ବିବାହ ଭୋଜିରେ ଅଗ୍ନିକାଣ୍ଡ: ଗେଟ୍‌ ସହ ଜଳିଗଲା ୪ କାର୍‌ ଓ ୫ ବାଇକ୍‌

ବିଜୁଳି ଘଡଘଡ଼ି ଯୋଗୁ ଆଜି ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ଏକ ବିବାହ ଭୋଜିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ସାଜସଜ୍ଜା ହୋଇଥିବା ପ୍ରବେଶ ପଥ ସହ ୪ କାର୍‌ ଓ ୫ ବାଇକ୍‌ ଜଳିଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କାବୁ କରିଥିବାରୁ ବଡଧରଣ ଅଗ୍ନିକାଣ୍ଡକୁ ରୋକଯାଇ ପାରିଛି।

Fire in marriage party

Fire in marriage party. Photograph: (Sambad.in )

ରାଉରକେଲା: ବିଜୁଳି ଘଡଘଡ଼ି ଯୋଗୁ ଆଜି ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ଏକ ବିବାହ ଭୋଜିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ସାଜସଜ୍ଜା ହୋଇଥିବା ପ୍ରବେଶ ପଥ ସହ ୪ କାର୍‌ ଓ ୫ ବାଇକ୍‌ ଜଳିଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କାବୁ କରିଥିବାରୁ ବଡଧରଣ ଅଗ୍ନିକାଣ୍ଡକୁ ରୋକଯାଇ ପାରିଛି।

ବିବାହ ଭୋଜିରେ ଯୋଗଦେବାକୁ ଆସିଥିବା ସମ୍ପର୍କୀୟ ଓ ଅନ୍ୟମାନଙ୍କର କାର୍‌, ବାଇକ୍‌ ସହ ଗେଟ୍‌ ପାଖରେ ଥିବା ଡିଜି ସେଟ୍‌ ନିଆଁ ଦାଉରୁ ବର୍ତ୍ତିଯାଇଛି। ନିକଟସ୍ଥ ଟ୍ରନ୍ସଫର୍ମରରେ ବ୍ରଜପାତ ପରେ ସଟ୍‌ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତବାକ ପାନପୋଷରୋଡ ଅଗ୍ରସେନ୍‌ ଭବନ ନିକଟ ‘କଲ୍ୟାଣୀ’ରେ ଜନତାନିବାସ ଗଳିର ବିଜୟ ସୋନ୍‌କର ଝିଅଙ୍କର ବିବାହ ଭୋଜିର ଆୟୋଜନ କରାଯାଇଥିଲା। ବିବାହ ମଣ୍ଡପକୁ ଯିବା ପୂର୍ବରୁ ‘କଲ୍ୟାଣୀ’ର ପ୍ରବେଶ ପଥକୁ ତାଳପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ସାଜସଜ୍ଜା କରାଯାଇଥିଲା। ବି‌ବାହ ‌ଭୋଜିରେ ଯୋଗଦେବାକୁ ଆସିଥିବା ବିଜୟଙ୍କ ସମ୍ପର୍କୀୟ ଓ ଅନ୍ୟଲୋକମାନଙ୍କ କାର୍‌ ଓ ବାଇକ୍‌ ଗେଟ୍ ସମ୍ମୁଖରେ ଛିଡା ହୋଇଥିଲା। ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ବିଜୁଳି ଓ ଘଡଘଡି ହେବାରୁ ନିକଟସ୍ଥ ଟ୍ରାନ୍ସଫର୍ମର ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ନିଆଁ ବିବାହମଣ୍ଡପ ଗେଟ୍‌ ଓ ସମ୍ମୁଖରେ ଥିବା କାର୍‌ ଓ ବାଇକ୍‌ ଆଡକୁ ବ୍ୟାପି ଯାଇଥିଲା। ନିଆଁରେ ବିବାହମଣ୍ଡପ ପ୍ରବେଶ୍‌ ଗେଟ୍‌ (ପଥ) ସମ୍ମୁଖ ଜଳିଯାଇଥିଲା। ୪ଟି କାର୍‌ ଓ ୫ଟି ବାଇକ୍‌ ସମ୍ପୂର୍ଣ୍ଣ ଜଳିଯାଇଥିଲା। ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କାବୁ କରିଥିଲେ।

Rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe