ମାଲକାନଗିରି ମୁଖ୍ୟ ଡାକ୍ତରଖାନାର ଚକ୍ଷୁ ବିଭାଗରେ ଅଗ୍ନିକାଣ୍ଡ

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗର ଓପିଡ଼ିର ଏସିରେ ଲାଗିଲା ନିଆଁ। ଆୟତ୍ତ କଲା ଅଟୋମେଟିକ ୱାଟର ସ୍ପ୍ରିଂକଲେର। ଆଜି ଦିନ ପାଖାପାଖି ୪ ଟା ସମୟରେ ଚକ୍ଷୁ ବିଭାଗର ଓପିଡିରୁ ଧୁଆଁ ଆସୁଥିବାର ଦେଖିଥିଲେ ସିକ୍ୟୁରିଟି କର୍ମଚାରୀ।

Malkangiri hospital

ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗର ଓପିଡ଼ିର ଏସିରେ ଲାଗିଲା ନିଆଁ। ଆୟତ୍ତ କଲା ଅଟୋମେଟିକ ୱାଟର ସ୍ପ୍ରିଂକଲେର। ଆଜି ଦିନ ପାଖାପାଖି ୪ ଟା ସମୟରେ ଚକ୍ଷୁ ବିଭାଗର ଓପିଡିରୁ ଧୁଆଁ ଆସୁଥିବାର ଦେଖିଥିଲେ ସିକ୍ୟୁରିଟି କର୍ମଚାରୀ। ତୁରନ୍ତ ମେଡିକାଲ କତ୍ତୃପକ୍ଷଙ୍କୁ ଏନେଇ ସୂଚନା ଦେବା ପରେ ମେଡିକାଲ କତ୍ତୃପକ୍ଷ ପହଁଚିବା ପୂର୍ବରୁ ମେଡିକାଲରେ ଲାଗିଥିବା ଅଟୋମେଟିକ ଵାଟର ସ୍ପ୍ରିଂକଲେର ନିଆଁକୁ ଆୟତ୍ତ କରିସାରିଥିଲା। ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଜଣାଇବା ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁ ନିୟନ୍ତ୍ରଣାଧିନ ହୋଇସାରିଥିଲା। 

ତେବେ ଯାହାବି ହେଉ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛି ଚକ୍ଷୁ ବିଭାଗ। ନିଆଁ ଲାଗିବା ଫଳରେ କେବଳ ପୁରୁଣା ଏସିଟି ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି।

ଭାରପ୍ରାପ୍ତ ସିଡିଏମଓ ବ୍ରଜବନ୍ଧୁ ଦାସ ନିଆଁ ଲାଗିଥିବା ସ୍ବୀକାର କରିବା ସହ ସିକ୍ୟୁରିଟି କର୍ମଚାରୀଙ୍କ ଉଚିତ ବୁଦ୍ଧି ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଥିବା କହିଥିଲେ। ବର୍ତ୍ତମାନ ହସପିଟାଲ ସୁରିକ୍ଷିତ ବୋଲି କହିଥିଲେ। ପ୍ରତିଦିନ ଶହଶହ ରୋଗୀ ଓ ସଂପର୍କୀୟ ଏହି ମେଡିକାଲକୁ ଆସିଥାନ୍ତି। ଯଦି କୌଣସି ଅଘଟଣ ଘଟିଥାନ୍ତା ତେବେ ବହୁ କ୍ଷୟକ୍ଷତି ସହ ଜନଜୀବନ ଉପରେ ମଧ୍ୟ ପ୍ରଭାବ ପଡିଥାନ୍ତା ବୋଲି କୁହାଯାଇଛି।

ଦୀର୍ଘ ଦିନ ଧରି ବିଦ୍ୟୁତ ଲାଇନଗୁଡିକ ସଜଡା ଯାଇନଥିବା ଦେଖିବାକୁ ମିଳିଛି। ଏହାର ମରାମତି ନହେଲେ ଆଗକୁ ବିପଦ ରହିଥିବା କୁହାଯାଇଛି। ଯାହା ସର୍ଟସର୍କିଟ ହେବାର ଆଶଂକାକୁ ବଢ଼ାଇ ଦେଇଛି। 

Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe