲା। ସେଠାରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲେ। କିଛି ସମୟ ପରେ ନିଆଁ ଲିଭି ଯାଇଥିଲା।
Follow Us