ନିଆଁ ଲାଗିବାରୁ ଅଟକିଲା ତେଜସ ଏକ୍ସପ୍ରେସ୍‌: ଦେଢ଼ ଘଣ୍ଟା ବିଳମ୍ବରେ ଛାଡ଼ିଲା ଟ୍ରେନ୍‌

ରେଳ ବିଭାଗରେ ପଡ଼ିଛି ଶନିଦଶା। ଭୁଲ ସିଗ୍ନାଲରୁ ବାହାନଗା ଭଳି ଟ୍ରେନ୍‌ ଦୁର୍ଘଟଣା ପରେ ଏକ ବର୍ଷ ଭିତରେ ବାରମ୍ବାର କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା, ରୂପସା ଓ ଅମର୍ଦ୍ଦାରୋଡ ଷ୍ଟେସନରେ ଘଟିଥିବା ଦେଖିବାକୁ ମିଳିଛି।

Tejes catches fire

Tejes catches fire Photograph: (sambad.in )

ବସ୍ତା୨: ରେଳ ବିଭାଗରେ ପଡ଼ିଛି ଶନିଦଶା। ଭୁଲ ସିଗ୍ନାଲରୁ ବାହାନଗା ଭଳି ଟ୍ରେନ୍‌ ଦୁର୍ଘଟଣା ପରେ ଏକ ବର୍ଷ ଭିତରେ ବାରମ୍ବାର କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା, ରୂପସା ଓ ଅମର୍ଦ୍ଦାରୋଡ ଷ୍ଟେସନରେ ଘଟିଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ଟ୍ରେନ୍‌ ନମ୍ବର ୨୨୮୧୧ ‘ତେଜସ୍‌ ଏକ୍ସପ୍ରେସ୍‌’ ନିଆଁ ଲାଗିବା ଭଳି ଘଟଣା ଦେଖିବାକୁ ମିଳିଛି, ଯେଉଁଥି ପାଇଁ ବାଲେଶ୍ୱର ଜିଲ୍ଲା ବସ୍ତା ରେଳ ଷ୍ଟେସ ମୁନରେ ଏହି ଟ୍ରେନ ଦୀର୍ଘ ଦେଢ଼ ଘଣ୍ଟା ଅଟକି ଥିବା ଦେଖିବାକୁ ମିଳିଛି। ଅବଶ୍ୟ ଏହି ଘଟଣା ମନୁଷ୍ୟ କୃତ୍ ହୋଇନଥବା ବେଳେ ପ୍ରାକୃତିକ ବିପର୍ଯ୍ୟୟରୁ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି।

ଟ୍ରେନଟି ଦୁଇଟା ଚାରି ମିନିଟ ବେଳେ ବସ୍ତା ଷ୍ଟେସନ୍ ପହଞ୍ଚିବାକୁ କିଛି ମିନିଟ ପୂର୍ବରୁ ଏହି ଅଞ୍ଚଳରେ ବର୍ଷା ପବନ ଆରମ୍ଭ ହୋଇଥିଲା। ଫଳରେ ଟ୍ରେନ ଲାଇନ ପାଖରେ ଥିବା କୌଣସି ବ୍ୟକ୍ତିଙ୍କ ନଡ଼ିଆ ଗଛରୁ ନଡ଼ିଆ ବାହୁଙ୍ଗା ଖସି ଟ୍ରେନ ଇଞ୍ଜିନ ଉପରେ ପଡ଼ିଥିଲା। ଫଳରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରେନ ଇଞ୍ଜିନ ଉପରେ ନଡ଼ିଆ ବାହୁଙ୍ଗା  ଜଳିବାକୁ ଲାଗି ଥିଲା।

ସୂଚନା ଅନୁସାରେ ଆଜି ଭୁବନେଶ୍ଵରରୁ ଏହି ଟ୍ରେନ୍‌ ସକାଳ ୧୦ ଘଟିକା ୩୬ ମିନିଟରେ ଛାଡ଼ି ନୂଆଦିଲ୍ଲୀ ଅଭିମୁଖେ ବାହାରିଥିବା ବେଳେ ବାଲେଶ୍ୱର ଷ୍ଟେସନରେ ମଧ୍ୟାହ୍ନ ଗୋଟାଏ ଛତିଶରେ ପହଞ୍ଚି ପୁଣି ଗୋଟାଏ ସଇଁ ତିରିଶ ସମୟରେ ଆଗକୁ ବଢ଼ିଥିଲା। ଟ୍ରେନଟି ଦୁଇଟା ଚାରି ମିନିଟ ବେଳେ ବସ୍ତା ଷ୍ଟେସନ୍ ପହଞ୍ଚିବାକୁ କିଛି ମିନିଟ ପୂର୍ବରୁ ଏହି ଅଞ୍ଚଳରେ ବର୍ଷା ପବନ ଆରମ୍ଭ ହୋଇଥିଲା। ଫଳରେ ଟ୍ରେନ ଲାଇନ ପାଖରେ ଥିବା କୌଣସି ବ୍ୟକ୍ତିଙ୍କ ନଡ଼ିଆ ଗଛରୁ ନଡିଆ ବାହୁଙ୍ଗା ଖସି ଟ୍ରେନ ଇଞ୍ଜିନ ଉପରେ ପଡିଥିଲା। ଫଳରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରେନ ଇଞ୍ଜିନ ଉପରେ ନଡ଼ିଆ ବାହୁଙ୍ଗା  ଜଳିବାକୁ ଲାଗି ଥିଲା।

ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଟ୍ରେନ ଲୋକ ପାଇଲଟ ବସ୍ତା ଷ୍ଟେସନରେ ଦୁଇଟା ଚାରିମିନିଟ ବେଳେ ଅଟକାଇ ଥିଲେ। ଏଣେ ଟ୍ରେନ୍‌ରେ ନିଆଁ  ଲାଗିଥିବା ଖବର ଜାଣିବାକୁ ପାଇଁ ଯାତ୍ରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ବେଳେ ରେଳ ବିଭାଗ ପକ୍ଷରୁ ଏମିତି ବଡ଼ ଘଟଣା ହୋଇ ନଥିବା ଓ ସାମାନ୍ୟ ଯାଞ୍ଚ ପରେ ଟ୍ରେନ ପୁଣି ଛାଡ଼ିବ ଘୋଷଣା କରାଯାଇଥିଲା। ନିଆଁରେ ଜଳିଯାଇଥିବା ନଡ଼ିଆ ବାହୁଙ୍ଗା ସଫା କରିବା ପାଇଁ ରୂପସା ଷ୍ଟେସନ୍‌ରୁ ଟାୱାର ଗାଡ଼ି ଡକାଇ ଟ୍ରେନ ଇଞ୍ଜିନରେ ଥିବା ନଡ଼ିଆ ବାହୁଙ୍ଗାକୁ ସଫା ସହିତ ଟ୍ରେନ ସମସ୍ତ ସୁରକ୍ଷାଯାଞ୍ଚ  କରାଯାଇଥିଲା। ପରେ ଟ୍ରେନଟି ଏକାଘଣ୍ଟା ଛତିଶ ମିନିଟ ଯଥା ତିନି ଘଣ୍ଟା ଚାଳିଶ ମିନିଟରେ ପୁଣି ବସ୍ତା ଷ୍ଟେସନ୍ ଛାଡିଥିବା ଦେଖିବାକୁ ମିଳିଥିଲା।

Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe